ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଟିଟିରେ ଧମାଲ କରିବ 'ମଡଗାଓଁ ଏକ୍ସପ୍ରେସ', ଏହି ଦିନ ରିଲିଜ ହେବ ଫିଲ୍ମ

ମୁମ୍ବାଇ,୧୭/୫:  ନିକଟରେ କୁନାଲ ଖେମୁ କମେଡି ଫିଲ୍ମ 'ମଡଗାଓଁ ଏକ୍ସପ୍ରେସ' ସହିତ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି ।  ଫିଲ୍ମ ନିର୍ମାତା ତାଙ୍କ ନିର୍ଦ୍ଦେଶନା ପାଇଁ ପ୍ରଶଂସା କରିଥିବା ବେଳେ ଫ୍ୟାନ୍ସ ମଧ୍ୟ ଫିଲ୍ମଟିକୁ ବେଶ ପସନ୍ଦ କରିଥିଲେ । ତେବେ ଏହାରି ମଧ୍ୟରେ ଫିଲ୍ମ ହଲରେ ଯେଉଁମାନେ ଏହି ଫିଲ୍ମକୁ ଦେଖିପାରିନଥିଲେ ସେମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ବାସ୍ତବରେ କମେଡି ଫିଲ୍ମ 'ମଡଗାଓଁ ଏକ୍ସପ୍ରେସ' ଓଟିଟିରେ ରିଲିଜ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଫିଲ୍ମଟି କେବେ ଓ କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । 

'ମଡଗାଓଁ ଏକ୍ସପ୍ରେସ' କମେଡି ଓ ସସପେନ୍ସରେ ଭରପୁର ଫିଲ୍ମ ଅଟେ।  କୁନାଲ ଖେମୁଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ  ରିତେଶ ସିଦ୍ଧବାନୀ ଓ ଫରହାନ ଅଖତର ସଯୋଂଜନା ଦେଇଛନ୍ତି । ବର୍ତ୍ତମାନ ଫିଲ୍ମର ଓଟିଟି ରିଲିଜ ତାରିଖ ସାମ୍ନାକୁ ଆସିଛି। ଗୁରୁବାର ପ୍ରାଇମ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ  'ମଡଗାଓଁ ଏକ୍ସପ୍ରେସ'ର ପୋଷ୍ଟର ସେୟାର କରି ଓଟିଟି ରିଲିଜ ନେଇ ଘୋଷଣା କରିଛି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି ଯେ, ଗୋଆ ଯାତ୍ରା ଶେଷରେ ଗ୍ରୁପ ଚାଟ ଛାଡିଦେଲା। ଫିଲ୍ମଟି ବର୍ତ୍ତମାନ ପ୍ଲାଟଫ୍ରମରେ ଷ୍ଟ୍ରିମ ହେଉଛି। ବର୍ତ୍ତମାନ ୟୁଜର ନିଜ ଘରେ ଆରାମରେ ଦେଖିପାରିବେ । 

ଫିଲ୍ମର କାହାଣୀ ଗୋଆର ସୁନ୍ଦର ପୃଷ୍ଟଭୂମିରୁ ଆରମ୍ଭ ହୋଇଛି । ଏହି ଚଳଚ୍ଚିତ୍ର ଆମକୁ  ଡୋଡୋ, ପିଙ୍କୁ  ଓ ଆୟୁଷଙ୍କ ଏକ ମଜାଳିଆ ଯାତ୍ରା ବିଷୟରେ ଦେଖିବକୁ ମିଳିବ । ଏହି ଯାତ୍ରାରେ  ବନ୍ଧୁତା ଅଛି କିନ୍ତୁ ତା’ପରେ ସେମାନଙ୍କ ସହିତ ଏପରି କିଛି ଘଟେ ଯାହାକୁ ଆପଣ କଳ୍ପନା କରିପାରିବେ ନାହିଁ  । ଫିଲ୍ମରେ ନୋରା ଫତେହୀ, ଉପେନ୍ଦ୍ର ଲିମୟେ ଫିଲ୍ମରେ ଦମଦାର ରୋଲ କରିଛନ୍ତି। ଏହି ଫିଲ୍ମ କମେଡି, କାହାଣୀ ଓ ମୁଖ୍ୟ କଳାକାରଙ୍କ ପ୍ରଦର୍ଶନ ପାଇଁ ବେଶ ପ୍ରଶଂସା ସାଉଁଟିଥିଲା । ଏଥିସହ ପୂରା ୪୪.୫ କୋଟି ଟଙ୍କାର କଲେକ୍ସନ କରିଥିଲା । 









  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.