ଭୁବନେଶ୍ୱର ୨୧/୧୧: ଭୁବନେଶ୍ୱର  ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ସାଧାରଣ ପରିଷଦ  ବୈଠକ ଶୁକ୍ରବାର ଅନୁଷ୍ଠିତ ହେବ । ବିଜେପି ସରକାର ଆସିବା ପରେ ଏ ପ୍ରଥମ ପରିଷଦ  ବୈଠକ । ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ତଥା  ବିଡିଏ ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେବେ । ଏହା ସହ ବିଡିଏ ସଦସ୍ୟମାନେ  ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ  ବିଡିଏ ସଦସ୍ୟ ଯୋଗା ଦେବାକୁ ନେଇ କେଁ ପଶିଛି ।  କିଛି ନିର୍ବାଚିତ ପ୍ରତିନିଧିଙ୍କୁ ବୈଠକକୁ ଡକା ନଯିବା  ନେଇ ବିବାଦ ଦେଖାଦେଇଛି । ବୈଠକରେ ଅନେକ  ଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ । ନୂଆ ସହର ଗଠନ, ଏନ୍‌ଫୋର୍ସମେଣ୍ଟ, ନୂଆ ପ୍ରକଳ୍ପ  ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି