ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚିନ୍ତା ବଢ଼ାଉଛି ଏଆଇ- ଡିପ୍‌ଫେକ୍‌: ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସେବାକୁ ବଡ଼ ରିସ୍କ, ପାରମ୍ପରିକ ସିଷ୍ଟମକୁ ମାତ୍‌ ଦେଉଛି AI ମାଲୱେର

Published By : Prameya | December 9, 2024 1:01 PM

ନୂଆଦିଲ୍ଲୀ ୦୯/୧୨: ସାଇବର ଅପରାଧ ଏବେ ଚିନ୍ତା ବଢ଼ାଇଛି । ଏ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଏବଂ ଡିପ୍‌ଫେକ୍‌ ବ୍ୟବହାର ବଢ଼ିଛି ।  ୨୦୨୫ରେ ଏଭଳି ଟୁଲ୍‌ ବ୍ୟବହାର  ସାଇବାର ଅପରାଧିଙ୍କୁ ଆହୁରି ଶକ୍ତିଶାଳୀ  କରିବା ନେଇ ଆଶଙ୍କା କରାଯାଇଛି । ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସେବା ଭଳି କ୍ଷେତ୍ର ଗୁଡିକୁ ଏହା  ଦ୍ୱାରା ବଡ ରିସ୍କ ରହିଥିବା ଡାଟା ସିକ୍ୟୁରିଟି  କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଡିଏସ୍‌ସିଆଇ)  ଏବଂ ସେକ୍ରାଇଟର ସାଇବର ଥ୍ରେଟ  ରିପୋର୍ଟ ୨୦୨୫ରେ କୁହାଯାଇଛି ।  

ଏଆଇକୁ ବ୍ୟବହାର କରି ସାଇବର  ଅପରାଧି ଲୋକଙ୍କୁ ଜାଲରେ ଫସାଉଛନ୍ତି ।  ସେହିଭଳି ଡିପ୍‌ ଫେକ୍‌ ଟେକ୍ନୋଲୋଜି  ବ୍ୟବହାର ଦ୍ୱାରା ହେଉଥିବା ଆଟାକ୍‌ ଗୁଡ଼ିକୁ ଠାବ କରିବାରେ ସକ୍ଷମ ହେଉନାହାନ୍ତି  ଲୋକେ । ପାରମ୍ପରିକ ସାଇବର ନିରାପତ୍ତା ବ୍ୟବସ୍ଥାକୁ ଏଆଇ ଭିତ୍ତିକ ମାଲୱେର ମାତ୍‌ ଦେବା ସହ ଏବେ ପତିଆରା ଜାରି କଲାଣି ।  ସେହିଭଳି ଡାଟା ପଏଜନିଂ ଆଟାକ ଭଳି  ଅତ୍ୟାଧୁନିକ ଟୁଲ୍‌ ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ  ସ୍ୱୟଂଚାଳିତ ପରିବହନ ବ୍ୟବସ୍ଥାକୁ ଅକାମି  କରିଦେବା ଭଳି କ୍ଷମତା ରଖୁଛି । 

ଭରଷାଯୋଗ୍ୟ ସ୍ରୋତରୁ ଭିଡିଓ ଏବଂ  ଅଡିଓ ଗୁଡିକୁ ବ୍ୟବହାର କରି ସାଇବର  ଅପରାଧି ମାନେ ଡିପଫେକ୍‌ କଣ୍ଟେଣ୍ଟ  ବନାଉଛନ୍ତି । ଯାହାକୁ ଲୋକ ଜାଣିବା  କଷ୍ଟକର । ଅନେକ କ୍ଷେତ୍ରରେ ଏହା  ବାସ୍ତବ ବୋଲି ଲୋକେ ଭାବି ନେଉଛନ୍ତି ।  ଏଭଳି ଭାବେ ସୋସିଆଲ ଇଞ୍ଜିନିୟରିଂ  ଆଟାକ କରୁଛନ୍ତି ସାଇବର ଅପରାଧି ।  ଏବେ ଯୋଗାଣ ଶୃଙ୍ଖଳକୁ ମଧ୍ୟ ସାଇବର  ଆକ୍ରମଣର ଢ଼େର ଭୟ ରହୁଛି । 

