ଲଣ୍ଡନ : ବ୍ରିଟେନର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇ ସାରିଛି। ଦେଶର ନୂଆ ପ୍ରଧାନମନ୍ତ୍ରୀ ଏଣ୍ଡି ବର୍ନହାମ ଦାୟିତ୍ୱ ନେବା କ୍ଷଣି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ତାଙ୍କ ପାଇଁ ବ୍ରିଟେନର ହିତ ସବୁଠୁ ଉପରେ ବୋଲି ସେ କହିଛନ୍ତି। ବିବିସିକୁ ଦେଇଥିବା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଇଣ୍ଟରଭ୍ୟୁରେ, (ଯାହାର କିଛି ଅଂଶ ରବିବାର ଜାରି କରାଯାଇଛି) ବର୍ନହାମ୍ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମ୍ଭାବିତ ମତଭେଦ ଗୁଡ଼ିକ ଉପରେ ଖୋଲାଖୋଲି କହିଛନ୍ତି। ସେ ଜୋର ଦେଇ କହି ଥିଲେ , ଆବଶ୍ୟକ ପଡ଼ିଲେ ସେ ଟ୍ରମ୍ପଙ୍କ ସମାଲୋଚନା କରିବାକୁ ମଧ୍ୟ ପଛେଇବେ ନାହିଁ, କାରଣ “ଦେଶ ପ୍ରଥମେ , ଅନ୍ୟ ସବୁ ପରେ "ର ସିଦ୍ଧାନ୍ତ ତାଙ୍କ ଶାସନର ମୂଳମନ୍ତ୍ର।

 

ଯେତେବେଳେ ବର୍ନହାମଙ୍କୁ ପଚରାଗଲା ଯେ, ସେ ଟ୍ରମ୍ପଙ୍କ ଉପରେ ପ୍ରଶ୍ନ କରିବାକୁ କିମ୍ବା ତାଙ୍କ ନୀତିର ସମାଲୋଚନା କରିବାକୁ ପ୍ରସ୍ତୁତ କି ? ଏହାର ଉତ୍ତରରେ ସେ ସ୍ପଷ୍ଟ ଭାବେ କହି ଥିଲେ ଯେ, ସବୁ ନେତାଙ୍କୁ ଏହା କରିବାକୁ ପଡ଼ିବ। ଆପଣଙ୍କୁ ଯେକୌଣସି ଜିନିଷ ପୂର୍ବରୁ ନିଜ ଦେଶର ସ୍ୱାର୍ଥ ରକ୍ଷା କରିବାକୁ ହେବ। ଯଦି ଆପଣଙ୍କୁ ଏହି କାମ ସଠିକ୍ ଭାବେ କରିବାର ଅଛି, ତ ଆପଣଙ୍କୁ ଏହାହିଁ କରିବାକୁ ପଡ଼ିବ।

 

ଟ୍ରମ୍ପଙ୍କ ସହ ଜଡ଼ିତ ଏକ ପ୍ରଶ୍ନରେ ବର୍ନହାମ୍ ସ୍ପଷ୍ଟ କରିଛନ୍ତି ଯେ, କୌଣସି ବିଦେଶୀ ନେତା, ସେ ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ ନା କାହିଁକି, ତାଙ୍କ ଆଗରେ ବ୍ରିଟେନର ଜାତୀୟ ସ୍ୱାର୍ଥ ସର୍ବୋପରି ରହିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୯ ପୂର୍ବରୁ ଶୀଘ୍ର କୌଣସି ସାଧାରଣ ନିର୍ବାଚନ କରାଯିବ ନାହିଁ। ବର୍ନହାମ୍ କହିଛନ୍ତି, "ମୁଁ ଏହାକୁ ଖାରଜ କରୁଛି। କୌଣସି ଶୀଘ୍ର ସାଧାରଣ ନିର୍ବାଚନ ହେବ ନାହିଁ। ମୋତେ ଲାଗୁନି ଯେ ,ଜନସାଧାରଣ ଏହା ଚାହୁଁଛନ୍ତି।" ତାଙ୍କର ଏହି ବ୍ୟାନ ସେହି ଅଟକଳ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି, ଯେଉଁଥିରେ କୁହାଯାଉ ଥିଲା ଯେ ନୂଆ ସରକାର ଶୀଘ୍ର ନିର୍ବାଚନ ଘୋଷଣା କରି ପାରନ୍ତି।

 

ନାଟୋକୁ ନେଇ ବର୍ନହାମ୍ କ’ଣ କହିଲେ ?

ଜାତୀୟ ସୁରକ୍ଷା ପ୍ରସଙ୍ଗରେ ବର୍ନହାମ୍ ନାଟୋ ସହଯୋଗୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପ୍ରତି ନିଜର ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆମ ଦୁହିଁଙ୍କ ଆଗରେ ପ୍ରଥମ ଚ୍ୟାଲେଞ୍ଜ ହେଉଛି ଡିଫେନ୍ସ ଇନଭେଷ୍ଟମେଣ୍ଟ ପ୍ଲାନକୁ ସମ୍ପୂର୍ଣ୍ଣ ପାଣ୍ଠି ମିଳିବାକୁ ସୁନିଶ୍ଚିତ କରିବା। ଏହାହିଁ ଆମ ସାମ୍ନାରେ ଅଛି ଏବଂ ଚଳିତ ବର୍ଷ ଶେଷରେ ବଜେଟ୍ ଆଡ଼କୁ ବଢ଼ିବା ସହ ଆମକୁ ଏହା ଉପରେ କାର୍ଯ୍ୟ କରିବାକୁ ହେବ।

 

ଆହୁରି ମଧ୍ୟ ପଢନ୍ତୁ - ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା : ପରୀକ୍ଷା ସଂସ୍କାର ଉପରେ ଫୋକସ , ଟାସ୍କଫୋର୍ସ ଗଠନ ନିଷ୍ପତ୍ତି

କହି ରଖୁଛୁ ଯେ, ବର୍ନହାମଙ୍କ ପୂର୍ବରୁ କିର ଷ୍ଟାର୍ମର୍ ପ୍ରଧାନମନ୍ତ୍ରୀ ଥିଲେ। ଷ୍ଟାର୍ମର୍ ଗତ ମାସରେ ପଦ ଛାଡ଼ିବା ନେଇ ଘୋଷଣା କରି ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା ସହ ସମ୍ପର୍କ ବେଶ୍ ଉତ୍ତେଜନାପୂର୍ଣ୍ଣ ଥିଲା। ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଆମେରିକା-ଇସ୍ରାଏଲ ସଂଘର୍ଷ, ଆକ୍ରମଣାତ୍ମକ ଇମିଗ୍ରେସନ ନୀତି, ଶକ୍ତି ସୁରକ୍ଷା ଏବଂ ଟେକ୍ କମ୍ପାନୀଗୁଡ଼ିକ ଉପରେ ନିୟନ୍ତ୍ରଣ ଭଳି ଅନେକ ପ୍ରସଙ୍ଗରେ ଷ୍ଟାର୍ମର୍ଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ। ଏହି ମତଭେଦ ଦୁଇ ଦେଶର ପାରମ୍ପରିକ ମେଣ୍ଟକୁ ପ୍ରଭାବିତ କରି ଥିଲା।

​​​​​​​

ଯଦିଓ ଟ୍ରମ୍ପ ପ୍ରାରମ୍ଭରେ ବର୍ନହାମଙ୍କୁ 'ଖୁବ୍ ଲିବରାଲ୍' ବୋଲି କହି ଥିଲେ, କିନ୍ତୁ ଚଳିତ ସପ୍ତାହରେ ସେ ନିଜର ଆଭିମୁଖ୍ୟକୁ କିଛି ମାତ୍ରାରେ ନରମ କରିଛନ୍ତି ଏବଂ କହିଛନ୍ତି ଯେ, ବର୍ନହାମଙ୍କ ସହ ତାଙ୍କର ଖୁବ୍ ଭଲ କଥାବାର୍ତ୍ତା ହୋଇଛି।