ନୂଆଦିଲ୍ଲୀ,୦୪/୦୯: ମହାରାଷ୍ଟ୍ର ପୁଣେରେ ଖୋଲିଲା ଆଉ ଏକ ଆପଲ୍ ଷ୍ଟୋର । ଆପଲ୍ ଭାରତରେ ନିଜର ବ୍ୟବସାୟକୁ ବିସ୍ତାର କରିବା ଲକ୍ଷ୍ୟରେ ଆଜି ପୁଣେରେ ଏହି ଷ୍ଟୋରର ଶୁଭାରମ୍ଭ ହୋଇଛି । ପୁଣେର ସାଂସ୍କୃତିକ ଏବଂ ଶିକ୍ଷାଗତ କେନ୍ଦ୍ରରେ ଅବସ୍ଥିତ ଏହି ଆପଲ୍ ଷ୍ଟୋର ସହରରେ ପ୍ରଥମ ଏବଂ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରେ ଲଞ୍ଚ ହୋଇଥିଲା। ଆଉ ଏବେ ଦେଶରେ ଚତୁର୍ଥ ରିଟେଲ୍ ଆଉଟଲେଟ୍ ହୋଇଛି । କମ୍ପାନୀ ଏଠାରେ ଆଜି ଶିକ୍ଷାଗତ ଅଧିବେଶନ 'ଟୁଡେ ଆଟ୍ ଆପଲ୍ ସେସନ୍'ର ଆୟୋଜନ କରିଛି ।
ଆପଲ୍ କୋରେଗାଓଁ ପାର୍କ ଖୋଲିବା ପରେ ଆପଲ୍ର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଖୁସିବ୍ୟକ୍ତ କରିଛନ୍ତି ।ଆପଲ୍ କ୍ରିଏଟିଭଙ୍କ ନେତୃତ୍ବାଧୀନ ମାଗଣା 'ଟୁଡେ ଆଟ୍ ଆପଲ୍' ଅଧିବେଶନ ମାଧ୍ୟମରେ ସ୍ଥାନୀୟ ଗ୍ରାହକଙ୍କୁ ଆପଲ୍ ପ୍ରଡକ୍ଟ ଚଲାଇବା ଶିଖିବା ଏବଂ ଅନୁସନ୍ଧାନ କରିବାକୁ ନିମନ୍ତ୍ରଣ କରାଯାଇଛି। ପୁଣେ ସ୍ଥିତ ଆପଲ୍ କୋରେଗାଓଁ ପାର୍କରେ ଦେଶର ୧୧ଟି ରାଜ୍ୟରୁ୬୮ ଜଣ ଟିମ୍ ସଦସ୍ୟଙ୍କୁ ଏକତ୍ରିତ କରାଯାଇଛି, ଯେଉଁମାନେ ଗ୍ରାହକମାନଙ୍କୁ ଏକ ନୂତନ ଡିଭାଇସ୍ କିଣିବାରେ ସାହାଯ୍ୟ କରୁଛନ୍ତି । ଏହି ନୂଆ ଡିଭାଇସ ମଧ୍ୟରେ ଆଇଫୋନ ୧୬ ଲାଇନଅପ୍, ଆପଲ୍ ପେନସିଲ୍ ପ୍ରୋ ସହିତ ଆଇପ୍ୟାଡ଼ ଏୟାର, ଏମ୪-ଚାଳିତ ମ୍ୟାକବୁକ୍ ଏୟାର ଏବଂ ଅନ୍ୟାନ୍ୟ ଡିଭାଇସ ସାମିଲ ।
ଆପଲ୍ ପ୍ରଥମେ ମୁମ୍ବାଇର ବିକେସିଠାରେ ଏପ୍ରିଲ୍ ୧୮, ୨୦୨୩ରେ ପ୍ରଥମ ଭାରତ ଷ୍ଟୋର ଖୋଲିଥିଲା । ଏହାର ଦୁଇ ଦିନ ପରେ ଏପ୍ରିଲ ୨୦ ରେରେ ଦିଲ୍ଲୀର ସାକେତଠାରେ ଦ୍ବିତୀୟ ଷ୍ଟୋର୍ ଖୋଲିଥିଲା । ଏହାପରେ ୨୦୨୫ ସେପ୍ଟେମ୍ବର ୨ ତାରିଖରେ ବେଙ୍ଗାଲୁରୁରେ 'ଆପଲ୍ ହେବଲ୍'ନାଁରେ ତୃତୀୟ ଓ ଦକ୍ଷିଣ ଭାରତରେ ପ୍ରଥମ ଷ୍ଟୋର ଖୋଲିଥିଲା । ଏହାପରେ ଆଜି ଅର୍ଥାତ୍ ସେପ୍ଟେମ୍ବର ୪ ରେ ଭାରତରେ ଚତୁର୍ଥ ଖୁଚୁରା ଷ୍ଟୋର ଏବଂ ପୁଣେରେ ପ୍ରଥମ ଷ୍ଟୋର ଖୋଲିଛି ଆପଲ୍ ।