ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଚମକ ହରାଇବ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସ,ବାସ୍କେଟ୍‌ବଲ୍‌ ୟୁନିଟ୍‌ ସ୍ଥାନାନ୍ତର ଉଦ୍ୟମ!

Published By : Prameya | March 25, 2025 12:32 AM

 ବ୍ରହ୍ମପୁର, ୨୪।୩ (ବ୍ୟୁରୋ): ଦକ୍ଷିଣ ଓଡିଶାର କ୍ରୀଡ଼ା ରାଜଧାନୀ ବ୍ରହ୍ମପୁର । ଯାବତୀୟ ଖେଳ ପାଇଁ ଏଠି ଉନ୍ନତ ଭିତ୍ତିଭୂମି ରହିଛି । ଏଠୁ ଦୁଇ ଜଣ ଅର୍ଜୁନ ପଦକ ବିଜେତା ତଥା ଅଲିମ୍ପିଆନ୍‌ଙ୍କ ସମେତ ଅଗଣିତ ଅନ୍ତର୍ଜାତୀୟ ଓ ଜାତୀୟସ୍ତରର କ୍ରୀଡ଼ାବିତ୍‌ ବାହାରିଛନ୍ତି । ହେଲେ ଗଞ୍ଜାମର କ୍ରୀଡ଼ା ମର୍ଯାଦାକୁ ମଳିନ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଉଠିଛି । ପୂର୍ବରୁ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରୁ ଭଲିବଲ୍‌ ୟୁନିଟ୍‌କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏବେ ବାସ୍କେଟ୍‌ବଲ୍‌ ଉପରେ ପଡିଛି ନଜର । ଏହି କ୍ରୀଡ଼ାକୁ ମଧ୍ୟ ଏପ୍ରିଲ୍‌ ପହିଲାରୁ ଭୁବନେଶ୍ୱର ଉଠାଇ ନେବାକୁ ଚାଲିଛି ଷଡ଼ଯନ୍ତ୍ର । ଏ ସଂକ୍ରାନ୍ତରେ ଜିଲ୍ଲା କ୍ରୀଡ଼ା ବିଭାଗ, ଷ୍ଟାଡିଅମ୍‌ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି । ଏହି ଖେଳରେ ବହୁଳ ସଫଳତା ଓ ସହର ତଥା ଜିଲ୍ଲାର ଉଦୀୟମାନ ଖେଳାଳିଙ୍କ ମଧ୍ୟରେ ବ୍ୟାପକ ଲୋକପପ୍ରିୟତା ସମେତ ପର୍ଯ୍ୟାପ୍ତ ସୁବିଧା, ପିଲାଙ୍କ ପାଇଁ ହଷ୍ଟେଲ୍‌, ଅଭ୍ୟାସ ପାଇଁ କୋର୍ଟ ଥିବା ସତ୍ତେ୍ୱ କାହିଁକି ବାସ୍କେଟ୍‌ବଲ୍‌ ହଷ୍ଟେଲ୍‌ ସ୍ଥାନାନ୍ତର ଉଦ୍ୟମ ଆରମ୍ଭ ହୋଇଛି କେହି ବି ସ୍ପଷ୍ଟ କହିପାରୁନାହାନ୍ତି । ବ୍ରହ୍ମପୁର ହଷ୍ଟେଲ୍‌ର ବାସ୍କେଟ୍‌ବଲ୍‌ ଖେଳାଳି ଜାତୀୟ, ଏପରିକି ଅନ୍ତର୍ଜାତୀୟସ୍ତରରେ ମଧ୍ୟ ସୁନାମ ଆଣିପାରିଛନ୍ତି । ରାଜ୍ୟ ଦଳରେ ବ୍ରହ୍ମପୁର ତଥା ଏଠିକାର କ୍ରୀଡ଼ା ଛାତ୍ରାବାସର ଖେଳାଳିଙ୍କ ଆଖିଦୃଶିଆ ଉପସ୍ଥିତି ରହି ଆସୁଛି ।

