ମୁମ୍ବାଇ: ପୁଣି ଥରେ ବାପା ହୋଇଛନ୍ତି ୫୮ ବର୍ଷୀୟ ଅରବାଜ ଖାନ । ପତ୍ନୀ ଶୁରା ଖାନା ରବିବାର ମୁମ୍ବାଇର ଏକ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଖାନ ପରିବାରରେ ଏବେ ଖୁସିର ପରିବେଶ ।  ବହୁ ବର୍ଷ ପରେ ସଲିମ ଖାନଙ୍କ ପରିବାରକୁ ଏହି ଖୁସି ଆସିଛି। ଶନିବାର ସକାଳେ ଅରବାଜ ଖାନଙ୍କ ପତ୍ନୀ ଶୁରା ଖାନଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁରା ଗର୍ଭବତୀ ଏବଂ ଅରବାଜ ପୁଣି ଥରେ ପିତା ହେବେ ବୋଲି ଖବର ପ୍ରସାରିତ ହେବା ପରଠାରୁ ପରିବାର ଏକ ଶିଶୁର ଆଗମନକୁ ଉତ୍ସାହର ସହିତ ଅପେକ୍ଷା କରିଥିଲା। 

ଖାନ ପରିବାର ଏହି ଅପେକ୍ଷାର ଅନ୍ତ ଘଟିଛି । ଶେଷର ଘରକୁ ଆସିଛି କନ୍ୟା ସନ୍ତାନ ।  ଅରବାଜ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କର ପ୍ରଥମ ପତ୍ନୀ ମଲାଇକା ଆରୋରାଙ୍କଠାରୁ ଜଣେ ପୁଅ ଅରହାନ ଖାନ  ଅଛନ୍ତି। ଅରବାଜ ଖାନ ନିକଟରେ ଶୁରା ଖାନଙ୍କ ପାଇଁ ଏକ ଗ୍ରାଣ୍ଡ ବେବି ସାୱାର ଆୟୋଜନ କରିଥିଲେ। ସଲମାନ ଖାନଙ୍କ ସମେତ ପରିବାର ଉପସ୍ଥିତ ଥିଲେ। ଅନେକ ନିକଟତମ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। 

୨୦୧୮ ମସିହାରେ ଅରବାଜ ଏବଂ ମଲାଇକା ଆରୋରାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ଅରବାଜ କିଛି ସମୟ ପାଇଁ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ୍ କରିଥିଲେ। କିନ୍ତୁ ପରେ ଜଣେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନ ତାଙ୍କ ଜୀବନକୁ ଆସିଥିଲେ । କିଛି ଦିନ ଡେଟ୍ କରିବା ପରେ, ଅରବାଜ ୨୪ ଡିସେମ୍ବର, ୨୦୨୩ ରେ ପରିବାର ଏବଂ ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଶୁରାଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ବର୍ତ୍ତମାନ ପିତାମାତା। ତେବେ ଅରବାଜ କିମ୍ବା ଶୁରା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଏହା ଘୋଷଣା କରିନାହାନ୍ତି।