ମୁମ୍ବାଇ,୧୦ /୦୯ :ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।ତାଙ୍କ ବିନା ଅନୁମତିରେ ତାଙ୍କର ଫଟୋ, ନାଁ, ପରିଚୟ ଓ ଏଆଇ ଜେନେରେଟେଡ୍ ଅଶ୍ଳୀଳ ବିଷୟବସ୍ତୁର ଉପଯୋଗ ଉପରେ ରୋକ ଲଗାଇବାକୁ ସେ ଦାବି କରିଛନ୍ତି । ଐଶ୍ୱର୍ଯ୍ୟା ରାୟ କହିଛନ୍ତି ଯେ ତାଙ୍କ ଅନୁମତି ବିନା ତାଙ୍କର ଫଟୋଗୁଡ଼ିକୁ ବାଣିଜ୍ୟିକ ଲାଭ ପାଇଁ ବ୍ୟବହାର କରାଯାଉଛି । ସେ କୋର୍ଟଠାରୁ ତାଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରିଛନ୍ତି ।
ସେ ଜାବି କରିଛନ୍ତି ଯେ,ତାଙ୍କର କିଛି ଅବାସ୍ତବ ଫଟୋ, ଯାହା କଫି ମଗ୍ ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରିବା ପାଇଁ ବ୍ୟବହାର କରାଯାଇଛି । ଯେଉଁ ସ୍କ୍ରିନସଟ୍ଗୁଡ଼ିକରେ ଫଟୋଗୁଡ଼ିକୁ ବିକୃତ କରାଯାଇଛି, ତାହା କେବେବି ଐଶ୍ୱର୍ଯ୍ୟା ରାୟଙ୍କର ନୁହେଁ । ଏଗୁଡ଼ିକ ସବୁ AI ଦ୍ୱାରା ଜେନେରେଟେଡ୍ । ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ବାଣିଜ୍ୟିକ ଉତ୍ପାଦରେ ତାଙ୍କ ନାମ, ଫଟୋଗ୍ରାଫ୍ ଏବଂ ସାର୍ବଜନୀନ ବ୍ୟକ୍ତିତ୍ୱର ଅନଧିକୃତ ବ୍ୟବହାର ଉପରେ ଚିନ୍ତା ପ୍ରକାଶ କରି ତାଙ୍କ ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଅପବ୍ୟବହାର ରୋକିବା ପାଇଁ ଆଦେଶ ଜାରି କରିବାକୁ ଅପିଲ୍ କରିଛନ୍ତି । ତେବେ ବିଚାରପତି ତେଜସ୍ କାରିଆଙ୍କ ଅଧ୍ୟକ୍ଷତାରେ ଗଠିତ କୋର୍ଟ ଏହି ମାମଲାର ଶୁଣାଣି କରିଆସନ୍ତା ଜାନୁଆରୀ ୧୫,୨୦୨୬ ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ନିର୍ଦ୍ଧାରିତ କରିଛନ୍ତି ।
ଐଶ୍ୱର୍ଯ୍ୟାଙ୍କ ଓକିଲ ସନ୍ଦୀପ ସେଠୀ କୋର୍ଟରେ କହିଛନ୍ତି, ଭ୍ରମାତ୍ମକ ପ୍ରଚାର ଓ ଫାଇଦା ପାଇଁ ଐଶ୍ୱର୍ଯ୍ୟାଙ୍କପରିଚୟର ତ୍ରୁଟିପୂର୍ଣ୍ଣ ଊପଯୋଗ ହେଉଛି । ତାଙ୍କରଅଶ୍ଳୀଳ, ପରିବର୍ତ୍ତିତ ଓ ଏଆଇ ଜେନେରେଟେଡ୍ ଫଟୋଇଣ୍ଟର୍ନେଟ୍ରେ ପ୍ରସାର ହେଉଛି । ଏହା ଐଶ୍ୱର୍ଯ୍ୟାଙ୍କ ସମ୍ମାନଓ ଅଧିକାରର ଗମ୍ଭୀର ଉଲ୍ଲଂଘନ । ତାଙ୍କ ଫଟୋର ଉପଯୋଗଯୌନ ଇଚ୍ଛାର ତୃପ୍ତି ପାଇଁ କରାଯାଉଥିବା ସନ୍ଦୀପ କହିଛନ୍ତି ।ସନ୍ଦୀପ ସେହିସବୁ ୱେବ୍ସାଇଟ୍ ବିଷୟରେ କୋର୍ଟଙ୍କୁ କହିଲେ,ଯେଉଁମାନେ ନିଜକୁ ଔପଚାରିକ ପ୍ଲାଟ୍ଫର୍ମ କହି ଐଶ୍ୱର୍ଯ୍ୟାଙ୍କ ନାଁ ଓତାଙ୍କ ଫଟୋଯୁକ୍ତ ମଗ୍, ଟି-ସାର୍ଟ ଓ ପାନୀୟ ଉତ୍ପାଦ ସମେତ ଅନେକଅନଧିକୃତ ସାମଗ୍ରୀ ବିକ୍ରି କରୁଛନ୍ତି । ସନ୍ଦୀପ ଆହୁରି କହିଛନ୍ତି ଯେ, ଐଶ୍ୱର୍ଯ୍ୟାନେସନ୍ ୱେଲ୍ଥ ନାମକ ଏକ କମ୍ପାନି ନିଜ ଲେଟର୍ହେଡ୍ରେ ଐଶ୍ୱର୍ଯ୍ୟାଙ୍କଫଟୋ ଲଗାଇ ତାଙ୍କୁ ଚେୟାରପର୍ସନ୍ କହିଛି । ଏ ବିଷୟରେଐଶ୍ୱର୍ଯ୍ୟାଙ୍କ ପାଖରେ କୌଣସି ସୂଚନା ନାହିଁ । ଏହା ସମ୍ପୂର୍ଣ୍ଣରୂପେ ଜାଲିଆତି ।ମାମଲାର ଶୁଣାଣି କରୁଥିବା ବିଚାରପତି ତେଜସକରିୟା କହିଲେ, ଅନ୍ଲାଇନ୍ ପ୍ଲାଟ୍ଫର୍ମଏବଂ ଐଶ୍ୱର୍ଯ୍ୟାଙ୍କ ଫଟୋବଦଳାଇ କିମ୍ବା ତାଙ୍କଅନୁମତି ବିନାତାଙ୍କ ବ୍ୟକ୍ତିତ୍ୱର ଉପଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ପ୍ରତିବନ୍ଧକ ଲାଗୁହେବ । ଐଶ୍ୱର୍ଯ୍ୟାଙ୍କ ପ୍ରଚାର ଓବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ନିମନ୍ତେ ଇଞ୍ଜକ୍ସନ୍ ଅର୍ଡର୍ ପାସ୍ ହେବ । ବେଆଇନ କିମ୍ବା ଅନୁମତି ବିନା ହେଉଥିବା କାମକୁ ରୋକିବା ପାଇଁ କୋର୍ଟଙ୍କ ଆଦେଶକୁ ଇଞ୍ଜକ୍ସନ୍ ଅର୍ଡର୍ କୁହାଯାଏ । ଏ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୬, ଜାନୁଆରୀ ୧୫ରେ ହେବ ।