ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

'କ୍ରିମିନାଲ ଜଷ୍ଟିସ ୪' ର ଟିଜର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ

ମୁମ୍ବାଇ,୧୭/୫:  ପଙ୍କଜ ତ୍ରିପାଠୀଙ୍କ ବହୁ ପ୍ରତୀକ୍ଷିତ ଓ୍ବେବସିରିଜ  'କ୍ରିମିନାଲ ଜଷ୍ଟିସ' ର ୩ୟ ସିଜିନକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ସିରିଜର ୩ ସିଜିନରେ ପଙ୍କଜ ତ୍ରିପାଠୀ ଓକିଲ ମାଧବ ମିଶ୍ରଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏନେଇ ଫ୍ୟାନ୍ସ ସିରିଜର ୪ର୍ଥ ସିଜିନକୁ ଅପେକ୍ଷା କରିଥିବା ବେଳେ ନିର୍ମାତା 'କ୍ରିମିନାଲ ଜଷ୍ଟିସ ୪' ର ଟିଜର ରିଲିଜ କରିଛନ୍ତି । ଏହା ସହିତ ସିରିଜ ର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । 

ଡିଜନି ପ୍ଲସ ହଟଷ୍ଟାର ଶୁକ୍ରବାର ଦିନ କ୍ରାଇମ ଡ୍ରାମା ସିରିଜ କ୍ରିମିନାଲ ଜଷ୍ଟିସର ୪ର୍ଥ ସିଜିନର ଘୋଷଣା କରିଛି। ଅଭିନେତା ପଙ୍ଗଜ ତ୍ରିପାଠୀ ପୁଣିଥରେ ମାଧବ ମିଶ୍ରଙ୍କ ଭୂମିକାରେ ନଜର ଆସିବେ . ପ୍ଲାଟଫ୍ରମ ଦ୍ବାରା ଜାରି ହୋଇଥିବା ପ୍ରଥମ ଝଲକରେ ଅଭିନେତା କଳା କୋର୍ଟ ପିନ୍ଧି କୋର୍ଟରେ ନଜର ଆସିଛନ୍ତି । ତେବେ ଏହି ଟିଜରକୁ ସେୟାର କରି ଡିଜନି ହଟଷ୍ଟାର କ୍ୟାପସନରେ ଲେଖିଛି ଯେ  "କୋର୍ଟ ଜାରି ରହିଛି , ଆଉ ନୂଆ ସିଜିନର ମଧ୍ୟ ପ୍ରସ୍ତୁତି, ଆସୁଛନ୍ତି ମାଧବ ମିଶ୍ର , ହଟଷ୍ଟାରର ସ୍ପେଶାଲ କ୍ରିମିନାଲ ଜଷ୍ଟିସଙ୍କ ନୂଆ ସିଜିନ ସହିତ।"

ପ୍ରକାଶ ଥାଉକି, 'କ୍ରିମିନାଲ ଜଷ୍ଟିସ' ର ପ୍ରଥମ ସିଜିନ୍ ୨୦୧୮ରେ ରିଲିଜ ହୋଇଥିଲା। ଏହାକୁ ୨୦୦୮ରେ ରଲିଜ ହୋଇଥିବା ବ୍ରିଟିସ ଟେଲିଭିଜନ ସିରିଜରୁ ଅଣାଯାଇଥଲା ।ଏହା ପରେ ୨୦୨୦ ମସିହାରେ ଦ୍ୱିତୀୟ ସିଜିନ  ଆସିଲା । ଏହି ସିଜିନର ନାମ ଥିଲା  " କ୍ରିମିନାଲ ଜଷ୍ଟିସ -ବିହାଇମ୍ଡ କ୍ଲୋଜ ଡୋର " ।  ଏହା ମଧ୍ୟ ଏକ ହିଟ୍ ସିଜିନ ଥିଲା । ଏହା ପରେ, ୨୦୨୨ ମସିହାରେ ତୃତୀୟ ସିଜିନ "କ୍ରିମିନାଲ: ଅଦୁରା ସଚ" ର ତୃତୀୟ ଅଧ୍ୟାୟ ରିଲିଜ ହୋଇଥିଲା । ବର୍ତ୍ତମାନ ପ୍ରଶଂସକମାନେ ଚତୁର୍ଥ ସିଜିନର  ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.