ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଫିଲ୍ମ ଫ୍ଲପ୍‌, ତଥାପି କୋଟିରେ ପାରିଶ୍ରମିକ ନେଉଛନ୍ତି କଳାକାର: ଖର୍ଚ୍ଚର ହିସାବ ଦେଲେ ଅଲାୟା ଏଫ୍‌

ନୂଆଦିଲ୍ଲୀ ୧୭/୦୫: ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ଙ୍କ ବଡ଼ ବଜେଟ୍‌ ଫିଲ୍ମ ‘ବଡ଼େ ମିଆଁ ଛୋଟେ ମିଆଁ’ ଫ୍ଲପ୍‌ ହେବା ପରେ ଇଣ୍ଡଷ୍ଟ୍ରିରେ ପୁଣି ବିତର୍କ ଆରମ୍ଭ ହୋଇଛି । ବଲିଉଡ୍‌କୁ ଲଗାତାର ଫ୍ଲପ୍‌ ଫିଲ୍ମ ମିଳୁଥିବାବେଳେ ଅନେକ କଳାକାରଙ୍କ ପାରିଶ୍ରମିକ ଏତେ ଯେ ପ୍ରୋଜେକ୍ଟର ବଜେଟ୍‌ ବଢ଼ିଯାଉଛି । ଏହି ସ୍ଥିତିରେ ପ୍ରଶ୍ନ ଉଠୁଛି, ଫିଲ୍ମ ଫ୍ଲପ୍‌ ହେଉଥିବାବେଳେ କଳାକାରମାନେ ୧୦୦ କୋଟି ପାରିଶ୍ରମିକ ଦାବି କରିବା କେତେ ଠିକ୍‌ । ‘ବଡ଼େ ମିଆଁ ଛୋଟେ ମିଆଁ’ରେ ନଜର ଆସିଥିବା ଅଭିନେତ୍ରୀ ଅଲାୟା ଏଫ୍‌ ଏ ବିଷୟରେ ଆଲୋଚନା କରିଛନ୍ତି । 

ସେ କହିଛନ୍ତି, କଳାକାରଙ୍କ ପାଇଁ କ୍ୟାରିଅର ବଞ୍ଚାଇ ରଖିବାର ମୂଲ୍ୟ ବି ବଢ଼ିଚାଲିଛି । ଏ କାମରେ ବହୁତ ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଗୋଟିଏ କାର୍ଯ୍ୟକ୍ରମରେ ନିଜ ଲୁକ୍‌ ପାଇଁ ଆମକୁ ଅନେକ ଲୋକଙ୍କୁ ଟଙ୍କା ଦେବାକୁ ପଡୁଛି । ଲୋକେ ଜାଣିପାରୁ ନାହାନ୍ତି ଯେ କଳାକାରଙ୍କୁ କ୍ୟାରିଅର୍‌ ଲାଗି କେତେ ନିବେଶ କରିବାକୁ ପଡୁଛି । କଳାକାରଙ୍କ ପ୍ରତ୍ୟେକ ଦିନ ଆରମ୍ଭ ହୁଏ ଜଣେ ହେୟାର ଷ୍ଟାଇଲିଷ୍ଟ୍‌, ମେକ୍‌ଅପ୍‌ ବାଲା, ଫଟୋଗ୍ରାଫର୍‌ ଓ ଷ୍ଟାଇଲିଷ୍ଟ୍‌ଙ୍କ ସହିତ । ଗୋଟିଏ ଲୁକ୍‌ ଲାଗି ଅତିକମ୍‌ରେ ୪ ଜଣଙ୍କୁ ଟଙ୍କା ଦିଆଯାଉଛି । ପିଆର୍‌ରେ ମଧ୍ୟ ଖୁବ୍‌ ଖର୍ଚ୍ଚ ହେଉଛି । ଗଣମାଧ୍ୟମ ସାମ୍ନାକୁ ଆସିବା ଲାଗି ମଧ୍ୟ ଟଙ୍କା ଖର୍ଚ୍ଚ ହେଉଛି । ପ୍ରତ୍ୟେକ କ୍ଷେତ୍ରରେ କଳାକାରଙ୍କର ଖର୍ଚ୍ଚ ହେଉଛି, ତାହା ପୁଣି ବଡ଼ ପରିମାଣରେ । 

ସେ କହିଛନ୍ତି, ଯଦି ତାଙ୍କୁ ଗୋଟିଏ ମାସରେ ୬ଟି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼େ, ତେବେ ସେଠାକୁ ଯିବା ଲାଗି ସେ ୬ ଥର ଏ ସବୁ ବାବଦରେ ଖର୍ଚ୍ଚ କରନ୍ତି । ଏ ସବୁ ପରେ ଘର ବି ଚଳାଇବାକୁ ପଡ଼େ, ଅନ୍ୟ ଶହେ ବାଟରେ ଖର୍ଚ୍ଚ କରିବାକୁ ପଡ଼େ । ନିକଟରେ ସେ ନିଜ ଖର୍ଚ୍ଚର ହିସାବ କରୁଥିଲେ । କାମକୁ ନେଇ ମାସକର ଖର୍ଚ୍ଚ ଦେଖି ସେ ଚକିତ ହୋଇଗଲେ । ଅଲାୟା ଏବେ ଫିଲ୍ମ ‘ଶ୍ରୀକାନ୍ତ’ର ସଫଳତାକୁ ନେଇ ଖୁବ୍‌ ଖୁସି ଅଛନ୍ତି । ରାଜକୁମାର ରାଓଙ୍କ ଅଭିନୀତ ଏହି ଫିଲ୍ମରେ ତାଙ୍କ କାମକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.