ଭୁବନେଶ୍ବର, ୨୩।୬ : ରାଜଧାନୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଶ୍ରୀୟା ଫିଲ୍ମ ହଲ୍ ସାମ୍ନାରେ କିଛି ଦୁର୍ବୃତ୍ତ ଖଣ୍ଡା ଧରି ଉତ୍ପାତ ସୃଷ୍ଟି କରିବା ସହ ଷ୍ଟ୍ରିଟ୍ ଫୁଡ୍ ଦୋକାନଗୁଡ଼ିକରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି

ଘଟଣାସ୍ଥଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବାବେଳେ ମୋମୋ, ଚାଟ୍ ଓ ଗୁପଚୁପ୍ ଦୋକାନକୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିଲେ। ହଠାତ୍ ଆକ୍ରମଣରେ ଭୟଭୀତ ହୋଇ ଅନେକ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ଦୋକାନ ଛାଡ଼ି ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଥିଲେ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

​​​​​​​ଆହୁରି ପଢନ୍ତୁ : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