ଏଆଇ ଟୁଲ୍‌କୁ ବ୍ୟବହାର କରି  ଅପରାଧି ମାନେ ବଡ ଧରଣର ଏବଂ ସ୍ୱୟଂ  ଚାଳିତ ଅପରେସନ ଚଳାଉଛନ୍ତି । ଏଥିଯୋଗୁ  ଏବେ ଅଧିକ ମାତ୍ରାରେ ରାନସମୱେର ଆଟାକ ଦେଖାଯାଉଛି । ଗୁରୁତ୍ୱପୂର୍ଣ୍ଣ  ଡାଟାକୁ ଚୋରି କିମ୍ବା ଲକ୍‌ କରି ଅପରାଧି  ମାନେ ଏଥିଲାଗି ଅର୍ଥ ଦାବି କରୁଛନ୍ତି ।  ଇଣ୍ଟରନେଟ ଡିଭାଇସର ବ୍ୟବହାର  ବଢ଼ୁଥିବାରୁ ନୂଆ ନୂଆ ଲୋକଙ୍କୁ ଜାଲରେ  ଫସାଇବା ଏମାନଙ୍କ ଲାଗି ସହଜ ହେଉଛି । ନିରାପତ୍ତା ନ ଥିବା ଡିଭାଇସଗୁଡିକୁ  ଡିଷ୍ଟ୍ରିବ୍ୟୁଟେଡ ଡେନିଆଲ ଅଫ୍‌ ସର୍ଭିସ  ନାମକ ଏକ ଆଟାକ କରାଯାଉଛି ।  ଏହା ଦ୍ୱାରା ଶିଳ୍ପ, ବିନିର୍ମାଣ ଏବଂ ସ୍ୱାସ୍ଥ୍ୟ  କ୍ଷେତ୍ରର ଅତ୍ୟାବଶ୍ୟକ ସେବା ଗୁଡିକୁ  ଆକ୍ରମଣ କରାଯାଉଛି । ଭାରତରେ  ସ୍ୱାସ୍ଥ୍ୟ, ଫାଇନାନ୍ସ ଏବଂ ଶକ୍ତି ଭଳି କ୍ଷେତ୍ର  ଜରୁରୀ ଭିତ୍ତିଭୂମି ବର୍ଗରେ ଆସୁଛି । 

ଏଭଳି  ସ୍ଥିତିରେ ସେବାରେ ବାଧା ଉପୁଜାଇବା,  ସମ୍ବେଦନଶୀଳ ଡାଟା ଚୋରୀ ସହ ସାଇବର ଯୁଦ୍ଧ ଦ୍ୱାରା ସମସ୍ୟା ସୃଷ୍ଟି କରିବାକୁ  ସାଇବର ଆକ୍ରମଣ ମାନେ ଜଗି ବସିଛନ୍ତି । ଏଭଳି ସ୍ଥିତିରେ ଜରୁରୀ ସେବା କ୍ଷେତ୍ର  ଗୁଡିକରେ ଯେଭଳି କୌଣସି ସମସ୍ୟା ନ  ଉପୁଯେ ତାକୁ ଧ୍ୟାନରେ ରଖି ନିରାପତ୍ତା  ବ୍ୟବସ୍ଥାକୁ ଦୃଢ଼ କରିବା ଏବଂ ନିରନ୍ତର  ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି  ବୋଲି ରିପୋର୍ଟରେ କୁହାଯାଇଛି । ଦେଶର  ୧୮ଟି ଶିଳ୍ପ କ୍ଷେତ୍ରକୁ ଏହି ସର୍ଭେରେ ସାମିଲ  କରାଯାଇଛି ।