 ଗତ କିଛି ଦଶନ୍ଧି ମଧ୍ୟରେ ୨୦୦ରୁ ଅଧିକ ଖେଳାଳି ଜାତୀୟସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏବେ ବି ହଷ୍ଟେଲ୍‌ରେ ଥିବା ୨୮ ଖେଳାଳି ବାସ୍କେଟ୍‌ବଲ୍‌ ୟୁନିଟ୍‌ ସ୍ଥାନାନ୍ତର ଉଦ୍ୟମ! ଓ ଆକାଶ ବେହେରା ଜାତୀୟ ପଦାର୍ପଣ କରିବା ସହ ଭଲ ପ୍ରଦର୍ଶନ କରୁଛନ୍ତି । ଏଥିରେ କ୍ରୀଡ଼ା ଛାତ୍ରାବାସର ଉଲ୍ଲେଖନୀୟ ଭୂମିକା ରହିଛି । ଏଥିସହ ସହରରେ ଥିବା ବାସ୍କେଟ୍‌ବଲ୍‌ ଖେଳର ଉନ୍ନତ ଭିତ୍ତିଭୂମି ଏହାର ଅନ୍ୟତମ କାରଣ । ଷ୍ଟାଡିଅମ୍‌ ବ୍ୟତିତ ଖଲ୍ଲିକୋଟ କଲେଜ ପଡିଆ, ଗୋସାଇଁନୂଆଗାଁ କେସି ହାଇସ୍କୁଲ୍‌ ପଡିଆ, ଗିରିରୋଡ୍‌ ବାଳିକା ଉଚ୍ଚ ବିଦ୍ୟାଳୟ, ଏସ୍‌ପି କିଛି ମାସ ପୂର୍ବରୁ କୋଚ୍‌ ଅବସର ନେଇସାରିଥିଲେ ବି ସେ ପ୍ରତିଦିନ ହଷ୍ଟେଲ୍‌ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସରକାର କୋଚ୍‌ ନିଯୁକ୍ତି ପରିବର୍ତ୍ତେ ବାସ୍କେଟ୍‌ବଲ୍‌ ହଷ୍ଟେଲ୍‌ ଉଠାଇ ନେବାକୁ ଉଦ୍ୟମ ଚଳାଇଥିବା ଅଭିଯୋଗ ଉଠିଛି । ଏଭଳି ଉଦ୍ୟମକୁ ସହର ତଥା ଜିଲ୍ଲାର କ୍ରୀଡ଼ାବିତ୍‌ମାନେ ନାପସନ୍ଦ କରିଛନ୍ତି । ସମସ୍ତ ସୁବିଧା ଥିବା ସତ୍ତେ୍ୱ ବାସ୍କେଟ୍‌ବଲ୍‌ ସ୍ଥାନାନ୍ତର ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଘଟ ତତ୍ତ୍ୱ ଓ ଘଟ ପରିକ୍ରମା ଠାକୁରାଣୀ ଯାତ୍ରାର ବିଭିନ୍ନ ବୈଶିଷ୍ଟ୍ୟ ମଧ୍ୟରୁ ଗୋଟିଏ ହେଉଛି ମା'ଙ୍କ ଘଟ । ଏହି ଘଟର ଗୁରୁତ୍ୱ ଏତେ ବେଶୀ ଯେ, ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ପ୍ରକାରାନ୍ତରେ ଘଟଯାତ୍ରା ମଧ୍ୟ କୁହାଯାଏ । ପୂର୍ବରୁ ଭଲିବଲ୍‌ ବାଲେଶ୍ୱରକୁ ଯାଇଛି ଅଫିସ୍‌, ସରକାରୀ ଆଇଟିଆଇ ଓ ୟୁସିପି ଇଞ୍ଜିନିୟରିଂ ସ୍କୁଲ୍‌ ପଡ଼ ିଆ ଭଳି ଅନେକ ସ୍ଥାନରେ ଥିବା ବାସ୍କେଟ୍‌ ବଲ୍‌ କୋର୍ଟ ଖେଳାଳିଙ୍କୁ ଅଭ୍ୟାସର ସୁଯୋଗ ଦେଉଛି । ନିୟମିତ ଭାବେ କୋଚ୍‌ଙ୍କ ଦ୍ୱାରା ପ୍ରଶିକ୍ଷିତ ଛାତ୍ରାବାସ ଖୋଳାଳି ରାଜ୍ୟ ଓ ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ତଥାପି ବାସ୍କେଟ୍‌ବଲ୍‌ ଖେଳକୁ ଏଠାରୁ ପ୍ରତ୍ୟାହାର କରିନେବାକୁ ଉଦ୍ୟମ ଆରମ୍ଭ ହୋଇଛି । ମଧ୍ୟରୁ ଜତିନ ବାରିକ, ଯୁଗଳ ହିକ୍କା, ବିଶ୍ୱନାଥ ସିସା, ଆଦିତ୍ୟ ସେଠୀ, ରାହୁଲ୍‌ ଭୂୟାଁ, ଭି. ବିବେକ ଉଦ୍ୟମକୁ ନେଇ ଆନ୍ଦୋଳନ କରିବେ ବୋଲି ମତ ଦେଉଛନ୍ତି । 

ଷ୍ଟାଡିଅମ୍‌ ଇନ୍‌ଚାର୍ଜ ସଞ୍ଜୀବ ସାହୁ ହଷ୍ଟେଲ୍‌ ସ୍ଥାନାନ୍ତର ଖବରକୁ ଅସ୍ୱୀକାର କରିଛନ୍ତି । ସରକାରଙ୍କ ତରଫରୁ ସେଭଳି କିଛି ଚିଠିପତ୍ର ଆସିନଥିବା କହିଛନ୍ତି । ବ୍ରହ୍ମପୁର ଷ୍ଟାଡିଅମ୍‌ରେ ପରିସରରେ ରହିଛି ସ୍ୱତନ୍ତ୍ର କ୍ରୀଡ଼ା ଛାତ୍ରାବାସ । ପୂର୍ବରୁ ଷ୍ଟାଡିୟମ୍‌ ଡର୍ମଟୋରିରେ ଛାତ୍ରାବାସ ପ୍ରଶିକ୍ଷାର୍ଥୀମାନେ ରହି ଅଭ୍ୟାସ କରୁଥିଲେ । ଏବେ ନୂଆ ହଷ୍ଟେଲ୍‌ ନିର୍ମାଣ ସହ ପ୍ରଶିକ୍ଷାର୍ଥୀମାନେ ଅଧିକ ଉନ୍ନତ ସୁବିଧା ସୁଯୋଗ ପାଇପାରୁଛନ୍ତି । ପୂର୍ବରୁ ଭଲିବଲ୍‌, ବାସ୍କେଟ୍‌ବଲ୍‌ ଓ ଭାରୋତ୍ତୋଳନ ଖେଳାଳି ରହୁଥିଲେ । ଷ୍ଟାଡିଅମ୍‌ର ରୂପାନ୍ତରଣ ସହ ଏଠାରେ ଭାରୋତ୍ତୋଳନ ଏକାଡେମୀ ପ୍ରତିଷ୍ଠା କରାଯାଇଛି । ଏଥିସହିତ ଷ୍ଟାଡିଅମ୍‌ରେ ରହିଛି ଅଲମ୍ପିକ୍‌ ମଡେଲ୍‌ର ସ୍ୱିମିଂ ପୁଲ୍‌ ଓ କ୍ରିକେଟ୍‌ ପଡ଼ିଆ । ତେବେ ଭାରୋତ୍ତୋଳନ ଏକାଡେମୀ ପ୍ରତିଷ୍ଠା ନେଇ ଘୋଷଣା ପରେ ସରକାର ବ୍ରହ୍ମପୁରରୁ ଭଲିବଲ୍‌ ହଷ୍ଟେଲ୍‌କୁ ବାଲେଶ୍ୱର ସ୍ଥାନାନ୍ତର କରି ନେଇଥିଲେ । ରାଜ୍ୟ ପାଇଁ ଅନେକ ସୁନାମ ଆଣିଥିବା ସତ୍ତେ୍ୱ ଏବେ ବ୍ରହ୍ମପୁର ହଷ୍ଟେଲ୍‌ରୁ ବାସ୍କେଟ୍‌ବଲ୍‌ ଖେଳାଳିଙ୍କୁ ସ୍ଥାନାନ୍ତର ଆଶଙ୍କା ଦେଖାଦେଇଛି । ହଷ୍ଟେଲ୍‌ରେ ଥିବା ୨୮ ବାସ୍କେଟ୍‌ବଲ୍‌ ଖେଳାଳିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଥିବା ଶୁଣାଯାଉଛି । ବାସ୍ତବରେ ଏପରି ହେଲେ ଜିଲ୍ଲାର କ୍ରୀଡ଼ା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେବା ଆଶଙ୍କା କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.