ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜଧାନୀରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ନୂଆ ପ୍ରସ୍ତାବ, କମିଶନରେଟ୍‌ ପୁଲିସକୁ ପୂର୍ବ ଏବଂ ପଶ୍ଚିମ ୟୁପିଡିରେ ହେବ ବିଭକ୍ତ

Published By : Prameya | March 24, 2025 11:59 AM

ଭୁବନେଶ୍ୱର,୨୪/୦୩: ଅପରାଧ ନିୟନ୍ତ୍ରଣ  ସହ ଆଇନଶୃଙ୍ଖଳା ସମ୍ଭାଳିବାରେ ନୟାନ୍ତ ହେଉଛି  ଭୁବନେଶ୍ୱର ୟୁପିଡି ପୁଲିସ । ହତ୍ୟା, ଦୁଷ୍କର୍ମ,  ଗୋଷ୍ଠୀ ସଂଘର୍ଷ, ଲୁଟ୍‌, ଛିନ୍‌ତାଇ, ଡକାୟତି ଭଳି  ଅପରାଧ ନିୟନ୍ତ୍ରଣରେ ଛନ୍ଦି ହୋଇପଡୁଛନ୍ତି ପୁଲିସ ।  ତା’ଠୁ ବଳି ଯାଉଛି ଧାରଣା, ବିକ୍ଷୋଭ, ଧର୍ମଘଟ ଓ ଭିଭିଆଇପିଙ୍କ ଗସ୍ତରେ ଆଇନଶୃଙ୍ଖଳା ପରିଚାଳନା । ରାଜଧାନୀ ରାଜରାସ୍ତାରେ ଲକ୍ଷ ଲକ୍ଷ ଗାଡିମୋଟର ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପର୍ବପର୍ବାଣୀର ଭିଡ଼ ପରିଚାଳନା  କଥା ନ କହିବା ଭଲ ।  ଏସବୁ ଚାପରୁ ମୁକ୍ତ ହେବା ପାଇଁ କମିଶନରେଟ୍‌  ପୁଲିସ ଏନେଇ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ପ୍ରସ୍ତାବ ଦେଇଛି ।

ପ୍ରସ୍ତାବ ଅନୁସାରେ, ୨ ଭାଗ ହେବ  ଭୁବନେଶ୍ୱର ୟୁପିଡି । ପୂର୍ବ-ଭୁବନେଶ୍ୱର ଓ ପଶ୍ଚିମ-ଭୁବନେଶ୍ୱରରେ ବଣ୍ଟାଯିବ । ପ୍ରତି ୟୁପିଡିରେ ୩ଟି ଲେଖାଏଁ ଜୋନ୍‌ ରହିବ । ପୂର୍ବ-ଭୁବନେଶ୍ୱର ୟୁପିଡିରେ ୧୩ଟି ଥାନା ଓ ପଶ୍ଚିମ-ଭୁବନେଶ୍ୱର ୟୁପିଡିରେ ୧୪ଟି  ଥାନା ରହିବ । ଗୋଟିଏ ଲେଖାଏଁ ଟ୍ରାଫିକ୍‌ ଥାନା ରହିବ ।  ଭୁବନେଶ୍ୱର ୟୁପିଡିର ନୂଆ ରୂପରେଖ ପାଇଁ ଏସ୍‌ପି ପାହ୍ୟାର ଜଣେ ଡିସିପି, ଅତିରିକ୍ତ ଏସ୍‌ପି ପାହ୍ୟାର ୨ଜଣ ଅତିରିକ୍ତ ଡିସିପି, ଡିଏସ୍‌ପି ପାହ୍ୟାର ୪ଜଣ ଏସିପି, ୩ଜଣ ଇନ୍ସପେକ୍ଟର, ୨୫ ଜଣ ସବ୍‌ଇନ୍ସପେକ୍ଟର  ସମେତ ୧୨୬ଟି ନୂଆ ପଦବି ଓ ୫ ପ୍ଲାଟୁନ୍‌ ଏପିