ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ, ଅଭିବୃଦ୍ଧି ହାର ୧୦% ଜରୁରି

ନୂଆଦିଲ୍ଲୀ, ୨୪।୪: ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଭାରତୀୟ ଅର୍ଥନୀତିକୁ ଆଗାମୀ ଦଶନ୍ଧିରେ ବାର୍ଷିକ ହାରାହାରି ୮ରୁ ୧୦% ଅଭିବୃଦ୍ଧି ନେଇ ବଢ଼ିବାକୁ ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ସଦ୍ୟ ରିପୋର୍ଟରେ ଏହା କହିଛି । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପରବର୍ତ୍ତୀ ୩ ଦଶନ୍ଧିରେ ରହିଥିବା ବିକାଶମୂଳକ ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ପାଇଁ ଭାରତୀୟ ଅର୍ଥନୀତିକୁ ଆଗାମୀ ଦଶନ୍ଧିରେ ବାର୍ଷିକ ୮ରୁ ୧୦% ଅଭିବୃଦ୍ଧି ସହ ବଢ଼ିବାକୁ ପଡ଼ିବ । ସେହିଭଳି ଆର୍‌ବିଆଇ ଆହୁରି ପ୍ରକାଶ କରିଛି ଯେ, ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତର ବିକାଶ ରଣନୀତି ଦୃଢ଼ ରହିବା ଦରକାର । ଅର୍ଥବ୍ୟବସ୍ଥାକୁ ଯୁବପିଢ଼ିଙ୍କ ଯୋଗଦାନ ବୃଦ୍ଧି ଲାଗି ପ୍ରୟାସ କରିବାକୁ ପଡ଼ିବ । ଶ୍ରମଶକ୍ତିଙ୍କ ସାମର୍ଥ୍ୟକୁ ପୂର୍ଣ୍ଣ ଉପଯୋଗ କରି ଭାରତ ଏହାର ଲକ୍ଷ୍ୟ ହାସଲ କରିପାରିବ । 

୨୦୨୧-୨୦୩୧ ମଧ୍ୟରେ ଦେଶର କର୍ମଜୀବୀ ଜନସଂଖ୍ୟା ହାର ବାର୍ଷିକ ୯୭ ଲକ୍ଷ ହାରରେ ବଢ଼ିବ । ୨୦୩୧-୨୦୪୧ ମଧ୍ୟରେ ଏହା ପ୍ରତିବର୍ଷ ୪୨ ଲକ୍ଷ ହାରରେ ବଢ଼ିବ ବୋଲି ଆର୍‌ବିଆଇ ଏହାର ‘ଷ୍ଟେଟ୍‌ ଅଫ୍‌ ଇକୋନୋମି’ ନାମକ ପ୍ରବନ୍ଧରେ ଉଲ୍ଲେଖ କରିଛି । ତେବେ ଜଳବାୟୁ ପରିବର୍ତ୍ତନ ସମସ୍ୟାଗୁଡ଼ିକ ମୁଦ୍ରାସ୍ଫୀତିକୁ ତେଜିପାରେ ବୋଲି ଆର୍‌ବିଆଇର ଡେପୁଟି ଗଭର୍ଣ୍ଣର ମାଇକେଲ ପାତ୍ରା ଏହି ଲେଖାରେ ଉଲ୍ଲେଖ କରିଛନ୍ତି । ଭୁ-ରାଜନୈତିକ ସମସ୍ୟା ସହିତ ଜଳବାୟୁଜନିତ ସମସ୍ୟା ଦରଦାମ ସ୍ଥିତିକୁ ବିଗାଡିବା ଆଶଙ୍କା ରହିଥିବା ସେ କହିଛନ୍ତି । ଆଗକୁ ମୁଦ୍ରାସ୍ଫୀତି ଉପରେ ଖାଦ୍ୟ ଦର ଅସ୍ଥିରତାର ପ୍ରଭାବ ରହିବ । ତେବେ ଦରଦାମରେ ସ୍ଥିରତା ଆଣିବା ପାଇଁ ଆର୍‌ବିଆଇ କାର୍ଯ୍ୟ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚରେ ଦେଶର ଖାଉଟି ମୂଲ୍ୟ ସୂଚକାଙ୍କ(ସିପିଆଇ)ଭିତ୍ତିକ ମୁଦ୍ରାସ୍ଫୀତି ୪.୯%କୁ ହ୍ରାସ ପାଇଛି । ପୂର୍ବ ଦୁଇଟି ମାସରେ ଏହା ହାରାହାରି ୫.୧% ମଧ୍ୟରେ ଥିଲା । ପ୍ରକାଶଯୋଗ୍ୟ, ୨୦୨୪-୨୫ ଆର୍ଥିକବର୍ଷରେ ଭାରତର ଅର୍ଥନୈତିକ ବିକାଶ ହାର ୬.୮% ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏହାର ସଂଶୋଧିତ ଆକଳନରେ କହିଛି । 

ପୂର୍ବରୁ ଜାନୁଆରୀରେ ଏହା ଅନୁମାନ କରିଥିଲା ଯେ, ଆଲୋଚ୍ୟ ସମୟରେ ଭାରତର ବିକାଶ ହାର ୬.୫% ରହିବ । ତେବେ ୨୦୨୫-୨୬ ପାଇଁ ଆଇଏମ୍‌ଏଫ୍‌ ଅଭିବୃଦ୍ଧି ଆକଳନକୁ ୬.୫%ରେ ଅପରିବର୍ତ୍ତିତ ରଖିଛି । ଅନ୍ୟାନ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟ ବିତ୍ତୀୟ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ଭାରତର ଅଭିବୃଦ୍ଧି ଆକଳନକୁ ବଢ଼ାଯିବା ପରେ ଆଇଏମ୍‌ଏଫ୍‌ ଏହାର ଅନୁମାନକୁ ବଢ଼ାଇଥିବା ଜଣାପଡ଼ିଛି । ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ସୁଧାର ହାରାହାରି ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ସଂସ୍ଥାଗୁଡ଼ିକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ, ଚଳିତ ଆର୍ଥିକବର୍ଷ ଭାରତର ହାରାହାରି ବାସ୍ତବ ଜିଡିପି ଅଭିବୃଦ୍ଧି ହାର ପାଖାପାଖି ୮% ରହିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏହାର ଏକ ରିପୋର୍ଟରେ ଉଲ୍ଲେଖ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.