ହରଭଙ୍ଗା, ୨୨/୦୯: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟାରେ ବାଣ ବିସ୍ପୋରଣ ଘଟଣା। ପୁରୁଣା କଟକ ଅଞ୍ଚଳରେ ଭୂମିକମ୍ଫର ଭ୍ରମ। ବିସ୍ପୋରଣରେ ପ୍ରାୟ 35 ଗୋଟି ପରିବାର ବାସହରା ହୋଇଥିବା ରାଜସ୍ବ ବିଭାଗ ଆକଳନ କରିଛି। ସେପଟେ ବିପନ୍ନ ପରିବାରକୁ ପ୍ରଶାସନ, ଯୁବ ଶିଳ୍ପପତି ଅଶୋକ କୁମାର ଅଗ୍ରୱାଲ ଓ ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ ଖାଦ୍ୟ ଯୋଗାଇ ଦେଇଥିବା ବେଳେ ପୁରୁଣାକଟକ କଲ୍ୟାଣୀ ମଣ୍ଡପଠାରେ ରାତ୍ରି ଯାପନ ପାଇଁ ଥଇଥାନ କରାଯାଇଛି। ଏହି ଘଟଣାରେ 10 ଜଣ ଆହତଙ୍କ ମଧ୍ୟରୁ ଦୁଇଜଣ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏଯାଏ ମଧ୍ୟ ଚେତା ଫେରିନଥିବା ପରିବାର ପକ୍ଷରୁ ସୂଚନା ମିଳିଛି।
ସେପଟେ ଏପରି ଦୁଃଖଦ ଘଟଣା ଶୁଣି ରାଜ୍ୟ ସରକାର ମୋହନ ଚରଣ ମାଝୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ଓଡିଶା ସରକାରଙ୍କ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇ 4ଲକ୍ଷ ଟଙ୍କା ମୁଖ୍ୟ ମନ୍ତ୍ରୀ ସହାୟତା ପାଣ୍ଠିରୁ ଯୋଗାଇ ଦେବାପାଇଁ ମୁଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି। ଏପଟେ ଜିଆଁକଟା ଗ୍ରାମର ସ୍ଥିତିକୁ ବୌଦ୍ଧ ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ପହଂଚି କ୍ଷୟକ୍ଷତିପୂରଣ ପାଇଁ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆନ୍ତର୍ଦ୍ୱୟ ଗୃହ ଯୋଜନାରେ ସାମିଲ ପାଇଁ ପ୍ରତିଶୃତି ଦେଇଛନ୍ତି। ସେପଟେ ବିରୋଧୀ ଦଳ ପକ୍ଷରୁ ଗ୍ରାମବାସୀଙ୍କୁ ସମବେଦନା ଜଣାଇବା ପାଇଁ ପହଂଚି ନଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ରବିବାର ହୋଇଥିବା ଏହି ବାଣ ବିସ୍ଫୋରଣ ପରେ ବ୍ୟବସାୟୀ ଆଲୋକଦତ୍ତ କାଣ୍ଟି ଘରୁ ଫେରାର ମାରିଛି। ଅନ୍ୟ ବିଭିନ୍ନ ସ୍ଥାନରେ ବାଣ ଥିବା ନେଇ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, SDPO ଲରେନ ରାଉତରାୟ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ନଳିନୀ କାନ୍ତ ଦାସ, ପୁରୁଣାକଟକ ଥାନା ଅଧିକାରୀ ଅରୁଣ କୁମାର