ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜଣେ ମହିଳାଙ୍କ ପାଇଁ ଲିଭ୍-ଇନ୍ରେ ରହିବା ମହଙ୍ଗା ପଡିଛି । ୨୬ ବର୍ଷିୟ ଏହି ମହିଳାଙ୍କୁ ତାଙ୍କ ପ୍ରେମିକ ଜଣକ ନିଆଁ ଲଗାଇ ଜୀବନ୍ତ ଦଗ୍ଧ କରିଛନ୍ତି । ସୋମବାର ସକାଳୁ ବନଜାକ୍ଷୀ ନାମକ ଏହି ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପାର୍ଟନର ଜଣେ କ୍ୟାବ୍ ଡ୍ରାଇଭର। ଅଭିଯୁକ୍ତ ବିଠଲଙ୍କୁ ଘଟଣାର ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି।
ପୋଲିସ ଅନୁଯାୟୀ, ଅଭିଯୁକ୍ତ ମଧ୍ୟ ପୋଡ଼ି ଆହତ ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଛି। ତଦନ୍ତକାରୀ ମାନେ କହିଛନ୍ତି ଯେ ଦମ୍ପତି ଏକାଠି ରହୁଥିଲେ। ବନଜାକ୍ଷୀଙ୍କ ମଦ୍ୟପାନ ଅଭ୍ୟାସକୁ ନେଇ ବାରମ୍ବାର ବିବାଦ ପରେ ସେ ସମ୍ପ୍ରତି ବିଠଲଙ୍କ ଠାରୁ ବନଜାକ୍ଷୀ ଅଲଗା ହୋଇଯାଇଥିଲେ।