ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଜିଠୁ ପ୍ରସିଦ୍ଧ ଭଦ୍ରକ କାଳୀପୂଜା, ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର

Published By : Prameya | October 31, 2024 8:05 AM

ଭଦ୍ରକ,୩୧/୧୦: ମା’କାଳୀଙ୍କ ପୂଜା ପାଇଁ ଚରମ୍ପା ଚଳଚଞ୍ଚଳ ହୋଇଛି । ଗୁରୁବାର ଚରମ୍ପାରେ ପୂଜା ପାଉଥିବା ୯ଟି ମଣ୍ଡପର କଳସ  ବୁଡ଼ା କାର୍ଯ୍ୟକ୍ରମ ଆରମ୍ଭ ହେବ । ଷ୍ଟେସନ ନିକଟ ଟ୍ରାଫିକ କାଳୀ ମଣ୍ଡପ ପୂଜା ପାଇଁ ରାତି ୯ଟାରେ ଘଟ ଉତ୍ତୋଳନ ହେବ । ଏଥିନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । 

ଭଦ୍ରକ ରେଲୱେ  ଷ୍ଟେସନ କର୍ମମର୍ତ୍ତାଙ୍କ ଦ୍ୱାରା ଏହି ପୂଜା ଆୟୋଜିତ ହୋଇ ଆସୁଛି । ସେହିଭଳି ସ୍କୁଲ ରୋଡ୍‌ କାଳୀ ପୂଜା ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ରୂପରେଖ ନେଇଛି । ମା’ଙ୍କ ମୃଣ୍ମୟୀମୂର୍ତ୍ତୀ ଶେଷ ସ୍ପର୍ଶ ସରିଥିବାବେଳେ ରାତିଠାରୁ ପୂଜାର ରୀତିନୀତି ଆରମ୍ଭ ହେବ ।  ବିଶାଣିଖରିଦା ପୂଜା ପାଇଁ ମା’ଙ୍କ କଳସ ବୁଡ଼ା ନୀତି  ରାତି ଗୋଟେରେ ଆରମ୍ଭ ହେବ । ଚଳିତ ବର୍ଷ  ବାତ୍ୟା ପାଇଁ ପୂଜା ମଣ୍ଡପ ସାଜସଜା ଧିମେଇଛି । କର୍ମଚାରୀ ରାତିଦିନ ଏକ କରି କାର୍ଯ୍ୟରେ  ଲାଗିଛନ୍ତି । ସନ୍ଧ୍ୟା ସୁଦ୍ଧା ମା’ଙ୍କ ତୋରଣ  ସଜା କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.