ସିଂ, ହରଭଙ୍ଗା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ, ଏସଆଇ ସସ୍ମିତା ମଗର, ବୋମା ନିଷ୍କ୍ରିୟ କାରି ଟିମ, ବାଟାଲିୟନ ଯବାନ, ଚାରିଛକ ଓ ବୌଦ୍ଧ ଅଗ୍ନିଶମ ବାହିନୀ ଆଲୋକ କାଣ୍ଟିଙ୍କ ପୁରୁଣାକଟକ SBI କଲୋନୀ ସ୍ଥିତ ବାସ ଭବନ, ରୁଗୁଡ଼ିପାଲି ସ୍ଥିତ ନିଜ ଭଉଣୀ ଘରେ ରେଡ ପରେ ବିପୁଳ ପରିମାଣର ବିଭିନ୍ନ ପ୍ରକାରର ବାଣ, ଡିନାମାଇଟ, ବିସ୍ପୋରକ ସାମଗ୍ରୀ ବାରୂଦ ଥିବା ଜାଣି ଅଗ୍ନିଶମ ବାହିନୀ ସହାୟତାରେ ପାଣି ରେ ଓଦା କରି ମାଜିଷ୍ଟେଟ ଭାବେ ହରଭଙ୍ଗା ତହସିଲଦାର ବଳଦେବ ବେହେରା ଓ ଏଡିସନାଲ ତହସିଲଦାର ଉପସ୍ଥିତରେ ଘରସିଲ କରାଯାଇଥିଲା।
ସୋମବାର ସକାଳୁ ଆଲୋକଙ୍କ ବାସ ଭବନରୁ ଦୁଇ ପିକଅପ ଗାଡି ଏକ ଆଇଚର ଟ୍ରକରେ ବାଣ ବଲାସିଙ୍ଗା ଆଇଆରବି ବାଟାଲିୟନ ପଡିଆକୁ ନିଆ ଯାଇଥିବା ବେଳେ ପୁଣି ପୁରୁଣାକଟକ ରେଞ୍ଜ କାର୍ଯ୍ୟାଳୟ ସାମ୍ନାରେ ପୋଲିସ ରେଡ କରି ଆଲୋକ କାଣ୍ଟିର ଆଉ ଏକ ବାଣ ଗୋଦାମରୁ ଦୁଇଟି ପିକଅପ ଗାଡିରେ ବାଣ ଭର୍ତି କାରି ନେଇଥିବା ସହ କିଛି ଅଜଣା ପାଉଡର ମଧ୍ୟ ଜବଦ ହୋଇଥିବା ଜଣା ପଡିଛି। ସେପଟେ ବାଣ ବ୍ୟବସାୟୀ ଆଲୋକଦତ୍ତ କାଣ୍ଟିର ପୁରୁଣାକଟକ ଅଂଚଳରେ ଅନ୍ୟ ବିଭିନ୍ନ ସ୍ଥାନରେ ବାଣ ଗୋଦାମ ଥିବା ପୋଲିସ ସନ୍ଦେହ କରୁଥିବା ଓ ସମସ୍ତ ସ୍ଥାନରେ ରେଡ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।
ପୁରୁଣାକଟଜ ଭଳି ଜନ ଗହଳି ପୂର୍ଣ୍ଣ ସ୍ଥାନରେ ବେଆଇନ ବାଣ ବ୍ୟବସାୟ ଓ ୧୫ରୁ ଉର୍ଦ୍ଧ ଜିଲ୍ଲାକୁ ବାଣ ସପ୍ଲାୟ କରୁଥିବା ଜଣା ପଡିଛି। ଫଳରେ ପୁରୁଣାକଟକ ବଜାରରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଜି ବାଣ ସିଜରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ SDPO ଲରେନ ରାଉତରାୟ ଓ ବୌଦ୍ଧ, ପୁରୁଣାକଟକ ଥାନା ଅଧିକାରୀ, ହରଭଙ୍ଗା ତହସିଲଦାରଙ୍କ ସହ ପୋଲିସ ଟିମ, ବାଟାଲିୟନ ଯବାନ ଓ ଅଗ୍ନିସମ ବିଭାଗର ଏକ ଟିମ ସହାୟତାରେ ରେଡ ଚାଲିଛି। ଖବର ସଂଗ୍ରହ କରିବା ସମୟ ଭିତରେ ପୁରୁଣାକଟକ ଭୈରବୀ ଡିଗ୍ରୀ କଲେଜ ନିକଟରେ ପୁଣି ଆଲୋକ କାଣ୍ଟିଙ୍କ ଏକ ବାଣ ଥିବା ଗୋଦାମ ସନ୍ଦେହ ନେଇ ପୋଲିସ ରେଡ କରିଥିବା ଜଣା ପଡିଛି।