ଭୁବନେଶ୍ୱର ୦୪/୦୯:  ରାଜଧାନୀ ଭୁବନେଶ୍ୱରରେ ଆସାମ ପୁଲିସର ଚଢ଼ାଉ । ଇନ୍‌ଫୋସିଟି  ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରେଡ୍ ।  ମୋଷ୍ଟ ୱାଣ୍ଟେଡ୍‌ ଅଭିଯୁକ୍ତକୁ ଧରିବାକୁ ତାଲା ଭାଙ୍ଗି ପଶିଲା ପୁଲିସ। ଏହି ଚଢ଼ାଉ ସମୟରେ ଆସାମ ପୁଲିସକୁ ସାହାୟତା କରୁଛି କମିଶନରେଟ୍ ପୁଲିସ। ତେବେ ମୋଷ୍ଟ ୱାଣ୍ଟେଡ୍‌ କିଏ ତାହା ସ୍ପଷ୍ଟ ହୋଇନି। ଏକ ଚିଟିଂ ମାମଲା ଅଭିଯୁକ୍ତର ସଂପୃକ୍ତି ଥିବା ସୂଚନା ମିଳିଛି। 

ସୂଚନା ଅନୁଯାୟୀ,ଗୁରୁବାର ମଧ୍ୟାହ୍ନରେ ଆସାମ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଇନଫୋସିଟି ଅଞ୍ଚଳରେ ଚଢ଼ାଉ କରିଥିଲା। ଏକ ଆପାର୍ଟଣ୍ଟେ ଫ୍ଲାଟ୍ ଭିତରେ ମୋଷ୍ଟ ୱାଣ୍ଟେଡ ଲୁଚି ରହିଥିବା ସନ୍ଦେହ ଚଢ଼ାଉ କରାଯାଇଥିଲା। ଫ୍ଲାଟ୍ କବାଟ ଭିତର ପଟୁ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ପୁଲିସ ଡାକିଲେ ସୁଦ୍ଧା କେହି ଶୁଣି ନଥିଲେ।  ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ଶେଷରେ ତାଲା ଭାଙ୍ଗିବା ସହ କବାଟ ଖୋଲିଥିଲା ଆସାମ ପୁଲିସ। ରୁମ୍ ଭିିତରେ ଜଣେ ମହିଳା ଥିବା ଦେଖିବାକୁ ମିଳିଥିଲା। ତେବେ ଚିଟିଂ ମାମଲା ସଂପୃକ୍ତି ଥିବା ମୋଷ୍ଟ ୱାଣ୍ଟେଡ୍‌ ଅଭିଯୁକ୍ତ ଜଣକ ସମୀର ପଟ୍ଟନାୟକ ବୋଲି ସୂଚନା ମିଳିଛି। ଚଢ଼ାଉ ସମୟ ଇନ୍‌ଫୋସିଟି ଥାନା ଅଧିକାରୀ ଓ ଟିମ୍ ଉପସ୍ଥିତ ରହିଥିଲା।