ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ପିଆଜ ରପ୍ତାନି ଉପରୁ କଟକଣା ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପିଆଜ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି କେନ୍ଦ୍ର ସରକାର । ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜରିଆରେ ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି । ଏହା ସହ ପ୍ରତି ଟନ୍ ପିଆଜ ଲାଗି ୫୫୦ ଡଲାର (୪୬ ଟଙ୍କା ପ୍ରତି କେଜି) ରପ୍ତାନି ଦର ଧାର୍ଯ୍ୟ କରାଯାଇଛି । ସେହିଭଳି ୪୦  ପ୍ରତିଶତ ରପ୍ତାନି ଶୁଳ୍କ ମିଶାଇଲେ ପିଆଜ ଟନ୍‌ ପ୍ରତି ୭୭୦ ଡଲାର ହେବ । 

ରବି ଓ ଖରିଫ ଫସଲରେ ଆନୁମାନିକ ଅଭାବ ଯୋଗୁଁ ପିଆଜର ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଗତ ବର୍ଷ ଡିସେମ୍ବରରେ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ଗତ ମାସରେ କେନ୍ଦ୍ର ସରକାର ବାଂଲାଦେଶ, ୟୁଏଇ, ଭୁଟାନ, ବାହାରିନ, ମରିସସ ଓ ଶ୍ରୀଲଙ୍କା ଭଳି ୬ଟି ଦେଶକୁ ୯୯ ହଜାର ମେଟ୍ରିକ ଟନ୍ ପିଆଜ ରପ୍ତାନି ପାଇଁ ଅନୁମତି ଦେଇଥିଲେ ।

ସେପଟେ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ଗତ କିଛି ମାସ ହେବ ପିଆଜ ରପ୍ତାନି ବନ୍ଦ କରିଥିଲେ। ଦେଶରେ ପିଆଜ ମୁଦ୍ରାସ୍ଫୀତିରୁ ଜନସାଧାରଣ ଯେପରି ମୁକ୍ତି ପାଇପାରିବେ ସେଥିପାଇଁ ସରକାର ପିଆଜ ରପ୍ତାନି ବନ୍ଦ କରିଥିଲେ । ଏହା ପୂର୍ବରୁ ୪-୫ ବର୍ଷ ମଧ୍ୟରେ ୧୭ରୁ ୨୫ ଲକ୍ଷ ଟନ୍‌ ପିଆଜ ରପ୍ତାନି କରୁଥିଲା ଭାରତ । 

କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪ ରେ ପିଆଜ ଉତ୍ପାଦନ ପ୍ରାୟ ୨୫୪.୭୩ ଲକ୍ଷ ଟନ୍ ହେବ ବୋଲି ଆଶା କରାଯାଉଛି। ଗତବର୍ଷ ଏହି ପରିମାଣ ୩୦୨.୦୮ ଲକ୍ଷ ଟନ୍ ଥିଲା । ଗତବର୍ଷ ଅପେକ୍ଷା ୨୦୨୪ରେ ପିଆଜ ଉତ୍ପାଦନ ହ୍ରାସ ପାଇଛି । ଏଥର ମହାରାଷ୍ଟ୍ରରେ ସର୍ବାଧିକ ୩୪.୩୧ ଲକ୍ଷ ଟନ ପିଆଜ ଉତ୍ପାଦନ ହ୍ରାସ ହୋଇଥିବା ବେଳେ କର୍ଣ୍ଣାଟକରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୯.୮୫ ଲକ୍ଷ ଟନ ପିଆଜ କମ୍‌ ଉତ୍ପାଦନ ହୋଇଛି । 

ଭାରତରେ ପିଆଜ ମୁଖ୍ୟତଃ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ଚାଷ କରାଯାଏ । ସରକାର ପିଆଜର ସଂରକ୍ଷଣରେ ମଧ୍ୟ ଉନ୍ନତି ଆଣିଛନ୍ତି। ପିଆଜ ସଂରକ୍ଷଣ କ୍ଷମତା ୧୨୦୦ ଟନ୍ରୁ ୫୦୦୦ ଟନ୍କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ପିଆଜ ନଷ୍ଟ କମିବ ବୋଲି ସରକାର ଆଶା ରଖିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.