ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ହଲିଉଡ୍‌ ସାଇନ୍ସ-ଫିକ୍ସନ୍‌ରେ ତବୁ, ‘ଡ୍ୟୁନ୍‌: ପ୍ରୋଫେସି’ରେ ସିଷ୍ଟର୍‌ ଫ୍ରାନ୍ସିସ୍କା ଭୂମିକାରେ ଆସିବେ ନଜର

ନୂଆଦିଲ୍ଲୀ ୧୬/୦୫: ସଫଳ ହଲିଉଡ୍‌ ସିରିଜ୍‌ ‘ଡ୍ୟୁନ୍‌: ପ୍ରୋଫେସି’ରେ ନଜର ଆସିବେ ତବୁ । ଏଥିରେ ସେ ସିଷ୍ଟର୍‌   ଫ୍ରାନ୍ସିସ୍କା ଭୂମିକା ନିର୍ବାହ କରିବେ । ଏହା   ଏକ ସାଇନ୍ସ-ଫିକ୍ସନ୍‌ ସିରିଜ୍‌ । ବ୍ରାୟନ ହର୍ବର୍ଟ ଓ କେଭିନ୍‌ ଜେ. ଆଣ୍ଡରସନ୍‌ଙ୍କ  ଉପନ୍ୟାସ ‘ସିଷ୍ଟରହୁଡ୍‌ ଅଫ୍‌ ଡ୍ୟୁନ୍‌’ର  ଏହା ନାଟ୍ୟ ରୂପାନ୍ତର । ୨୦୧୯ ମସିହାରେ ‘ଡ୍ୟୁନ୍‌: ପ୍ରୋଫେସି’  ସିରିଜ୍‌ ଆରମ୍ଭ ହୋଇଥିଲା ।  ପ୍ରଥମେ ଏହି ସିରିଜ୍‌ର ନାଁ ଥିଲା  ‘ଡ୍ୟୁନ୍‌: ଦ ସିଷ୍ଟର୍‌ହୁଡ୍‌’ ।

‘ଡ୍ୟୁନ୍‌:   ପ୍ରୋଫେସି’ ଦୁଇ ହରକୋନେନ୍‌  ଭଉଣୀଙ୍କ କାହାଣୀ, ଯିଏ ମାନବ  ଜାତିକୁ ଭବିଷ୍ୟତରେ ବିପଦରେ  ପକାଉଥିବା ଶକ୍ତି ବିରୁଦ୍ଧରେ  ଲଢ଼େଇ କରିଛନ୍ତି ଏବଂ ଏକ  ସମୁଦାୟ ସ୍ଥାପନା କରିଛନ୍ତି,  ଯାହା ବେନେ ଗେସେରିଟ୍‌   ନାମରେ ପରିଚିତ ।  ସୋସିଆଲ ମିଡିଆରେ  ତବୁଙ୍କୁ ଏଥିପାଇଁ  ଫ୍ୟାନ୍‌ ଅଭିନନ୍ଦନ ଜଣାଉଛନ୍ତି ।

‘ଡ୍ୟୁନ୍‌’  ସିରିଜ୍‌ର ଦୁଇଟି  ଫିଲ୍ମ ବିଶ୍ୱସ୍ତରରେ  ୧.୧ ବିଲିଅନ୍‌   ଡଲାରରୁ ଅଧିକ  ବ୍ୟବସାୟ କରିଛି ।  ଗତ ମାର୍ଚ୍ଚରେ ସିରିଜ୍‌ର  ୨ୟ ଭାଗ ମୁକ୍ତିଲାଭ  କରିଥିଲା । ଏଥିରେ  ଜେଣ୍ଡାୟା, ଅଷ୍ଟିନ୍‌ ବଟଲର  ଓ ଟିମୋଥି ଚାଲାମେଟ୍‌  ମୁଖ୍ୟ ଭୂମିକାରେ  ନଜର ଆସିଥିଲେ ।   ତବୁ ନିକଟରେ ଫିଲ୍ମ  ‘କ୍ରୁ’ରେ ନଜର  ଆସିଥିଲେ । ଖୁବ୍‌ଶୀଘ୍ର  ଫିଲ୍ମ ‘ଔରୋଁ  ମେଁ କହାଁ ଦମ୍‌   ଥା’ରେ ସେ ନଜର  ଆସିବେ । ଏଥିରେ  ସେ ମୋହିନୀ ସିଂହ  ଚୌଧରୀ ଭୂମିକାରେ  ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.