ଢାକା : ଶେଖ୍ ହସିନାଙ୍କର ବାଂଲାଦେଶ ଛାଡ଼ି ଭାରତ ଆସିବା ପର ଠାରୁ ସେଠାରେ ହିନ୍ଦୁଙ୍କ ପାଇଁ ସ୍ଥିତି ସଙ୍ଗିନୀ ହୋଇ ଯାଇଛି। ମହମ୍ମଦ ୟୁନୁସ ଯେତେ ବି ଦାବି କରନ୍ତୁ ପଛେ, କିନ୍ତୁ ପରଦା ପଛରେ ସେ ଭାରତ ବିରୋଧରେ ଚାଲାକି ଦେଖାଇବାରେ ଲାଗିଛନ୍ତି। ଏବେ ବାଂଲାଦେଶ ମାଳଦ୍ୱୀପର ସାହାଯ୍ୟ ନେଇ ଭାରତ ସହ ଖେଳ କରୁଛି।
ଉଲ୍ଲେଖନୀୟ ଯେ, ବାଂଲାଦେଶ ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଗାରମେଣ୍ଟ ପ୍ରଡ୍ୟୁସର ଦେଶ। ବୈଶ୍ୱିକ ବଜାରରେ ନିଜ ଜିନିଷକୁ ବିକ୍ରି କରିବାକୁ ଏବେ ସେ ଭାରତ ପରିବର୍ତ୍ତେ ମାଳଦ୍ୱୀପର ସାହାରା ନେଉଛି। ପ୍ରଥମେ ଏହି କପଡ଼ା ରପ୍ତାନୀ ପାଇଁ ବାଂଲାଦେଶ, ଭାରତର ବିକଳ୍ପ ବାଛି ଥିଲା। ଏଥିରେ ଭାରତର ଏୟାରପୋର୍ଟସ ଓ ବନ୍ଦରକୁ ରାଜସ୍ୱ ପ୍ରାପ୍ତ ହେଉଥିଲା।
ଲାଇଭ୍ ମିଣ୍ଟ ଅନୁସାରେ , ଏମଏସସି ଏଜେନ୍ସି (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ପ୍ରବନ୍ଧ ନିର୍ଦ୍ଦେଶକ ଦୀପକ ତିୱାରୀ କହିଛନ୍ତି, ପୂର୍ବରୁ ବାଂଲାଦେଶର ମାଲ୍ ଭାରତୀୟ ଏୟାରପୋର୍ଟ ଗୁଡ଼ିକ ମଧ୍ୟ ଦେଇ ପଠା ଯାଉ ଥିଲା, କିନ୍ତୁ ଏବେ ସେ ଅନ୍ୟ ସ୍ଥାନ ଗୁଡ଼ିକରୁ ଶିପମେଣ୍ଟକୁ ପଠାଉଛି। ଏହି ପରିବର୍ତ୍ତନର ଅର୍ଥ ଯେ, ଭାରତର ଏୟାରପୋର୍ଟ୍ସ ଓ ବନ୍ଦରକୁ ଏହି କାର୍ଗୋକୁ ବୁଝିବାରେ ମିଳୁ ଥିବା ଆୟରେ କ୍ଷତି ହେବ। ଏମଏସସି ( ମେଡିଟେରେନିୟମ ଶିପିଂ କମ୍ପାନୀ) ଏକ ଲିଣ୍ଡିଂ ବୈଶ୍ୱିକ କଣ୍ଟେନର ଶିପିଂ କମ୍ପାନୀ। ପୂରା ମାମଲାର ସୂଚନା ରଖୁଥିବା ୩ଜଣ ଲୋକ କହିଛନ୍ତି କି , ବାଂଲାଦେଶ ନିଜ କପଡ଼ା ରପ୍ତାନୀକୁ ସାମୁଦ୍ରିକ ରାସ୍ତାରେ ମାଳଦ୍ୱୀପ ପଠାଉଛି ଏବଂ ଏଚଏଣ୍ଡଏମ୍ ଓ ଜାରା ସହ ନିଜର ବୈଶ୍ୱିକ ଗ୍ରାହକଙ୍କୁ ଏୟାରପୋର୍ଟରୁ ମାଲ୍ ପଠାଉଛି।
କୁହାଯାଉଛି ଯେ ,କପଡ଼ାର ଏକ୍ସପୋର୍ଟରେ ଚାଲାକି ଦେଖାଉ ଥିବା ବାଂଲାଦେଶର ଏହି ପଦକ୍ଷେପରେ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ୱନ୍ଧରେ ଫାଟ ସୃଷ୍ଟି ହୋଇ ପାରେ। ଏହା ବ୍ୟତୀତ ,ଲଜିଷ୍ଟିକ ଓ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟରେ ସହଯୋଗର ଅବସର ମଧ୍ୟ କମ୍ ହୋଇପାରେ। ଏଥିରେ ଭାରତର ପୋର୍ଟ ଓ ଟ୍ରାଞ୍ଜିଟ୍ ଫି’ ରେ ମିଳୁଥିବା ରାଜସ୍ୱ ସହ ବାଂଲାଦେଶର ରପ୍ତାନୀରେ ହେବାକୁ ଥିବା ବ୍ୟବସାୟ ମଧ୍ୟ ବିପଦରେ ପଡ଼ିପାରେ। ଜଣେ ବ୍ୟକ୍ତି କହିଛନ୍ତି କି, ଭାରତ ସରକାର ଏବେ ଏକ ସନ୍ତୁଳିତ ସମାଧାନର ତଲାସ କରୁଛନ୍ତି, ଏଥିରୁ ଏହା ସୁନିଶ୍ଚିତ କରାଯାଇ ପାରିବ ଯେ ବାଂଲାଦେଶର କପଡ଼ା ରପ୍ତାନୀ ଭାରତୀୟ ହିତ ପାଇଁ ଲାଭକାରୀ ରହିବ।
ଉଲ୍ଲେଖନୀୟ ଯେ, ବାଂଲାଦେଶରେ ବହୁ ପରିମାଣରେ କପଡ଼ା ବିଜନେସ୍ କରାଯାଏ। କପଡ଼ା ଉଦ୍ୟୋଗ ତାଙ୍କର ଏକ୍ସପୋର୍ଟରେ ୮୦ ପ୍ରତିଶତ ଓ ତାଙ୍କର ଜିଡିପିରେ ୧୩ ପ୍ରତିଶତର ଯୋଗଦାନ ଦେଇଥାଏ। ଆଉ ଜଣେ ବ୍ୟକ୍ତି କହିଛନ୍ତି ଯେ , ଏହା ସରକାରଙ୍କ ଧ୍ୟାନରେ ରହିଛି। ଆମେ ବର୍ତ୍ତମାନରେ ଭାରତରେ ଏହାର ପ୍ରଭାବର ସମୀକ୍ଷା କରୁଛୁ।