ନୂଆଦିଲ୍ଲୀ,୧୦।୦୩:ଆସାମର ହିମନ୍ତ ବିଶ୍ବ ଶର୍ମା ସରକାର ସେମାବାର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରଥମ ଅନ୍ତିମ ବଜେଟ୍‌ ଆଗତ କରିଛନ୍ତି। ଏଥିରେ ଥିବା ଲାଭାର୍ଥୀଙ୍କୁ ଯୋଜନାର ପରିସରକୁ ବଢାଇବା ଓ ଅଧିକ ସରକାରୀ ଚାକିରୀ, ସଡକ ତଥା ଶିକ୍ଷା ସଂସ୍ଥାନର ଘୋଷଣା କରାଯାଇଛି। ଏହା ସହ ୩୭ ଲକ୍ଷ ଗରିବ ପରିବାରକୁ ବଡ଼ ଆଶ୍ବସ୍ଥି ମଧ୍ୟ ମିଳିଛି। ଏବେ ସେମାନଙ୍କ ବ୍ୟାଙ୍କ ଖାତାକୁ ମାସିକ ଟଙ୍କା ଦିଆଯିବାର ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ ଅଜନ୍ତା ନିୟୋଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୬୨୦.୨୭ କୋଟି ଟଙ୍କା କ୍ଷତି ସହ ବଜେଟ୍ ଆଗତ କରିଛନ୍ତି ଓ କହିଛନ୍ତି ଏହି ବଜେଟ୍‌ରେ କୌଣସି ନୂଆ ଟ୍ୟାକ୍ସ ଲଗାଯାଇ ନାହିଁ। ଯେପରିକି ଗତ  ୪ ବର୍ଷ ହେବ କୌଣସି ନୂଆ ଟ୍ୟାକ୍ସ ଲାଗୁ ହୋଇ ନାହିଁ। ସେ କହିଛନ୍ତି, ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ବଜେଟ୍ ୨.୬୨ ଲକ୍ଷ କୋଟି ଟଙ୍କା ରହିବ। ୨୦୨୫-୨୬ ପାଇଁ ବଜେଟ୍ ଅନୁମାନ ଅନୁସାରେ, ରାଜ୍ୟର ’ସକୁଳ ନିଧି‌’ରେ ୧,୫୫,୪୨୮.୭୫ କୋଟି ଟଙ୍କା ମିଳିବାର ଅନୁମାନ କରାଯାଉଛି। ଏହାଛଡା ୧,୦୫,୪୮୫.୧୭ କୋଟି ଟଙ୍କାର ସାର୍ବଜନୀକ ଖାତାରୁ ଓ ୨୦୦୦ କୋଟି ଟଙ୍କାର ଆକସ୍ମିକ ନିଧିରୁ ପ୍ରାପ୍ତ ହେବ।  ଯେଉଁଥିରୁ  ମୋଟ ପ୍ରାପ୍ତି ୨,୬୨,୯୧୩.୯୨ କୋଟି ଟଙ୍କା ରହିବ।’

ଅର୍ଥମନ୍ତ୍ରୀ କହିଛନ୍ତି, ସରକାରଙ୍କ ପ୍ରମୁଖ ଯୋଜନା ‘ଅରୁଣlଦୋଇ’ ଯୋଜନା, ଯାହାଦ୍ବାରା ଆର୍ଥିକ ରୂପରେ ଦୁର୍ବଳ ପରିବାରକୁ ୧୨୫୦ ଟଙ୍କା ଦେଇଥାଏ, ଏବେ ୩.୭୨ ମିଲିୟନ ପରିବାର ପର୍ଯ୍ୟନ୍ତ ବଢାଇ ଦିଆଯିବ, ଯାହାକି ପୂର୍ବରୁ ୨.୪ ମିଲିୟନ ଥିଲା। ଏଥିପାଇଁ ବଜେଟ୍‌ରେ ୫୦୦୦ କୋଟି ଟଙ୍କାର ନିୟମ ରହିଛି।