ଭୁବନେଶ୍ୱର ୨୫/୧୨: ନନ୍‌ ଫ୍ରାଇଡେରେ ରିଲିଜ୍‌ ହୋଇଛି ହିନ୍ଦୀ ଫିଲ୍ମ ବେବି ଜନ୍‌ । ୨୦୧୬ରେ ମୁକ୍ତିଲାଭ କରିଥିବା ତାମିଲ ଫିଲ୍ମ ‘ଥେରି’ର ଏହା ହେଉଛି ରିମେକ୍‌ । ଏହାର ପ୍ରଯୋଜକ ଅଛନ୍ତି ଅତଲି । ଯିଏ ମୂଳ ଫିଲ୍ମର ନିର୍ଦ୍ଦେଶକ । ତାଙ୍କ ସହ ମୁରାଦ ଖେତାନୀ ଓ ଜ୍ୟୋତି ଦେଶପାଣ୍ଡେ ମଧ୍ୟ ପ୍ରଯୋଜକ ଅଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କାଲିସ୍‌ । 

ଫିଲ୍ମରେ ବରୁଣ ଧାବନ୍‌ଙ୍କୁ ପ୍ରଥମ ଥର ପାଇଁ ଆକ୍‌ସନ ଚରିତ୍ରରେ ଦେଖିବାକୁ ମିଳିବ । ତାଙ୍କ ସହ ପ୍ରଥମ ଥର ପାଇଁ କୀର୍ତ୍ତି ସୁରେଶ ହିନ୍ଦୀ ସିନେମାରେ ଡେବ୍ୟୁ କରୁଛନ୍ତି । ଏମାନଙ୍କ ବ୍ୟତୀତ ୱାମିକା ଗାବି, ଜ୍ୟାକି ସ୍ରଫ୍‌ଙ୍କୁ ଦେଖିବାକୁ ମିଳିବ । ଏଥିସହ ଅତିଥି କଳାକାର ଭୂମିକାରେ ସୁପରଷ୍ଟାର ସଲମାନ ଖାନ୍‌ ମଧ୍ୟ ଅଭିନୟ କରିଛନ୍ତି ।  ଯଦି 'ବେବି ଜନ୍' ଦର୍ଶକଙ୍କ ସମର୍ଥନ ପାଏ, ତେବେ ବରୁଣ ଧାବନ୍‌ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରର ପ୍ରଥମ ସୁପରହିଟ୍ ଫିଲ୍ମ ପାଇପାରିବେ।