ନୂଆଦିଲ୍ଲୀ – ସ୍ମାର୍ଟଫୋନ୍ ଆମ ଜୀବନର ଏକ ଜରୁରୀ ଜିନିଷ ପାଲଟି ଯାଇଛି। ଏହା ମାଧ୍ୟମରେ ଆମେ ନିଜ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ସର୍ବଦା କନେକ୍ଟେଡ୍ ରହିଥାନ୍ତି। ଲୋକଙ୍କ ସହ କନେକ୍ଟେଡ୍ ରହିବା ବ୍ୟତୀତ ସ୍ମାର୍ଟଫୋନ୍ର ଖୁବ୍ ବ୍ୟବହାର ରହିଛି। ଏହାର ବ୍ୟବହାର ଆମେ ବ୍ୟାଙ୍କିଂ ସର୍ଭିସ୍ ପାଇଁ ମଧ୍ୟ କରି ଥା'ନ୍ତି। ଆମେ ନିଜର ପର୍ସନାଲ ଡାଟା ଓ ଜରୁରୀ ଡକ୍ୟୁମେଣ୍ଟକୁ ମଧ୍ୟ ଫୋନ୍ରେ ସେଭ୍ ରଖିଥାନ୍ତି। ଏଥିରେ ଯଦି ସ୍ମାର୍ଟଫୋନ୍ ହଜି ଯାଏ ବା ଚୋରି ହୋଇ ଯାଏ ତ ଯେକୌଣସି ୟୁଜରର ଚିନ୍ତା ଖୁବ୍ ବଢି ଯାଏ। ଯଦି ଆପଣଙ୍କୁ ମଧ୍ୟ ଫୋନ୍ ଚୋରି ବା ହଜି ଯିବାର ଭୟ ଥାଏ, ତ ଆପଣଙ୍କର କିଛି ଟିପ୍ସ ମାଧ୍ୟମରେ ସାହାଯ୍ୟ କରି ପାରିବୁ। ଏଠାରେ ଆମେ ଆପଣଙ୍କୁ ଗୁଗଲର ଏକ ସ୍ୱତନ୍ତ୍ର ଫିଚର ବିଷୟରେ କହୁଛୁ , ଯେଉଁଥିରେ ଆପଣ ନିଜର ହଜେଇ ଦେଇ ଥିବା ଫୋନ୍କୁ ପୁଣି ଫେରି ପାଇବେ ବା ଅତି କମ୍ରେ ନିଜର ଡାଟାକୁ ସୁରକ୍ଷିତ (ଡିଲିଟ୍ ) ରଖି ପାରିବେ। ଆସନ୍ତୁ ବିସ୍ତୃତରେ ଜାଣିବା।
ଗୁଗଲର ଫାଇଣ୍ଡ ମାଇ ଡିଭାଇସର କରନ୍ତୁ ବ୍ୟବହାର –
ଏଠାରେ ହଜି ଯାଇଥିବା ବା ଚୋରି ହୋଇଥିବା ଆଣ୍ଡ୍ରଏଡ୍ ଫୋନ୍କୁ ସର୍ଚ୍ଚ କରିବା ପାଇଁ ଜବରଦସ୍ତ ଟୁଲ୍ ରହିଛି। ଗୁଗଲର ଏହି ଫିଚର ସବୁ ଫୋନ୍ରେ ଉପଲବ୍ଧ ଥାଏ । ଏହା ମାଧ୍ୟମରେ ଆପଣ ନିଜର ଫୋନ୍କୁ ଲୋକେଟ୍ , ସିକ୍ୟୋର ଓ ଡାଟାକୁ ଇରେଜ୍ ମଧ୍ୟ କରି ପାରିବେ। ଏହି ୟୁଜ କରିବା ପାଇଁ ଏଠାରେ କୁହାଯାଇ ଥିବା ଷ୍ଟେପ୍ସକୁ ଫଲୋ କରନ୍ତୁ।
- ଫାଇଣ୍ଡ ମାଇ ଡିଭାଇସକୁ ଆକ୍ସେସ୍ କରନ୍ତୁ ।
- google.com/android /find କୁ ଯାଆନ୍ତୁ।
- ଆପଣ ଚାହିଁଲେ କୌଣସି ୨ୟ ଫୋନ୍ରେ ଫାଇଣ୍ଡ ମାଇ ଡିଭାଇସ ଆପ୍କୁ ମଧ୍ୟ ୟୁଜ କରି ପାରିବେ।
- ହଜି ଯାଇଥିବା ଫୋନ ସହ ଲିଙ୍କଡ୍ ଗୁଗୁଲ ଆକାଉଣ୍ଡରେ ସାଇନ୍ ଇନ୍ କରନ୍ତୁ।
- ଏବେ ଆପଣଙ୍କୁ ଏକ ମ୍ୟାପ୍ ଦେଖାଯିବ। ଏଥିରେ ଆପଣଙ୍କୁ ଫୋନ୍ର କରେଣ୍ଟ ବା ଶେଷ ଲୋକେସନର ସୂଚନା ମିଳିବ।
- ଆପଣ ଏହି ଆପ୍ରେ ଫୋନ୍କୁ ୫ ମିନିଟ୍ ପାଇଁ ଫୁଲ୍ ଭଲ୍ୟୁମ୍ରେ ରିଙ୍ଗ କରି ପାରିବେ। ବିଶେଷ କଥା ଏହା କି ଫୋନ୍ ସାଇଲେଣ୍ଟ ମୋଡ୍ରେ ଥିବା ସତ୍ତ୍ୱେ ମଧ୍ୟ ରିଙ୍ଗ ହେବ।
- ଏବେ ଆପଣ ନିଜର ଡିଭାଇସ୍କୁ ସିକ୍ୟୁର କରି ପାରିବେ। ଏଥିପାଇଁ ଫୋନ୍କୁ ଲକ୍ କରିନ୍ତୁ ଓ ନିଜର କଣ୍ଟାକ୍ଟ ଇନ୍ଫୋକୁ ନମ୍ୱର ସହ ଡିସପ୍ଲେ କରି ଦିଅନ୍ତୁ।
- ଯଦି ଆପଣଙ୍କୁ ଲାଗୁଛି କି ଆପଣ ନିଜର ଫୋନ୍କୁ ଖୋଜି ପାଇବେ ନାହିଁ। ତ ଆପଣ ଏଥିରେ ଥିବା ଡାଟାକୁ ସବୁଦିନ ପାଇଁ ଡିଲିଟ୍ ମଧ୍ୟ କରି ପାରିବେ।
ଫାଇଣ୍ଡ ମାଇ ଡିଭାଇସକୁ ୟୁଜ୍ କରିବା ପାଇଁ ଜରୁରି କି ଆପଣ ନିଜ ଫୋନରେ ଏହାକୁ ଇନେବଲ ରଖନ୍ତୁ। ଏହାକୁ ଇନେବଲ କରିବା ପାଇଁ ସେଣ୍ଟିଂରେ ଦିଆ ଯାଇ ଥିବା ସିକ୍ୟୁରିଟି ଅପସନକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ଫାଇଣ୍ଡ ମାୟ ଡିଭାଇସ୍ ଦେଖାଯିବ।