କୋଟିଆ,୧୦/୦୬: କୋଟିଆରେ ଆନ୍ଧ୍ର ମନ୍ତ୍ରୀ । କୋଟିଆ ପଞ୍ଚାୟତ ନେରେଡିବାଲସା ଗାଁରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୁମ୍ମିଡି ସନ୍ଧ୍ୟାରାଣୀ। ସେଠାରେ ସେ ଦାଣ୍ଡି ଗାଁରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ରାସ୍ତା ଉଦଘାଟନ ପରେ ନେରେଡିବାଲସା ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆହୁରି ପଢନ୍ତୁ- Cyber Crime: ଓଡ଼ିଶା ପୁଲିସ ହେବ ପ୍ରଥମ, ସାଇବର ଜଗତକୁ ମାତ୍ ଦେବ ତ୍ରିସ୍ତରୀୟ ସୁରକ୍ଷା ବଳୟ, ଠକଙ୍କ ମୁକାବିଲା କରିବ ବିଶାଳ ବିଶେଷଜ୍ଞ ଦଳ