ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ଜିଏସ୍‌ଟି ସହିତ ସେବା ଶୁଳ୍କ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ, ଗ୍ରାହକଙ୍କ ବୋଝ ଦ୍ୱିଗୁଣା କରୁଛନ୍ତି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ ୦୪/୦୫: ହୋଟେଲ  ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଗ୍ରାହକଙ୍କଠାରୁ  ଜିଏସ୍‌ଟି ସହିତ ସେବା ଶୁଳ୍କ ବି ଆଦାୟ  କରୁଛନ୍ତି । ରେଷ୍ଟୁରାଣ୍ଟ ବିଲ୍‌ ସହିତ ଏହା  ମିଶିଗଲେ ଗ୍ରାହକଙ୍କ ବୋଝ ଦୁଇଗୁଣା  ହୋଇଯାଉଥିବା ଆଜି ଦିଲ୍ଲୀ ହାଇକୋର୍ଟ  କହିଛନ୍ତି । ତେବେ ଖାଦ୍ୟ ପାଇଁ ଏତେ  ମାତ୍ରାରେ ବିଲ୍‌ ଦେବା ଗ୍ରାହକଙ୍କ ପାଇଁ  ଅତି ମାତ୍ରାରେ ଅଧିକ ହୋଇଯାଉଥିବା  କୋର୍ଟ କହିଛନ୍ତି ।  

ଏଥିପାଇଁ କୋର୍ଟ ନ୍ୟାସ୍‌ନାଲ  ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ  ଏବଂ ଫେଡେରେଶନ୍‌ ଅଫ୍‌ ହୋଟେଲ୍ସ  ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏସନ୍ସକୁ  ପ୍ରଶ୍ନ କରିଛନ୍ତି । ଏହି ସେବା ଦେୟର  ପରିଭାଷାକୁ ବଦଳାଇବା ପାଇଁ ଜଷ୍ଟିସ୍‌  ପ୍ରତିଭା ସିଂହ ସଂଘଗୁଡ଼ିକୁ ନିର୍ଦ୍ଦେଶ  ଦେଇଛନ୍ତି । ଗ୍ରାହକଙ୍କୁ ସର୍ଭିସ ଚାର୍ଜ  ବାବଦରେ ସ୍ପଷ୍ଟ କରିବା ପାଇଁ ସେ  କହିଛନ୍ତି । ‘ସର୍ଭିସ ଚାର୍ଜ’କୁ ‘ଷ୍ଟାଫ  ଚାର୍ଜ’ ଭାବେ ନାମିତ କରିବା ଉଚିତ  ବୋଲି ଜଷ୍ଟିସ ସିଂହ କହିଛନ୍ତି । 

ଷ୍ଟାଫ୍‌ ଚାର୍ଜକୁ ଲୋକେ କୌଣସି  ପ୍ରକାର ସରକାରୀ ଟିକସ କିମ୍ବା ସେବା  ଟିକସ ବୋଲି ନ ଭାବନ୍ତୁ ସେଥିପାଇଁ  ଏହି ଶଦ୍ଦକୁ ସର୍ଭିସ ଟାକ୍ସ ଭାବେ  ସମ୍ବୋଧିତ ନ କରି ‘ଷ୍ଟାଫ୍‌ ଚାର୍ଜ’  ଭାବେ ନାମିତ କରିବା ପାଇଁ ହୋଟେଲ  ଏବଂ ରେଷ୍ଟୁରାଣ୍ଟ ସଂଘଗୁଡ଼ିକୁ ନିର୍ଦ୍ଦେଶ  ଦିଆଯାଇଛି ।  

ଗ୍ରାହକଙ୍କ ଉପରେ ଅଯଥା ବୋଝ  ଲଦାଯାଉଥିବାବେଳେ ଏହା ଉପରେ  ଅଙ୍କୁଶ ଲଗାଇବା ପାଇଁ କେତେକ  ଗାଇଡ୍‌ଲାଇନ୍‌ ଜାରି ହୋଇଛି ।  ଗାଇଡ୍‌ଲାଇନ୍‌ ଅନୁସାରେ ହୋଟେଲ  ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଅନ୍ୟ ନାଁରେ  ‘ସର୍ଭିସ ଚାର୍ଜ’ ଆଦାୟ କରିପାରିବେ  ନାହିଁ । ସାଧାରଣତଃ ହୋଟେଲ ଏବଂ  ରେଷ୍ଟୁରାଣ୍ଟଗୁଡ଼ିକ ଖାଦ୍ୟ ବିଲ୍‌ ଉପରେ  ୧୦%ର ସର୍ଭିସ ଚାର୍ଜ ଆଦାୟ କରିଥାନ୍ତି ।  ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ମେ’  ୨୯ରେ ହେବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.