ରାୟଗଡ଼ା(ଆପ୍ର) - ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଜଣେ ଠିକାଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କ ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

 ଠିକାଦାର ସନ୍ନ୍ୟାସୀ ସୁବୁଦ୍ଧିଙ୍କ କାମର ବିଲ କରିବା ପାଇଁ ପ୍ରସନ୍ନ ଲାଞ୍ଚ ମାଗିଥିଲେ।  ଏ  ନେଇ ଠିକାଦାର ସନ୍ୟାସୀ ସୁବୁଦ୍ଧି ଭିଜିଲାନ୍ସକୁ ସୂଚନା ଦେଇଥିଲେ। ତେଣୁ ଭିଜିଲାନ୍ସ ଯୋଜନା ପୂର୍ବକ ସନ୍ୟାସୀ ସୁବୁଦ୍ଧି ଦେବାକୁ ଥିବା ଟଙ୍କାରେ କେମିକାଲ ଲଗାଇ ଦେଇଥିଲେ। ଉକ୍ତ ଟଙ୍କାକୁ ନେଇ ସନ୍ୟାସୀ ରାତି ପ୍ରାୟ ୯ଟା ସମୟରେ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କୁ ତାଙ୍କ ସରକାରୀ ବାସଭବନକୁ ଯାଇ  ଦେଇଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଅଚାନକ ଚଢ଼ାଉ କରି ଦୁଇ ଲକ୍ଷ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ଡିଏସପି ସୂର୍ଯ୍ୟକାନ୍ତି ଟାକ୍ରିଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ଧରିବା ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଯାଇଥିଲେ।

​​​​​​​ଆହୁରି ପଢନ୍ତୁ : ଝାରପଡା ଜେଲର ୫ ବିଚାରାଧୀନ କଏଦୀ ଅସୁସ୍ଥ