ମନମୁଣ୍ଡା,୦୪/୦୧: " ଅସୁରଗଡ ମହୋତ୍ସବ , ମନମୁଣ୍ଡା -୨୦୨୬ " ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ହୋଇଯାଇଛି। ଆଜି ତେଲନଦୀ କୂଳରେ ଅବସ୍ଥିତ ଶ୍ରୀ ସୁବର୍ଣ୍ଣମେରୁ ପଡିଆରେ ବ୍ରାହ୍ମଣ ଜ୍ୟୋତିରଞ୍ଜନ ପଣ୍ଡାଙ୍କ ଦ୍ଵାରା ପୂଜାର୍ଚ୍ଚନା ହୋଇ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି। ଏଥିରେ ମହୋତ୍ସବ କମିଟି ସଭାପତି ଆଶିଷ କୁମାର ସାହୁ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ମହୋତ୍ସବ ଆସନ୍ତା ଜାନୁଆରୀ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଅନୁଷ୍ଠିତ ହେବ। ମହୋତ୍ସବରେ ବୟନିକା ସହ ଅନ୍ୟାନ୍ୟ ପ୍ରାୟ ୧୫୦ଟି ବିଭିନ୍ନ ପ୍ରକାରର ଷ୍ଟଲ ସ୍ଥାପନ କରାଯିବ ଓ ମୀନା ବଜାର ମଧ୍ୟ ପଡ଼ିବ ବୋଲି ସଭାପତି ପ୍ରକାଶ କରିଛନ୍ତି।

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ସେନାପତି, ମନମୁଣ୍ଡା ସରପଞ୍ଚ ସୁଶ୍ରୀ ରଞ୍ଜୁ ବେହେରା, ସ୍ଥାନୀୟ ବିଶିଷ୍ଟ ନେତା ଓ ସମାଜସେବୀ ଜାନି ସେନାପତି, ସୁଧୀର କୁମାର ମହାକୁଡ, 'ଗ୍ଲୋବାଲ ଗ୍ରୀନ ' ସମ୍ପାଦକ ସମ୍ବିତ କୁମାର ନନ୍ଦ , ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ମହୋତ୍ସବକୁ ଧୁମଧାମ, ଯାକଯମକ ଓ ମହାସମାରୋହରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବାକୁ ଏବଂ ଏଥିରେ ପୂର୍ଣ୍ଣମାତ୍ରାରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ କମିଟି ସଦସ୍ୟ ଶିବ ନାରାୟଣ ଚୌଲିଆ , ମାନସ କୁମାର ସାହୁ , ଅଜିତ କୁମାର ମେହେର, ପ୍ରଶାନ୍ତ ପ୍ରଧାନ, ବିଜୟ କୁମାର ତ୍ରିପାଠୀ ପ୍ରମୁଖ ସଂକଳ୍ପ ନେଇଛନ୍ତି । ଏଥ ସହ ଉପସ୍ଥିତ ଗ୍ରାମବାସୀ ତଥା ଯୁବବର୍ଗଙ୍କୁ ନିବେଦନ କରିଛନ୍ତି।