ପ୍ରମୂଖ ଖବର
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଗୋଟିଏ ହାତରେ ସ୍ପିରିଟ୍ ଅନ୍ୟ ହାତରେ ଦିଆସିଲ, କେଜ୍ରିୱାଲଙ୍କୁ ଜୀଅନ୍ତା ଜଳାଇବାକୁ ଚେଷ୍ଟା : ଆପ୍‌ର ଦାବି

Published By : Prameya | November 30, 2024 10:46 PM

ନୂଆଦିଲ୍ଲୀ : ଆଜି ଦକ୍ଷିଣ ଦିଲ୍ଲୀରେ  ଅରବିନ୍ଦ କେଜ୍ରିୱାଲଙ୍କ ସହ ଘଟିଛି ଅଭାବନୀୟ ଘଟଣା। ତାଙ୍କ ଉପରେ ଜଣେ ବ୍ୟକ୍ତି ଲିକ୍ୱିଡ୍‌ ଫିଙ୍ଗି ହମଲା କରିବାକୁ ଚେଷ୍ଟା କରୁଥିଲେ। ଏହି ଘଟଣା ସେହି ସମୟରେ ହୋଇଛି, ଯେଉଁ ସମୟରେ ଅରବିନ୍ଦ କେଜ୍ରିୱାଲ ଗ୍ରେଟର କୈଳାସ ଅଞ୍ଚଳରେ ପଦଯାତ୍ରା କରୁଥିଲେ। ଏହି ସମୟରେ କେଜ୍ରିୱାଲଙ୍କ ପାଖରେ ଅନେକ ଲୋକ ଉପସ୍ଥିତ ଥିଲେ। ହେଲେ ଖୁବ୍‌ ଶୀଘ୍ର ଲୋକେ ଲିକ୍ୱିଡ୍‌ ଫିଙ୍ଗି ଥିବା ବ୍ୟକ୍ତିଙ୍କୁ ଧରି ପକାଇ ଥିଲେ। ଅନ୍ୟପଟେ ଆମ୍‌ ଆଦମୀ ପାର୍ଟି ଏହି ହମଲାକୁ ନେଇ ବଡ଼ା ଦାବି କରୁଛି। 

ଆପ୍‌ର ନେତା ତଥା ଦିଲ୍ଲୀ ସରକାରଙ୍କର ମନ୍ତ୍ରୀ ସୌରଭ ଭରଦ୍ୱାଜ ଦାବି କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ  ଜୀଅନ୍ତା ଜଳାଇବାକୁ ଚେଷ୍ଟା କରାଯାଉ ଥିଲା। ଯେଉଁ ବ୍ୟକ୍ତି କେଜ୍ରିୱାଲଙ୍କ ଉପରେ ଲିକ୍ୱିଡ୍‌ ଫିଙ୍ଗିଛନ୍ତି, ତାଙ୍କର ଗୋଟିଏ ହାତରେ ସ୍ପିରିଟ ଓ ଆଉ ଏକ ହାତରେ ଦିଆସିଲି ଥିଲା। ସେ ସ୍ପିରିଟ ଫିଙ୍ଗିବାରେ ତ ସଫଳ ହେଲା, ହେଲେ ଦିଆସିଲ ଜଳାଇ ପାରି ନଥିଲା। ଏହି ସ୍ପିରିଟ କେଜ୍ରିୱାଲ ଜୀ ଓ ମୋ ଉପରେ ପଡ଼ିଥିଲା। 

ସେ କହିଛନ୍ତି , ଆଜି ଦିଲ୍ଲୀର ମଧ୍ୟ ଭାଗରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜିଅନ୍ତା ଜଳାଇବାକୁ ଚେଷ୍ଟା ହୋଇଛି । ଏହା ବହୁତ ଗମ୍ଭୀର କଥା। ଯେବେ ଠାରୁ କେଜ୍ରିୱାଲ ପଦଯାତ୍ରା ଆରମ୍ଭ କରିଛନ୍ତି , ବିଜେପିକୁ ନିଦ ଆସିବା ବନ୍ଦ ହୋଇ ଯାଇଛି। ତାକୁ ୩ୟ ଥର ଦିଲ୍ଲୀରେ ପରାଜୟ ନଜର ଆସୁଛି। ଏଥିରେ ବିଜେପି ଖୁବ୍‌ ତଳକୁ ଓହ୍ଲାଇ ଆସିଛି। 

ସେ କହିଛନ୍ତି ଏମିତି ହମଲା ପ୍ରଥମ ଥର ନୁହେଁ । ବିକାଶପୁରୀରେ କେଜ୍ରିୱାଲଙ୍କୁ ଉପରେ ପ୍ରାଣଘାତୀ ହମଲା ହୋଇଥିଲା। ପୁଲିସ ଦେଖି ହସୁଥିଲା। ନାଙ୍ଗଲୋଇରେ ବିଜେପିର ଗୁଣ୍ଡାମାନେ ହମଲା କଲେ। ବୁରାଡିରେ ମଧ୍ୟ ଆକ୍ରମଣର ଚେଷ୍ଟା କରାଗଲା । ଆଜି ମଧ୍ୟ ଅଧା ପ୍ରୟାସ ସଫଳ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.