ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଅକ୍ଷୟ ତୃତୀୟା ପୂର୍ବରୁ ମହଙ୍ଗା ହେଲା ସୁନା, ୧୦ ଗ୍ରାମ ପିଛା ୪୩୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୦୭/୦୫: ଅକ୍ଷୟ ତୃତୀୟା ପୂର୍ବରୁ ଉଭୟ ସୁନା  ଓ ରୁପା ଦରରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଇଣ୍ଡିଆ ବୁଲିଅନ ଆଣ୍ଡ  ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ଡାଟା ମୁତାବକ, ୨୪  କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୪୩୦ ଟଙ୍କା ମହଙ୍ଗା ହୋଇ  ୭୧,୬୨୧ ଟଙ୍କା ଛୁଇଁଛି । ସେହିଭଳି କିଲୋ ପିଛା ରୁପା ଦର ୯୭୬  ଟଙ୍କା ମହଙ୍ଗା ହୋଇ ୮୦,୯୬୫ ଟଙ୍କା ସ୍ତରରେ ରହିଛି । ୩ ମେରେ  ରୁପା ଦର କିଲୋ ପିଛା ୭୯,୯୯୮ ଟଙ୍କା ସ୍ତରରେ ଥିଲା । ଚଳିତ  ମାସ ୧୦ରେ ଅକ୍ଷୟ ତୃତୀୟା ପଡୁଛି । ଏହି ଦିନ ସୁନା କ୍ରୟକୁ ଶୁଭ  ବୋଲି ବିଚାର କରାଯାଇଥାଏ । 

ଆଇବିଜେଏ ମୁତାବକ, ଚଳିତ ବର୍ଷ ସୁନା ୮୨୬୯ ଟଙ୍କା ବୃଦ୍ଧି  ହୋଇଛି । ଜାନୁଆରି ପହିଲାରେ ସୁନା ଦର ୬୩,୩୫୨ ଟଙ୍କା ସ୍ତରରେ  ଥିଲା । ଯାହା ଏବେ ୭୧,୬୨୧ ଟଙ୍କା ଛୁଇଁଛି । ସେହିଭଳି କିଲୋ ପିଛା  ରୁପା ଦର ୭୩,୯୯୫ ଟଙ୍କାରୁ ବୃଦ୍ଧି ହୋଇ ୮୦,୯୬୫ ଟଙ୍କା ଛୁଇଁଛି ।  ବିଘ୍ନହର୍ତ୍ତା ଗୋଲ୍ଡର ଅଧ୍ୟକ୍ଷ ମହେନ୍ଦ୍ର ଲୁନିଆ କହିଛନ୍ତି, ୨୦୩୦ ସୁଦ୍ଧା  ୧୦ ଗ୍ରାମ ପିଛା ସୁନା ଦର ୧.୬୮ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇପାରେ ।  ଯୁଦ୍ଧ ଏବଂ ବିଶ୍ୱ ମାନ୍ଦାବସ୍ଥା କାରଣରୁ ସୁନା ଦରରେ ବୃଦ୍ଧି ହେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.