ବାରଙ୍ଗ,୧୫/୧୦: ବିଜୟା ଦଶମୀଠାରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ  ପିଲର କାର୍ଯ୍ୟ ଆରମ୍ଭ ହୋଇଛି । ବାରଙ୍ଗ ବ୍ଲକ ଛକ ୟୁକୋ ବ୍ୟାଙ୍କ ସମ୍ମୁଖରୁ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି । ମୁଖ୍ୟ ରାସ୍ତାର ଦୁଇ କଡ଼ରେ ମାଟି ପରୀକ୍ଷା କରାଯାଇଥିବା ବେଳେ ଏବେ ରାସ୍ତାର ମଧ୍ୟ ଭାଗରେ ପିଲର କାର୍ଯ୍ୟ ଆରମ୍ଭ  ହୋଇଛି । ପିଲର କାର୍ଯ୍ୟ ଆରମ୍ଭ ହୋଇଥିବା  ସ୍ଥାନର ଚାରିକଡ଼ ବ୍ୟାରିକେଡ କରାଯାଇଛି । ବିଏମଆରସିଏଲ କମ୍ପାନୀ ଏହି ରେଳ ପିଲର କାର୍ଯ୍ୟ ଆରମ୍ଭ କରିଛି ।  

ଗତ ଅଗଷ୍ଟ ୨୪ତାରିଖରେ କମ୍ପାନୀ ବାରଙ୍ଗ  ଆନନ୍ଦ ବଜାରରେ ଭୂମିପୂଜନ ହୋଇଥିଲା । ସେପ୍ଟେମ୍ବର ମାସରେ ପିଲର ନିର୍ମାଣ ପାଇଁ ପ୍ରତି ୧୦୦ ମିଟର ଅନ୍ତରରେ ରାସ୍ତାର ଦୁଇକଡ଼ରେ ମାଟି ପରୀକ୍ଷା ହୋଇଥିଲା । ମାଟି ପରୀକ୍ଷା ଏବେବି  ଚାଲୁ ରହିଥିବା ବେଳେ କମ୍ପାନୀ ରବିବାର ଠାରୁ ପିଲର କାର୍ଯ୍ୟ ବାରଙ୍ଗରୁ ଆରମ୍ଭ କରିଛି । ଏହି  କମ୍ପାନୀ ଭୁବନେଶ୍ୱର କିଟ୍‌ ଛକରୁ ତ୍ରିଶୂଳିଆ  ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କରିବ ।  

ସୂଚନା ଯୋଗ୍ୟ, ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ କଟକ  ଭାୟା ବାରଙ୍ଗ ରାସ୍ତାରେ ମେଟ୍ରୋ ଟ୍ରେନ ଚଳାଚଳ  କରିବ । ଟ୍ରେନ ଚଳା ଚଳ ହେମ୍କେଟକ- ଭୁବନେଶ୍ୱର ମଧ୍ୟରେ ଦ୍ୱରତ୍ୱ କମ୍‌ ହେବା  ସହିତ ଓ ଭିଡ଼କୁ ନିୟନ୍ତ୍ରଣ କରାଯାଇ ପାରିବ ।  ବିଶେଷ କରି ଅନ୍ୟ ଜିଲ୍ଲାରୁ ଆସୁଥିବା  ଲୋକ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ  କଟକ ହାଇକୋର୍ଟକୁ ଯାତାୟାତ ସହଜ  ହୋଇପାରିବ । ବିମାନବନ୍ଦର ଠାରୁ ତ୍ରିଶୂଳିଆ  ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ରାସ୍ତାରେ ୨୦  ଟି ଷ୍ଟେସନ ନିର୍ମାଣ କରାଯିବ । ଏଥିପାଇଁ  ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ଼-ନୂଆସାହି  ଠାରେ ୨୦୨୪ ଜାନୁଆରୀ ପହିଲାରେ  ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।