ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ଧମକ,୨ ଦିନ ଭିତରେ ୫୦ଲକ୍ଷ ଦିଅ ନହେଲେ

Published By : Ankita S | November 13, 2024 11:26 AM

ନୂଆଦିଲ୍ଲୀ ,୧୩/୧୧: ବଲିଉଡ ପରେ ଏବେ ଭୋଜପୁରୀ ଇଣ୍ଡଷ୍ଟ୍ରୀକୁ ଆସିଲାଣି ହତ୍ୟା ଧମକ । ଭୋଜପୁରୀର ପ୍ରସିଦ୍ଧ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ନେଇ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ପପୁଲାର ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ ମିଳିଛି । ୨ ଦିନ ଭିତରେ ୫୦ ଲକ୍ଷ ଦେବାକୁ ଦାବି କରି ଏକ ଧମକପୂର୍ଣ୍ଣ ଫୋନ କଲ ଆସିଛି ।

ଧମକପୂର୍ଣ୍ଣ ଫୋନ କଲ ଆସିବା ପରେ ଦାନାପୁର ପୋଲିସ ଷ୍ଟେସନରେ ଅଭିଯୋଗ ପରେ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଫୋନ କରିଥିବା ଅଜଣା ଲୋକ ବିରୋଧରେ ଅକ୍ଷରା ସିଂହ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଆକ୍ସନରେ ଆସିଛି । ଫୋନ କରିଥିବା ଜଣଙ୍କ ଅକ୍ଷରାଙ୍କୁ ୫୦ ଲକ୍ଷ ଦାବି କରିବା ସହିତ ଗାଳିଗୁଲଜ କରିଥିବା ଜଣାପଡିଛି ।

୨୦୧୦ରେ ଭୋଜପୁରୀ ଷ୍ଟାର ରବି କିଶନଙ୍କ ସହିତ 'ସତ୍ୟମେବ ଜୟତେ' ଫିଲ୍ମରେ ଅଭିୟନ କରିଥିଲେ ଅକ୍ଷରା । ଭୋଜପୁରୀ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ତାଲିକାରେ ଅଛନ୍ତି ସେ । ଏହାସହିତ ସେ ପବନ ସିଂହ ଓ ଖସାରୀ  ଲାଲ  ଯାଦବଙ୍କ ସହ ମଧ୍ୟ ଫିଲ୍ମରେ କାମ କରି ସାରିଛନ୍ତି । ଭୋଜପୁରୀ ବ୍ୟତୀତ ସେ ହିନ୍ଦୀ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି । ସେ ଅଧିକ ପେମେଣ୍ଟ ନେଉଥିବା ଅଭିନେତ୍ରୀ ମଧ୍ୟରେ ଜଣେ । ଗତବର୍ଷ ସେ ରାଜନୀତିରେ ପାଦ ଥାପିଥିଲେ । ପ୍ରଶାନ୍ତ କିଶୋରଙ୍କ ଜନ ସୁରଜ ପାର୍ଟିରେ ସାମିଲ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.