ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣିଥରେ ଘୁଞ୍ଚିଲା 'ଏମରଜେନ୍ସି'ର ରିଲିଜ ତାରିଖ, ଏହି ଦିନ ହଲକୁ ଆସିବ ଫିଲ୍ମ

ମୁମ୍ବାଇ, ୧୭/୫: ଦମଦାର ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କଙ୍ଗନା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିକଟରେ ତାଙ୍କର ଫିଲ୍ମ ତେଜାସ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଆଗାମୀ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର 'ଏମରଜେନ୍ସି'ର ରିଲିଜ ଡେଟ୍ ସାମ୍ନାକୁ ଆସିଥିଲା । କଙ୍ଗନା ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଦିନ ଧରି ଚର୍ଚ୍ଚାରେ ଥିଲେ । ଫ୍ୟାନ୍ସ ଫିଲ୍ମ ରିଲିଜକୁ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ତାରିଖ ସ୍ଥଗିତ ରଖାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜୁନ ୧୪ ରେ ରିଲିଜ୍ ହେବାର ଥିଲା । ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ଫିଲ୍ମର ରିଲିଜ ତାରିଖ ବୃଦ୍ଧି କରାଯାଇଥିବା ଜଣାପଡିଛି । ଅଭିନେତ୍ରୀ ଏବେ  ସେ ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବେ ହିମାଚଳର ମଣ୍ଡି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି କାରଣରୁ ନିର୍ମାତାମାନେ ତାଙ୍କ ଫିଲ୍ମର ରିଲିଜ ତାରିଖ ବଢାଇ ଦେଇଥିବା ନେଇ ସୋସିଆଲ ମିଡିଆରେ ନିର୍ମାତା ଏନେଇ ସୂଚନା ଦେଇଛନ୍ତି । 

ମେ ୧୫ ତାରିଖରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସ ଲେଖିଛି ଯେ, " କୁଇନ କଙ୍ଗନା ରାଣାୱତ ବର୍ତ୍ତମାନ ଦେଶ ସେବା କରିବାରେ ନିୟୋଜିତ ଅଛନ୍ତି ଏବଂ ଏହାକୁ ହିଁ ସେ ପ୍ରାଥମିକତା ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ 'ଏମରଜେନ୍ସି' ର ରିଲିଜ ତାରିଖ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଶୀଘ୍ର ନୂତନ ରିଲିଜ ତାରିଖ ଘୋଷଣା କରିବୁ ।'' ତେବେ 'ଏମରଜେନ୍ସି' ଫିଲ୍ମ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ସ୍ଥଗିତ ରଖାଯାଇଛି । ପ୍ରାରମ୍ଭରେ ଏହା ୨୪ ନଭେମ୍ବର ୨୦୨୩ ରେ ପରଦାରେ ରିଲିଜ୍ ହେବାର ଯୋଜନା ହୋଇଥିଲା, କିନ୍ତୁ ଏହା ଠିକ୍ ସମୟରେ ରିଲିଜ୍ ହୋଇପାରିଲା ନାହିଁ । ଏହା ପରେ ନିର୍ମାତାମାନେ ଏହାକୁ ଚଳିତ ବର୍ଷ ଜୁନ ୧୪ରେ ରିଲିଜ କରିବାକୁ ଘୋଷଣା କରିଥିଲେ, ଯାହା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଚନ୍ଦୁ ଚାମ୍ପିଅନ' ସହ କଡାଟକ୍କର ଦେଇଥାନ୍ତା । କିନ୍ତୁ ନିର୍ବାଚନ ହେତୁ ଫିଲ୍ମର ରିଲିଜ ତାରିଖ ପୁଣି ବଦଳାଯାଇଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.