ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ମଞ୍ଜିନ୍ଦର ସିଂହ ଲାଲପୁରାଙ୍କୁ କୋର୍ଟ ଚାରି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ବୁଧବାର (ସେପ୍ଟେମ୍ବର ୧୦) ଦିନ କୋର୍ଟ ଖାଦୁର ସାହିବ ବିଧାୟକଙ୍କୁ ୧୨ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟଙ୍କ ରାୟ ପରେ ବିଧାୟକଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର (ସେପ୍ଟେମ୍ବର ୧୨) ଦିନ କୋର୍ଟ ତାଙ୍କ ରାୟ ଦେଇଥିଲେ। ଲାଲପୁରାଙ୍କ ସହିତ ଆହୁରି ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୦୧୩ ମାର୍ଚ୍ଚ ୩ ତାରିଖରେ ପୀଡିତାଙ୍କୁ ତରନତାରନର ଗୋଇନ୍ଦୱାଲ ସାହିବରେ ଏକ ବିବାହ ଉତ୍ସବରେ କିଛି ପୁଲିସ କର୍ମଚାରୀ, ମଞ୍ଜିନ୍ଦର ସିଂହ ଲାଲପୁରା ଏବଂ ଅନ୍ୟ ଅଭିଯୁକ୍ତମାନେ ଦୁର୍ବ କରିଥିଲେ

ଆଇପିସିର ଧାରା ୩୫୪, ୩୨୩, ୫୦୬,୧୪୮,୧୪୯ ଏବଂ ଏସସି-ଏସଟି ଆଇନ ଅନୁଯାୟୀ ମଞ୍ଜିନ୍ଦର ସିଂହ, ପୁଲିସ କର୍ମଚାରୀ ଏବଂ ଅନ୍ୟ ତିନି ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ଯଦି କୌଣସି ବିଧାୟକଙ୍କୁ ଦୁଇ ବର୍ଷରୁ ଅଧିକ ଜେଲଦଣ୍ଡ ହୁଏ, ତେବେ ତାଙ୍କର ବିଧାନସଭାର ସଦସ୍ୟତା ରଦ୍ଦ ହେବାର ନିୟମ ରହିଛି । ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା, ସେତେବେଳେ ମଞ୍ଜିନ୍ଦର ସିଂହ ଲାଲପୁରା ଜଣେ ଟ୍ୟାକ୍ସି ଡ୍ରାଇଭର ଥିଲେ ୨୦୨୨ ମସିହାରେ ଆପ ଲାଲପୁରାଙ୍କୁ ତରନତାରନର ଖାଦୁର ସାହିବ ଆନରୁ ଟିକେଟ ଦେଇଥିଲା ଏବଂ ସେ କଂଗ୍ରେସକୁ ୫୫ ହଜାର ୭୫୬ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ

ସେପଟେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ସ୍ୱତଃ ତଦନ୍ତ କରି ପୀଡିତା ଏବଂ ଗ୍ରାମର ସରପଞ୍ଚଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୧୯ ମାର୍ଚ୍ଚ ୨୦୧୩ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଜଡିତ ଜଣ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