ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଏଆଇର ନୂଆ କମାଲ, ଏବେ ସ୍ୱରରୁ ଚିହ୍ନଟ ହେବ ମଧୁମେହ

Published By : Krishna Priya | March 11, 2025 11:08 AM

ନୂଆଦିଲ୍ଲୀ ୧୧/୦୩: ଏଣିକି ସ୍ୱରରୁ ଚିହ୍ନଟ ହେବ ମଧୁମେହ। ମାତ୍ର ୨୫ ସେକେଣ୍ଡର ଭଏସ୍‌ ରେକର୍ଡିଂ ମାଧ୍ୟମରେ ଜଣାପଡିବ ଯେ, ଜଣେ ବ୍ୟକ୍ତି ମଧୁମେହରେ ପୀଡିତ ଅଛନ୍ତି କି ନାହିଁ। ଲକଜମର୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥର ବୈଜ୍ଞାନିକମାନେ ଏକ ନୂତନ ଗବେଷଣାରୁ ଏହି କଥା ଜାଣିବାକୁ ପାଇଛନ୍ତି। ତେବେ ମଧୁମେହରେ ପୀଡିତ ଲୋକଙ୍କ ସ୍ୱରରେ ଏକ ସ୍ୱତନ୍ତ୍ର ପ୍ରକାରର ପରିବର୍ତ୍ତନ ହୋଇଥାଏ। ଯାହାକୁ ଭଏସ୍‌ ସିଗ୍ନେଚର କୁହାଯାଏ। ସେହିପରି ଏ ଲାଗି ଗବେଷକମାନେ ଏକ ବେଶେଷ ପ୍ରକାର ଏଆଇ  ଆଲଗରଦିମ୍‌ ପ୍ରସ୍ତୁତ କରିଛନ୍ତି। ଯାହାକି ସ୍ୱରରେ ହେଉଥିବା ସୂକ୍ଷ୍ମ ପରିବର୍ତ୍ତନକୁ ଚିହ୍ନଟ କରିବ। ସାଧାରଣତଃ ଟାଇପ୍‌ ୨ ମଧୁମେହ ଫୁସ୍‌ଫୁସ୍‌, ମାଂସପେଶୀ, ଶିରା ଉପରେ ପ୍ରଭାବ ପକାଏ। ଏଥିରୁ ହିଁ ସ୍ୱରରେ ସମ୍ୟକ ପରିବର୍ତ୍ତନ ପରିଲିକ୍ଷିତ ହୁଏ। ଏହି ଆଲଗରଦିମ୍‌ ୬୦୭ ଜଣଙ୍କ ସ୍ୱର ଉପରେ ପରୀକ୍ଷା କରାଯାଇଥିଲା। ଏହି ସମସ୍ତ ଲୋକଙ୍କୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟେକ୍ସଟ୍‌ ପଢାଗଲା।   ତେବେ ଏଆଇ ଆଲଗରଦିମ୍‌ ୭୧ ପ୍ରତିଶତ ପୁରୁଷ, ୬୬ ପ୍ରତିଶତ ମହିଳାଙ୍କଠାରେ ଟାଇପ୍‌ ୨ ମଧୁମେହକୁ  ସଠିକ୍‌ ଭାବରେ ଚିହ୍ନଟ କରିବାରେ ସକ୍ଷମ ଥିବା ଜଣାପଡିଲା।

ଗବେଷକଙ୍କ କହିବା କଥା, ଏହି ଚିକିତ୍ସା ପଦ୍ଧତି ମାଧ୍ୟମରେ ଭବିଷ୍ୟତରେ ଲୋକେ ଘରେ ବସି ମଧୁମେହକୁ ଚିହ୍ନଟ କରିପାରିବେ ଏବଂ ସମୟ ପୂର୍ବରୁ ନିଜର ଚିକିତ୍ସା କରାଇପାରିବେ। ଟାଇପ୍‌ ୨ ମଧୁମେହ ଫୁସଫୁସ୍‌ ଉପରେ ପ୍ରଭାବ ପକାଏ। ଯେତେବେଳେ ଜଣେ ବ୍ୟକ୍ତି କଥା କୁହନ୍ତି, ପବନ ଭଏସ୍ ବକ୍ସ ଦେଇ ଗତି କରେ ଏବଂ ଭାଇବ୍ରେସନରୁ ସ୍ୱର ଉତ୍ପନ ହୁଏ। ଏହି ପ୍ରକ୍ରିୟାରେ ବେକ ଏବଂ ଗଳାର ଛୋଟ ଛୋଟ ମାଂସପେଶୀ କାମ କରିଥାଏ। ଏହି ମାଂସପେଶୀଗୁଡିକ ଉପରେ ମଧୁମେହର ପ୍ରଭାବ ପଡିଥାଏ। ଏହି କାରଣ ଯୋଗୁଁ ମଧୁମେହରେ ପୀଡିତ ଲୋକଙ୍କ ସ୍ୱରରେ ହାଲ୍‌କା ପରିବର୍ତ୍ତନ ଦେଖାଦିଏ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.