ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ମନକୁ ଛୁଇଁଲା ଆମିର ଖାନଙ୍କ ଫିଲ୍ମର ଏହି ଦୃଶ୍ୟ

ନୂଆଦିଲ୍ଲୀ : ୨୦୦୯ ମସିହାରେ ଆସିଥିବା ଆମିର ଖାନ, ଶରମନ ଯୋଶୀ ଓ ଆର୍‌ ମାଧବନଙ୍କ ଅଭିନୀତ ଫିଲ୍ମ ୩ ଇଡିୟଟ୍ସ କମାଲ କରି ଥିଲା। କେବଳ ଆୟ ମାମଲାରେ ନୁହେଁ ଦେଶ , ଦୁନିଆରେ ଫିଲ୍ମର କାହାଣୀକୁ ମଧ୍ୟ ଖୁବ୍‌ ପ୍ରଶଂସା ହୋଇଛି। ଷ୍ଟୁଡେଣ୍ଟ ଲାଇଫ୍‌ ଉପରେ ପର୍ଯ୍ୟବେସିତ ଏହି ଫିଲ୍ମର ପ୍ରଂଶସକଙ୍କ ତାଲିକାରେ ସୁନ୍ଦର ପିଚାଇ ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ଏକ ପଡକାଷ୍ଟରେ କଥାବାର୍ତ୍ତା ବେଳେ ସେ ଏହି ଫିଲ୍ମର ଏକ ସିନ୍‌ ବିଷୟରେ କଥା ହୋଇଛନ୍ତି , ଯାହାକୁ ସ୍କ୍ରିନ୍‌ରେ ଦେଖିବା ପରେ ଆପଣ ବୋଧହୁଏ ଖୁବ୍‌ ହସିବେ।

ରାଜକୁମାର ହିରାନୀ କୌଣସି ବି କାହାଣୀକୁ ଖୁବ୍‌ ସୁନ୍ଦର ଭାବେ ନିଜ ଫିଲ୍ମରେ ଦେଖାଇ ଥାନ୍ତି। ଏମିତି ହିଁ କମାଲ ସେ ଫିଲ୍ମ ୩ ଇଡିୟଟ୍ସ ସହ କରି ଥିଲେ। ଫିଲ୍ମର ପ୍ରତି ସିନ୍‌କୁ ଅଡିୟାନ୍ସଙ୍କ ସହ କନେକ୍ଟ କରିବା ପାଇଁ ଫିଲ୍ମକୁ ଖୁବ୍ ଯତ୍ନର ସହ କାମ କରାଯାଇ ଥିଲା। ଏତେ କମାଲକର ଏହି ଫିଲ୍ମର ଏକ ଦୃଶ୍ୟ ବିଷୟରେ କହିବାକୁ ଗୁଗଲ ସିଇଓ ସୁନ୍ଦର ପିଚାଇ ନିଜକୁ ରୋକି ପାରି ନଥିଲେ। ୩ ଇଡିୟଟ୍ସରେ ଏକ ସିନ୍‌ ରହିଛି , ଯେଉଁଠି ଆମିର ଖାନଙ୍କର ଚରିତ୍ର ନିଜ କଲେଜ୍‌ ପ୍ରଫେସରଙ୍କୁ ମୋଟର କଣ ହୋଇ ଥାଏ ଏବଂ କେମିତି କାମ କରିଥାଏ, ଏହା ବୁଝାଇବାର ନଜର ଆସୁଛି। ଉକ୍ତ ସିନ୍‌ରେ ଅଡିୟାନ୍ସ ଖୁବ୍‌ ହସୁଛନ୍ତି। କିନ୍ତୁ ଏହି ସିନ୍‌ ସୁନ୍ଦର ପିଚାଇଙ୍କ ପାଇଁ ସବୁଠୁ ମଜାଳିଆ ଥିଲା।

ପଡକାଷ୍ଟ ବେଳେ ସୁନ୍ଦର ପିଚାଇଙ୍କୁ କମ୍ପିଟେଟିଭ୍‌ ପରୀକ୍ଷାର ମାଇଣ୍ଡସେଟ୍‌ରୁ ରକ୍ଷା ପାଇବା ବିଷୟରେ ପଚରା ଯାଇଥିଲା। ଏହି ପ୍ରଶ୍ନର ଜବାବ ଦେଇ ଗୁଗଲ ସିଇଓ ୩ ଇଡିୟଟ୍ସ ମୋଟରର ଡିଫିନେସନ ବିଷୟରେ କହି ଥିଲେ। ସୁନ୍ଦର ପିଚାଇ କହି ଥିଲେ ,ମୋତେ ପାଖାପାଖି  ୩ଇଡିୟଟ୍ସ ବା କିଛି ଏମିତି ହିଁ ଫିଲ୍ମ ଦେଖିବାକୁ ମନ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.