ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପୁଣି ଅଲୋଡ଼ା ଶିଶୁକନ୍ୟା, ଡ୍ୟାମ୍ ନିକଟରୁ ନବଜାତକ ଉଦ୍ଧାର

Published By : Rasmita Pradhan | December 5, 2024 1:24 PM

ବଲାଙ୍ଗୀର, ୦୫।୧୨ : ପୁଣି ଅଲୋଡ଼ା ଶିଶୁକନ୍ୟା। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଗାଈଖାଇ ଡ୍ୟାମ୍ ନିକଟରୁ ନବଜାତକ ଉଦ୍ଧାର। ଶିଶୁକନ୍ୟାକୁ ମେଡିକାଲରେ ଭର୍ତ୍ତି କଲା ଶିଶୁ ସୁରକ୍ଷା ୟୁନିଟ୍।

ସୂଚନାନୁଯାୟୀ, ବଲାଙ୍ଗୀର ଟାଉନ୍‌ର ଜଣେ ବ୍ୟକ୍ତି ୩ ଦିନ ତଳେ ଗାଈଖାଇ ଡ୍ୟାମ୍ ନିକଟରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରିଥିଲେ। ଶିଶୁଟିକୁ କେହି ପେପରରେ ଗୁଡାଇ ଡ୍ୟାମ୍ ନିକଟରେ ଛାଡି ଚାଲିଯାଇଥିଲା। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ପୋଲିସ କିମ୍ଵା ପ୍ରଶାସନକୁ ଖବର ଦେବା ପରିବର୍ତ୍ତେ ନିଜ ପାଖରେ ରଖିଥିଲେ। ହେଲେ ୩ ଦିନ ପରେ ସେ ପ୍ରଶାସନକୁ ଜଣାଇଥିଲେ। ଶେଷରେ ଖବର ପାଇ ଶିଶୁ ସୁରକ୍ଷା ୟୁନିଟ୍ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ଏନେଇ କାହିଁକି ପ୍ରଥମେ ପ୍ରଶାସନକୁ ଜଣାଇଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ପୁଣି ଅଲୋଡ଼ା ଶିଶୁକନ୍ୟା, ପୋଖରୀ କୂଳରୁ ନବଜାତ ଉଦ୍ଧାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.