ନୂଆଦିଲ୍ଲୀ, ୪/୧୨ : ଯଦି ଭାରତ କିମ୍ବା ବିଶ୍ବର ସୁବୁଠାରୁ ଧନୀ କ୍ରିକେଟରଙ୍କ କଥା କହିବା ତେବେ ସବୁଠାରୁ ପ୍ରଥମ ନାଁ ବିରାଟ କୋହଲୀଙ୍କ ଆସିଥାଏ । କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି କୋହଲୀ ବିଶ୍ବର ସବୁଠାରୁ ଧନୀ କ୍ରିକେଟର ନୁହନ୍ତି । ବରଂ ଜଣେ ଅନ୍ୟ ଭାରତୀୟ ଅଟନ୍ତି । ଯାହାଙ୍କ ନେଟଓ୍ବର୍ଥ ଏବଂ ଆୟ ସବୁଠାରୁ ଅଧିକ ରହିଛି । ଆମେ କଥା ହେଉଛେ ଆର୍ୟ୍ୟମାନ ବିରଲାଙ୍କ କଥା । ସେ ଘରୋଇ ମ୍ୟାଚରେ ମଧ୍ୟପ୍ରଦେଶ ଲାଗି ଖେଳି ସାରିଥିବାବେଳେ ରାଜସ୍ଥାନ ରୟାଲ୍ସର ଭାଗିଦାରୀ ବି ରହି ସାରିଛନ୍ତି ।
ପ୍ରକାଶ ଯେ, ଆର୍ୟ୍ୟମାନ ଆଦିତ୍ୟ ବିରଲା ଗ୍ରୁପର ଚେୟାରମ୍ୟାନ କୁମାର ମଙ୍ଗଲମ ବିରଲାଙ୍କ ପୁଅ ଅଟନ୍ତି । ଆର୍ୟ୍ୟମାନ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରି ସାରିଛନ୍ତି । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି । ସେ ୯ ଫାଷ୍ଟ କ୍ଲାସ ମ୍ୟାଚ୍ ଖେଳିଛନ୍ତି । ଯାହାକି ୪ ଲିଷ୍ଟ ଏର ମ୍ୟାଚ୍ ଖେଳିଛନ୍ତି । ଆର୍ୟ୍ୟମାନ ଆଇପିଏଲ୍ ଟିମ୍ ରାଜସ୍ଥାନ ରୟାଲ୍ସର ଭାଗିଦାରୀ ରହି ସାରିଛନ୍ତି । କିନ୍ତୁ ତାଙ୍କୁ ଟିମ୍ ଲାଗି କେବେ ଡେବ୍ୟୁର ସୁଯୋଗ ମିଳିପାରି ନାହିଁ ।
ଆର୍ୟ୍ୟମାନ ଟିମ୍ ଇଣ୍ଡିଆ ଲାଗି ଗୋଟିଏ ବି ମ୍ୟାଚ୍ ଖେଳି ନାହାନ୍ତି । କିନ୍ତୁ ଘରୋଇ ମ୍ୟାଚରେ ମଧ୍ୟପ୍ରଦେଶ ଲାଗି ଖେଳି ସାରିଛନ୍ତି । ସେ ବିଶ୍ବର ସବୁଠାରୁ ଧନୀ କ୍ରିକେଟର ଅଟନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆର୍ୟ୍ୟମାନଙ୍କ ନେଟଓ୍ବର୍ଥ ପ୍ରାୟ ୭୦ହଜାର କୋଟି ଟଙ୍କା ଅଟେ । ତାଙ୍କର ଅଧିକ ଆୟ ବ୍ୟବସାୟ ମାଧ୍ୟମରେ ହୋଇଥାଏ । ଆର୍ୟ୍ୟମାନଙ୍କୁ ୨୦୨୩ରେ ଆଦିତ୍ୟ ବିରଲା ଫ୍ୟାଶନ ଏଣ୍ଡ ରିଟେଲ ଲିମିଟେଡର ନିର୍ଦେଶକ କରାଯାଇଥିଲା । ସେ ବିରଲା ଗ୍ରୁପ ବୋର୍ଡ଼ର ବି ଭାଗିଦାରୀ ରହିଛନ୍ତି ।