ପ୍ରମୁଖ ଖବର
  • ଭଦ୍ରକ : ଭୋଟ ଦେବାକୁ ଆସିଥିଲା ସ୍ତ୍ରୀ, ବୁଥ ସାମ୍ନାରେ ହାଣିଲା ସ୍ୱାମୀ
  • ||
  • ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ କଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ
  • ||
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ରାଜ୍ୟରେ ଶେଷ ପର୍ଯ୍ୟାୟ ଶେଷ ମତଦାନ, ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

‘ମୁଁ ଆପଣଙ୍କ ହାତରେ ମୋର ପୁଅକୁ ଟେକି ଦେଉଛି, ରାହୁଲ ଆପଣଙ୍କୁ ନିରାଶ କରିବେ ନାହିଁ’ ରାଏବରେଲିରେ ସୋନିଆଙ୍କ ନିବେଦନ...

Image Courtesy: telegraphindia

ନୂଆଦିଲ୍ଲୀ: ଗାନ୍ଧୀ-ନେହେରୁ ପରିବାରର ଦୁର୍ଗ ଭାବେ ବିବେଚନା କରାଯାଉଥିବା ରାଏବରେଲିରେ ବିରୋଧୀ ଦଳ I.N.D.I.A ର ଏକ ସମାବେଶ ଆଜି (ଶୁକ୍ରବାର) ଅନୁଷ୍ଠିତ ହୋଇଥିଲା । ଏହି ଅବସରର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସୋନିଆ ଗାନ୍ଧୀ ମଧ୍ୟ ରାଏବରେଲିରେ ପହଞ୍ଚିଥିଲେ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଗାନ୍ଧୀ ପରିବାର ସହିତ ରାଏବରେଲିରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ।

ସାଧାରଣ ସଭା ସମୟରେ ସୋନିଆ ଗାନ୍ଧୀ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ସେ ତାଙ୍କ ପୁଅ (ରାହୁଲ ଗାନ୍ଧୀ)ଙ୍କୁ ରାଏବରେଲିର ଲୋକଙ୍କ ହାତରେ ଟେକି ଦେଉଛନ୍ତି ଏବଂ ସେ ସେମାନଙ୍କୁ ଆଦୌ ନିରାଶ କରିବେ ନାହିଁ । ସୂଚନାଥାଉକି ଯେ ଏଥର ରାହୁଲ ଗାନ୍ଧୀ ରାଏବରେଲିରୁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇଛନ୍ତି ଏବଂ ଗତ ଦୁଇ ଦଶନ୍ଧି ଧରି ଏହି ଆସନରୁ ପ୍ରତିନିଧିତ୍ୱ କରୁଥିବା ସୋନିଆ ଗାନ୍ଧୀ ରାଜ୍ୟସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ସୋନିଆ ଗାନ୍ଧୀ କହିଛନ୍ତି ଯେ,"ମୁଁ ବହୁତ ଖୁସି ଯେ ଲମ୍ବା ସମୟ ପରେ ଆପଣଙ୍କ ମଧ୍ୟରେ ଆସିବାର ସୁଯୋଗ ମିଳିଛି । ଆପଣ ମାନେ ମୋତେ ସାଂସଦ ଭାବେ ସେବା କରିବାର ସୁଯୋଗ ଦେଇଛନ୍ତି, ଏହା ମୋ ଜୀବନର ସବୁଠାରୁ ବଡ ସମ୍ପତ୍ତି । ଗତ ୧୦୦ ବର୍ଷ ଧରି ଆମ ପରିବାରର ମୂଳ ଏହି ମାଟି ସହିତ ଯୋଡି ହୋଇ ରହିଛି । 

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ରାହୁଲ ଏବଂ ପ୍ରିୟଙ୍କାଙ୍କୁ ସମାନ ଶିକ୍ଷା ଦେଇଛି, ଯାହା ଗାନ୍ଧୀ ପରିବାର ମୋତେ ଦେଇଥିଲେ । ସମସ୍ତଙ୍କୁ ସମ୍ମାନ ଦିଅ, ଦୁର୍ବଳଙ୍କ ଅଧିକାର ପାଇଁ କାହା ସହିତ ବି ଲଢିବାକୁ ପ୍ରସ୍ତୁତ ରୁହ । ମୁଁ ମୋର ପୁଅକୁ ଆପଣଙ୍କ ହାତରେ ଟେକି ଦେଉଛି । ଯେପରି ଆପଣ ମୋତେ ନିଜର କରିଥିଲେ, ସେମିତି ରାହୁଲଙ୍କୁ ନିଜର କରି ରଖନ୍ତୁ । ରାହୁଲ ଆପଣଙ୍କୁ ନିରାଶ କରିବେ ନାହିଁ । 


 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.