ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଶକ୍ତିଶାଳୀ ଇଞ୍ଜିନ ସହ ଭାରତୀୟ ମାର୍କେଟ୍‌ର ଏକ ଦମ୍‌ଦାର ବାଇକ ଲଞ୍ଚ କରିବାକୁ ଯାଉଛି ଇଟାଲୀ ଗାଡ଼ି ନିର୍ମାତା କମ୍ପାନୀ ଏପ୍ରିଲିଆ। ଏନେଇ କମ୍ପାନୀ ତା ୱେବ୍‌ସାଇଟ୍‌ରେ ଆଗୁଆ ସୂଚନା ଦେଇଛି। ବାଇକ୍‌ର ଫଟୋ ବି ଜାରି କରିଛି। ଏହି ବାଇକ୍‌ର ନାଁ ହେଉଛି ଏପ୍ରିଲିଆ ଟ୍ୟୁନୋ ୪୫୭(Tuono 457)।

ଏପ୍ରିଲିଆର ଏହି ମଡେଲ ବାଇକଟି ନେକେଡ ଓ ଷ୍ଟ୍ରିଟ-ଫାଇଟର ଭର୍ସନରେ ଉପଲବ୍ଧ ହେବ। ଲଙ୍ଗ ଟୁରରେ ଆରାମଦାୟକ ଯାତ୍ରା ପାଇଁ ଗାଡିଟିକୁ ଡିଜାଇନ କରାଯାଇଛି। ବାଇକରେ ତ୍ରିପଲ ଫୁଲ-ଏଲଇଡି ହେଡଲାଇ କ୍ଲଷ୍ଟର ରହିଛି। ଯାହା ବାଇକକୁ ସ୍ପୋର୍ଟି ଲୁକ୍ ଦେବା ସହ ରାତ୍ରୀ କାଳୀନ ଯାତ୍ରାରେ ମଜାଦାର ଅନୁଭବ ଦେବ। ଟ୍ୟୁନୋ ୪୫୭ ପିରାନା ରେଡ ଓ ପୁମା ଗ୍ରେ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ହେବ।

ଏପ୍ରିଲିଆ ଆରଏସ ୪୫୭(RS 457) ବାଇକ୍‌ରେ ଯେଉଁ ଇଞ୍ଜିନ ରହିଛି ଟୁନୋ ୪୫୭ରେ ମଧ୍ୟ ସମାନ ସିସିର ଇଞ୍ଜିନ୍ ଦିଆଯାଇଛି। ଯାହା ୬-ସ୍ପିଡ୍ ଗିଅରବକ୍ସ ସହିତ ୪୭.୫୫ ଟର୍କ ସହ ୪୩.୫ ନିଉଟନ ମିଟରର ଶକ୍ତି ଉତ୍ପାଦନ କରିଥାଏ। ଏପ୍ରିଲିଆ ଟ୍ୟୁନୋ ୪୫୭ କୁ ଟ୍ରାକସନ କଣ୍ଟ୍ରୋଲ, ରାଇଡ ମୋଡ ସହ ଅଲ-ଏଲଇଡି ଲାଇଟରେ ଲଞ୍ଚ କରିବାକୁ ଯାଉଛି କମ୍ପାନୀ। 

ଏହା ବାଦ ଏଥିରେ ସସପେନ୍ସ ପ୍ରି-ଲୋଡ ଆଡଜେଷ୍ଟବଲ ୟୁଏସଡି ଫୋର୍କ ସହ ମୋନୋସକ ଉପଲବ୍ଧ ହେବ। ୧୭ ଇଞ୍ଚର ଏଲୟ ହୁଇଲ ସହ ବାଇକ ୧୧୦ ସେକ୍ସନର ଫ୍ରଣ୍ଟ ଟାୟାର ଓ ୧୫୦ ସେକ୍ସନର ରିଅର ଟାୟାର ରହିବ। ଗାଡିର ଉଭୟ ବ୍ରେକିଂ ସିଷ୍ଟମରେ ଏବିଏସ ଡିସ୍କ ବ୍ରେକ୍ ରହିବ। ଏହି ଗାଡିର ଫ୍ରେମିଂ ଆରଏସ ୪୫୭ ସହ ସମାନ ଥିବା ବେଳେ ଏହାର ରାଇଡିଂ ପୋଜିସନ ଆରଏସଠୁ ଭଲ ରହିବ। 

୧୦ ହଜାର ଟଙ୍କା ଆଡ୍‌ଭାନ୍ସ ଦେଇ ଟ୍ୟୁନୋ ୪୫୭ ଗାଡିର ବୁକିଂ ଆକମ୍ଭ ହୋଇଛି। ଫେବୃୟାରି ମାସ ସୁଦ୍ଧା ଏହି ବାଇକ୍ର ଡେଲିଭରି କରାଯିବ ବୋଲି ଆଶା କରାଯାଉଛି।