ପ୍ରମୂଖ ଖବର
  • ଭୁବନେଶ୍ୱର: କୋଣାର୍କ ଶୈଳୀରେ ସଜେଇ ହୋଇଛି ଜନତା ମଇଦାନ, ଭିଭିଆଇପି ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
  • ||
  • ଭୁବନେଶ୍ୱର: ୬ ଥର ବିଧାୟକ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପତ୍ନୀ ବଲାଙ୍ଗିର ସାଂସଦ
  • ||
  • ପୁରୀ : ଜୋରସୋରରେ ଚାଲିଛି ରଥଖଳା କାମ; ସରିଛି ଚକ ଅଖ ଫିଟିଂ, ଆରମ୍ଭ ହୋଇଛି ଧୂଳିଦଣ୍ଡା କାମ
  • ||
  • ଭୁବନେଶ୍ଵର : ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା
  • ||

ରଜରେ ଧମାକା କରିବେ ବାବୁସାନ,ଏହି ଦିନ ରିଲିଜ ହେବ 'ପାବାର'

ଭୁବନେଶ୍ୱର, ୧୬/୫:ଆଠ ବର୍ଷ ପରେ ପୁଣିଥରେ ଏହି ରଜରେ ଦର୍ଶକଙ୍କ ସାମ୍ନାକୁ ଆସିବେ ସିନେମାଜଗତର ଲୋକପ୍ରିୟ ଯୋଡି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଓ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଦୁହେଁ ଏକାଠି ନଜର ଆସିବେ ଆଗାମୀ ଫିଲ୍ମ 'ପାବାର'ରେ ।ଏହି ଫିଲ୍ମଟି ଜୁନ ୧୨ରେ ରିଲିଜ ହେବ । ତେବେ ରଜ ଅବସରରେ ଫିଲ୍ମଟି ରିଲିଜ ହେବାକୁ ଥିବା ବେଳେ ଫିଲ୍ମଟି ଲୋକଙ୍କ ମଜାକୁ ଦ୍ୱିଗୁଣିତ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା । ସେପଟେ ନିଜ ପ୍ରିୟ ଷ୍ଟାରଙ୍କୁ ପୁଣି ପରଦାରେ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ପ୍ରଥମଥର ପାଇଁ ବାବୁସାନ ଫିଲ୍ମ ପ୍ରଡକ୍ସନ ଏହି ସିନେମା ପ୍ରସ୍ତୁତ କରିଛି । ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଫିଲ୍ମର ପ୍ରଯୋଜକ ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତି । ବାବୁସାନ ଫିଲ୍ମସ ଓ ଆମର ଷ୍ଟୁଡିଓ ବ୍ୟାନରରେ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବାବୁସାନ ମହାନ୍ତି ଓ ଏଲିନା ସାମନ୍ତରାୟ । କାହାଣୀ ଲେଖିଛନ୍ତି ଅମିତ କୁମାର ଦାସ ଓ ପ୍ରଣବ ପ୍ରସନ୍ନ ଦାସ।ସେହିପରି ଫିଲ୍ମ ରେ ଦୁଇଟି ହିତ ଗୀତ ରହିଥିବା ବେଳେ ସଂଗୀତ ଲେଖିଛନ୍ତି ଯୁବ ନିର୍ଦ୍ଦେକ ଗୌରବ ଆନନ୍ଦ । ତେବେ ଏହି ଫିଲ୍ମରେ ବାବୁସାନ ଏବଂ ଏଲିନାଙ୍କ ସମେତ ବହୁ ଜଣାଶୁଣା କଳାକାର ଅଭିନେତା ଚୌଧୁରୀ ବିକାଶ ଦାସ, ରବି ମିଶ୍ର ,କ୍ରୀଷ୍ଣା କର ,ଉଦିତ ଗୁରୁ କମେଡିଆନ ଗୁରୁ ଓ ଭକ୍ତ ଅଭିନୟ କରିଛନ୍ତି । 

ଏହି ଫିଲ୍ମ ସତ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ସାଧାରଣ ଲୋକର ପାୱାର ଏବଂ ନିର୍ବାଚନୀ ସଚେତନତାକୁ ନେଇ ଫିଲ୍ମଟି ନିର୍ମିତ ହୋଇଛି । ଯେଉଁଥିରେ ଗାଁର ଜଣେ ସାଧାସିଧା ପିଲାର ପାୱାର କେମିତି ହୋଇଥାଏ ଆଉ ସେ ଚାହିଁଲେ କିଭଳି ସମସ୍ତଙ୍କର ପାୱାର ବଦଳାଇ ଦେଇପାରେ ତାହା ଏହି ସିନେମାରେ ଦେଖିବାକୁ ମିଳିବ। ଏହାସହ ଶିକ୍ଷା କିଭଳି ମଣିଷକୁ ପରିବର୍ତ୍ତନ ଓ ପରିମାର୍ଜିତ କରେ ତାହା ମଧ୍ୟ ଦେଖିବାକୁ ମିଳିବ । କମେଡି ଇମୋସନ ରୋମାନ୍ସ ର ପ୍ୟାକେଜ ସହ ଏଥିରେ ଭୋଟ ସଚେତନତା ଦିଗରେ ଦର୍ଶାଯାଇଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.