ଏହାବାଦ ସରକାରୀ ସେବା ଯୋଗାଣ  ଲାଗି ଜାଲ୍‌ ପ୍ଲାଟଫର୍ମ ଏବଂ ଜାଲ ନିବେଶ  ପ୍ଲାଟଫର୍ମ ସୃଷ୍ଟି କରାଯାଇ ଲୋକଙ୍କୁ ଅଭିନବ  ଉପାୟରେ ଠକାଯାଉଛି । ୨୦୨୫ରେ  ଏଭଳି ହାଇବ୍ରିଡ ଥ୍ରେଟ୍‌ ଗୁଡିକର ମାତ୍ରା  ବଢ଼ିବା ନେଇ ରିପୋର୍ଟରେ କୁହାଯାଇଛି ।  ଏବେ ସାଇବର କ୍ରିମିନାଲ ମାନେ  ଅତ୍ୟାଧୁନିକ ଆପ୍ଲିକେସନ ବନାଉଛନ୍ତି ।  ସରକାରଙ୍କ ଭଳି ୱେବସାଇଟ ଓ ଆପ୍‌ର  ଅବିକଳ ନକଲ ସେମାନେ କରିପାରୁଛନ୍ତି ।  ସେହିଭଳି ନିବେଶ ଲାଗି ହେଉଥିବା  ପ୍ଲାଟଫର୍ମ ଗୁଡିକରେ ଲୋକେ ଟଙ୍କା ଜମା  କରି ଫସୁଥିବା ଘଟଣା ସାମ୍ନାକୁ ଆସୁଛି । 

ଏହାର ମାର୍କେଟିଂ, ପ୍ରଚାର ପ୍ରସାର  ଲାଗି ସେମାନେ ସୋସିଆଲ ମିଡିଆକୁ  ବ୍ୟବହାର କରୁଛନ୍ତି । ଏମିତିକି  ଇନଫ୍ଲୁଏନ୍ସର ମାର୍କେଟିଂ ସହାୟତାରେ  ଲୋକଙ୍କ ଭରଷା ସେମାନେ ଜିତୁଛନ୍ତି ।  ଏହା ଦ୍ୱାରା ଆର୍ଥିକ ଠକେଇ, ପରିଚୟ  ଚୋରୀ, ସରକାରୀ ସେବା ଲାଭ କରୁଥିବା  ହିତାଧିକାରୀ, ରିଟେଲ ନିବେଶକ ଠକାମିର  ଶିକାର ହେଉଛନ୍ତି ।  

ଏବେ କ୍ରିପ୍ଟୋଜ୍ୟାକିଂ ଆଟାକ ମଧ୍ୟ  ବଢ଼ୁଛି । ଏଆଇ ଭିତ୍ତିକ କ୍ୱାଣ୍ଟମ ଥ୍ରେଟ  ବଢ଼ିବା ଯୋଗୁ ପାରମ୍ପରିକ ସିକ୍ୟୁରିଟି  ବ୍ୟବସ୍ଥା ଏବେ ପ୍ରାସଙ୍ଗିକତା ହରାଉଛି ।  ଜିରୋ ଡେ ଏକ୍ସଫ୍ଲୋଏଟ, ପଲିମରଫିକ  ମାଲ୍‌ୱେର ଏବଂ ଆଡଭାନ୍ସ ପରସିଷ୍ଟେଣ୍ଟ  ଚିନ୍ତାଜନକ ହେଲାଣି । ଏଭଳି ଠକେଇକୁ  ଚିହ୍ନଟ କରିବା ଏବଂ ନିରାକରଣ କ୍ଷେତ୍ରରେ  ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି  ବ୍ୟବହାର ହେବା ଜରୁରୀ ହୋଇପଡିଛି  ବୋଲି ରିପୋର୍ଟରେ କୁହାଯାଇଛି ।  

ସିକ୍ରାଇଟ ଲ୍ୟାବର ଭିପି ତଥା ମୁଖ୍ୟ  ସଙ୍ଗମେଶ ଏସ୍‌ କୁହନ୍ତି, ବର୍ତ୍ତମାନର  ବିପଦକୁ ଅନୁଷ୍ଠାନ ଗୁଡିକୁ ପ୍ରତିରୋଧ  କରିବାକୁ ହେଲେ ସମୟ ସହ ବ୍ୟବସ୍ଥାରେ  ମଧ୍ୟ ପରିବର୍ତ୍ତନ ଆଣିବାକୁ ହେବ ।  ସାଇବର ଥ୍ରେଟକୁ ଚିହ୍ନଟ ଏବଂ ନିରାକରଣ  ଲାଗି ଦୃଢ଼ ବ୍ୟବସ୍ଥା ଆଣିବାକୁ ହେବ ।  ଏହା ଦ୍ୱାରା ଅନୁଷ୍ଠାନ ଏବଂ ଅଂଶୀଦାର  ମାନେ ଲାଭବାନ ହୋଇପାରିବେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.