ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

PNB ରେ ଆକାଉଣ୍ଟ ଥିଲେ ହୋଇଯାଆନ୍ତୁ ସତର୍କ,ମାସକରେ ବନ୍ଦ ହୋଇପାରେ ଏହି ଆକାଉଣ୍ଟ !

ନୂଆଦିଲ୍ଲୀ,୭।୫: କ’ଣ ଆପଣଙ୍କ ଆକାଉଣ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି)ରେ ରହିଛି ? ଯଦି ହଁ ତେବେ ଖବର ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପିଏନ୍‌ବି ପକ୍ଷରୁ ସେହି ଗ୍ରାହକ କିମ୍ବା ଆକାଉଣ୍ଟ ହୋଲ୍ଡର୍ସଙ୍କୁ ଆର୍ଲଟ ଜାରି କରାଯାଇଛି, ଯାହାଙ୍କ ଖାତାରେ ଗତ ତିନି ବର୍ଷ ହେବ କୌଣସି ଟ୍ରାଞ୍ଜାକସନ୍ ନାହିଁ ଓ ସେହି ଆକାଉଣ୍ଟରେ ଟଙ୍କା ମଧ୍ୟ ନାହିଁ। ଏଭଳି ଖାତାକୁ ଏକ ମାସରେ ବନ୍ଦ କରିଦିଆଯିବ।  ଏଭଳି ସ୍ଥିତିରେ ଯଦି ଆପଣ ମଧ୍ୟ ନିଜର ପିଏନ୍‌ବି ଆକାଉଣ୍ଟରେ ୩ ବର୍ଷ ହେବ କୌଣସି ଲେଣ-ଦେଣ ନକରନ୍ତି, ତେବେ ଧାର୍ଯ୍ୟ କରାଯାଇଥିବା ସମୟରେ ନିଶ୍ଚିତ କରନ୍ତୁ। 

ପବ୍ଲିକ୍ ସେକ୍ଟରରେ ପିଏନ୍‌ବି ନିଜ ଗ୍ରାହକଙ୍କୁ ଚେତାବନୀ ଦେଇ କହିଛି, ଯଦି ତାଙ୍କ ଖାତାରେ ଗତ ତିନି ବର୍ଷରେ କୌଣସି ପ୍ରକାର ଲେଣ ଦେଣ ହୋଇନି ଓ ତାଙ୍କ ଆକାଉଣ୍ଟରେ ବାଲାନ୍ସ ନାହିଁ, ତେବେ ଏକ ମାସରେ ଏହି ଖାତାକୁ ସସପେଣ୍ଡ କରି ଦିଆଯିବ। ଏହି ପଦକ୍ଷେପ ପିଏନ୍‌ବି ଦ୍ବାରା ଅପରେଟ୍‌ ନ ହୋଇଥିବା ଏଭଳି ଖାତାର ମିସ୍‌ୟୁଜକୁ ରୋକିବା ପାଇଁ ଉଠାଯାଇଛି। ନୋଟିଫିକେସନ୍ ଜାରି କରି ପିଏନ୍‌ବି କହିଛି, ଏଭଳି ସବୁ ଖାତାର କ୍ୟାଲକୁଲେସନ୍ ୩୦ ଏପ୍ରିଲ ୨୦୨୪ ଆଧାରରେ କରାଯିବ।

ପିଏନ୍‌ବି ନ୍ୟାସନାଲ ବ୍ୟାଙ୍କ ନିଜର ନୋଟିଫିକେସନ୍‌ରେ ସ୍ପଷ୍ଟ କରିଛନ୍ତି ଏକ ମାସ ପରେ ଏଭଳି ଆକାଉଣ୍ଟକୁ ବିନା ନୋଟିସ୍‌ରେ ବନ୍ଦ କରି ଦିଆଯିବ। ତେବେ ଏଭଳି ଆକାଉଣ୍ଟ, ଯାହାକି ଡିମାଟ୍ ଖାତା ସହ ଲିଙ୍କ ଅଛି, ତାକୁ ବନ୍ଦ କରାଯିବନି। ସେଭଳି ୨୫ ବର୍ଷରୁ କମ୍ ବୟସର ଗ୍ରାହକ ଥିବା ଷ୍ଟୁଡେଣ୍ଟ ଆକାଉଣ୍ଟ, ନାବାଳିକାଙ୍କ ଖାତା, SSY/PMJJBY/PMSBY/APY ଭଳି ସ୍କିମ୍‌ ପାଇଁ ଖୋଲାଯାଇଥିବା ଖାତାକୁ ମଧ୍ୟ ସସପେଣ୍ଡ କରାଯିବନି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.