ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଇଣ୍ଟରନେଟ୍‌ ଦେଖି ପରିବାର ପାଲଟିଲା ନକଲି ଦନ୍ତ ଚିକିତ୍ସକ, ୨ ବର୍ଷରେ ୧.୫ କୋଟି ରୋଜଗାର

Published By : Krishna Priya | June 24, 2025 8:44 AM

ନୂଆଦିଲ୍ଲୀ ୨୪/୦୬: ଚେକ୍‌ ଗଣରାଜ୍ୟରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ପୂରା ପରିବାର ଇଣ୍ଟରନେଟ୍‌ରୁ ଭିଡିଓ ଦେଖି ନକଲି ଦନ୍ତ ଚିକିତ୍ସକ ପାଲଟି ଯାଇଥିଲା । ପରିବାରରେ ୪୪ ବର୍ଷୀୟ ବାପା, ୫୦ ବର୍ଷୀୟ ମା’ ଓ ଜଣେ ୨୨ ବର୍ଷୀୟ ପୁଅ ଅଛନ୍ତି । ଦୁଇ ବର୍ଷ ପୂର୍ବରୁ ଏହି ପରିବାର ନିଜ ଘରେ ବିନା ଲାଇସେନ୍ସରେ ଏକ ଦନ୍ତ ଚିକିତ୍ସା କ୍ଲିନିକ୍‌ ବି ଖୋଲିଥିଲା । ସେଥିରେ ପୁଅ ଜଣକ ଦନ୍ତ ଚିକିତ୍ସକ ଭୂମିକା ତୁଲାଉଥିଲେ । ଇଣ୍ଟରନେଟ୍‌ରୁ ଶିଖିଥିବା ପଦ୍ଧତି ଅନୁସାରେ ରୋଗୀଙ୍କର ଚିକିତ୍ସା କରୁଥିଲେ । ଆନେସ୍ଥେସିଆ ଦେଇ ଦାନ୍ତ ଉପାଡି଼ବା, ରୁଟ୍‌ କେନାଲ ଓ ଅସ୍ତ୍ରୋପଚାର ପ୍ରଭୃତି ସେ କରୁଥିଲେ । ତାଙ୍କ ମା’ ପୂର୍ବରୁ ସ୍ୱାସ୍ଥ୍ୟସେବା ଇଣ୍ଡଷ୍ଟ୍ରି ସହିତ ଯୋଡି଼ ହୋଇଥିବାରୁ ଇଞ୍ଜେକ୍ସନ୍‌ ଦେବା, ଦାନ୍ତ ଫିଲିଂ, ସଫା କରିବା ଇତ୍ୟାଦି ଦାୟିତ୍ୱ ନେଇଥିଲେ । ବାପା ନକଲି ଦାନ୍ତ ବନାଇବା କାମ କରୁଥିଲେ । ସେମାନଙ୍କର ବ୍ୟବସାୟ ଏତେ ଭଲ ଚାଲୁଥିଲା ଯେ ଦୁଇ ବର୍ଷ ମଧ୍ୟରେ ସେମାନେ ପ୍ରାୟ ୧.୫ କୋଟି ଟଙ୍କା ରୋଜଗାର କରିଥିଲେ ।

ତେବେ ଚଳିତମାସ ୩ ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ସେମାନଙ୍କ ବିରୋଧରେ ବେଆଇନ ବ୍ୟବସାୟ ଚଳାଇବା, ମନି ଲଣ୍ଡରିଂ ଭଳି ଅଭିଯୋଗ ଆଣିଛି । ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମସ୍ତଙ୍କୁ ୮ ବର୍ଷ ଲେଖାଏଁ ଜେଲ୍‌ ହୋଇପାରେ । ସୂଚନାଥାଉକି, ଚେକ୍‌ ରିପବ୍ଲିକ୍‌ରେ ଦନ୍ତ ଚିକିତ୍ସକଙ୍କର ଘୋର ଅଭାବ ରହିଛି । ଏଭଳିସ୍ଥିତିକୁ ଦେଖି ୨୦୨୪ରେ ସେଠାକାର ସରକାର ଏକ ଆଇନ ପାସ୍‌ କରିଥିଲେ । ସେଥିରେ ୟୁରୋପୀୟ ୟୁନିୟନ୍‌ ବାହାରର ଦନ୍ତ ଚିକିତ୍ସକ ବି ସେଠାରେ କାମ କରିପାରିବେ ବୋଲି କୁହାଯାଇଥିଲା । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ସେଠାରେ ଏବେ ଦାନ୍ତ ଡାକ୍ତରଙ୍କର ଅଭାବ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.