ଭୁବନେଶ୍ବର, ୨।୧୧ : ଅଣ୍ଡା ନଦେବାରୁ ଦୋକାନୀଙ୍କ ମୁଣ୍ଡରେ ଦୁର୍ବୃତ୍ତ ଲଗାଇଲେ ବନ୍ଧୁକ । ଏଥସହ ଦୋକାନୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନୟାପଲ୍ଲୀ ଅଞ୍ଚଳରେ ଏପରି ଘଟଣା ଘଟିଛି।
ନୟାପଲ୍ଲୀ ଅଞ୍ଚଳରେ ଜଣେ ଅଣ୍ଡା ଦୋକାନୀଙ୍କୁ ୨ ଜଣ ଅଣ୍ଡା ମାଗିଥିଲେ। ତେବେ ଦୋକାନୀ ଜଣକ ଅଣ୍ଡା ନ ଦେବାରୁ ଦୁର୍ବୃତ୍ତମାନେ ଦୋକାନୀ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ। ପରେ ଦୋକାନୀକୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ। ଏ ନେଇ ଦୋକାନୀ ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।