ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବେବି ଫୁଡ୍‌ କମ୍ପାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ନମୁନା ସଂଗ୍ରହ କରୁଛି ଏନଫୋର୍ସମେଣ୍ଟ ଟିମ୍

ନୂଆଦିଲ୍ଲୀ,୦୭/୦୫: ନେସ୍‌ଲେ ଭଳି ପ୍ରମୁଖ କମ୍ପାନିର ବେବି ଫୁଡ୍‌ ସେରେଲାକ୍‌ରେ ଆବଶ୍ୟକତାଠାରୁ  ଅଧିକ ପରିମାଣର ସୁଗାର ଅଂଶ ରହିଥିବା ଅଭିଯୋଗ ଆସିଥିଲା । ଏଭଳି ଗୁରୁତର ଦିଗକୁ ନଜରରେ ରଖି ଏବେ ଖାଦ୍ୟ ସୁରକ୍ଷା ନିୟାମକ ସାରା ଦେଶରେ  ଏକ ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ  କରିଛନ୍ତି । ଏଥିରେ ଶିଶୁଙ୍କ ଖାଦ୍ୟ ପ୍ରସ୍ତୁତ  କରୁଥିବା କମ୍ପାନିଗୁଡିକର ଉତ୍ପାଦର  ନମୁନା ସଂଗ୍ରହ କରାଯାଉଛି । କମ୍ପାନିଗୁଡିକ ଧାର୍ଯ୍ୟ ମାନକ ମଧ୍ୟରେ ଉତ୍ପାଦ ପ୍ରସ୍ତୁତ  କରିଛନ୍ତି କି ନାହିଁ ସେ ସମ୍ପର୍କରେ କଡାକଡି  ଭାବେ ଯାଞ୍ଚ କରାଯିବ । 

ନିୟମ ଅବମାନନା  କରିଥିବା କମ୍ପାନିଗୁଡିକ ବିରୋଧରେ  ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ  (ଏଫ୍‌ଏସ୍‌ଏସ୍‌ଏଆଇ) ଏକ ପ୍ରେସ  ବିବୃତ୍ତିରେ କହିଛି । ଏଫ୍‌ ଏସ୍‌ଏସ୍‌ ଆଇନ  ୨୦୦୬ ଅନୁସାରେ ଖାଦ୍ୟ ଉତ୍ପାଦନ  ଏବଂ ବିତରଣ କ୍ଷେତ୍ରରେ କମ୍ପାନିଗୁଡିକ  ନିଶ୍ଚିତ ପକ୍ଷେ ଆଇନ ପରିସରଭୁକ୍ତ ।  ଅନୁପାଳନ ଅବମାନନା କ୍ଷେତ୍ରରେ  ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ  ନିଆଯିବ । ସିଙ୍ଗାପୁର ଏବଂ ହଂକଂରେ  ଭାରତୀୟ ମସଲା ବ୍ରାଣ୍ଡ୍‌ ଏମ୍‌ଡିଏଚ୍‌  ଏବଂ ଏଭରେଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ  ପରଠାରୁ ଭାରତୀୟ ଖାଦ୍ୟ ନିୟାମକଙ୍କ  କାର୍ଯ୍ୟଧାରା ଏବେ ବେଶ ଚର୍ଚ୍ଚାରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.