ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍କୋଡା କୁସାକ, ସ୍ଲାଭିଆରେ ଏମ୍‌ୱାଇ୨୪ ଅପ୍‌ଡେଟ୍, ଉଭୟ ମଡେଲରେ ରହିଛି ୬ ଏୟାର ବ୍ୟାଗ୍

ଭୁବନେଶ୍ୱର,୦୪/୦୫: ଏମ୍‌ୱାଇ ୨୪ ଅପଡେଟ ସହ ନିରାପତ୍ତାକୁ ଆହୁରି ଦୃଢ଼  କରିଛନ୍ତି ସ୍କୋଡା କୁସାକ ଏବଂ ସ୍ଲାଭିଆ । ଏହି ମଡେଲଗୁଡିକ ୫ ଷ୍ଟାର ରେଟିଂ ସହ ଆସିଛି । ଉଭୟ ମଡେଲରେ ୬ ଏୟାର ବ୍ୟାଗ୍‌ ସ୍ଥାନିତ  କରାଯାଇଛି । ଯାହା ସୁରକ୍ଷାକୁ ପରିବର୍ଦ୍ଧିତ କରୁଛି । କମ୍ପାନି ସମ୍ପୂର୍ଣ୍ଣ ସୁରକ୍ଷିତ, ୫ ଷ୍ଟାର  ରେଟିଂ ଏବଂ କ୍ରାସ ପରୀକ୍ଷଣ ଫ୍ଲିଟ୍‌ ପ୍ରଦାନ  କରୁଛି । ନୂଆ ଅପଡେଟ୍‌ ସହ ଏହାର ବେସ୍‌ ଭାରିଆଣ୍ଟରୁ ସ୍ଥାନିତ ରହିଛି ଏୟାରବ୍ୟାଗ ।  କମ୍ପାନି ଏହାର ଉତ୍ପାଦ କ୍ଷେତ୍ରରେ ନିରନ୍ତର  ପରୀକ୍ଷଣ ଜାରି ରଖିବା ସହ ପ୍ରଥମ  ଇଲେକ୍ଟ୍ରିକ ସିଟ୍‌ ଗତ ବର୍ଷ ଆରମ୍ଭ କରିଥିଲା ।  ସୁପର୍ବ ମଡେଲ ଏବଂ ସମ୍ପୂର୍ଣ୍ଣ ନୂଆ କମ୍ପାକ୍ଟ ଏସ୍‌ୟୁଭି ମଡେଲ ଏହା ଶୁଭାରମ୍ଭ କରିଛି ।  ମେଡ୍‌ ଫର୍‌ ଇଣ୍ଡିଆ ଲାଗି କମ୍ପାନି ଏମ୍‌ୱାଇ  ୨୪ ଅପଡେଟ ସହ ୱାର୍ଲଡ ଇଣ୍ଡିଆ ୨.୦  ଉତ୍ପାଦ ପୋର୍ଟଫୋଲିଓକୁ ଦୃଢ଼ କରିବାକୁ  ଏବେ ପ୍ରସ୍ତୁତ ରହିଛି। 

ଏ ଅବସରରେ ସ୍କୋଡା  ଅଟୋ ଇଣ୍ଡିଆର  ବ୍ରାଣ୍ଡ୍‌ ନିର୍ଦ୍ଦେଶକ  ପେଟ୍‌ର ଜାନେବା  କହିଛନ୍ତି, ଯାନର  ନିରାପତ୍ତାକୁ କମ୍ପାନି  ସର୍ବୋଚ୍ଚ ପ୍ରାଥମିକତା  ଦେଇଆସିଛି । ପ୍ରଥମ  ବ୍ରାଣ୍ଡ୍‌ ଭାବେ ଉଭୟ ଶିଶୁ  ଏବଂ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଗ୍ଲୋବାଲ  ଏନ୍‌କ୍ୟାପ୍‌ କ୍ଷେତ୍ରରେ ୫ ଷ୍ଟାର ରେଟିଂ  ପାଇଛୁ । ନୂଆ ଏମ୍‌ୱାଇ ୨୪ ଅପଡେଟରେ  ଷ୍ଟାଣ୍ଡାର୍ଡ ଭାବେ ୬ ଏୟାର ବ୍ୟାଗ ପ୍ରଦାନ  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.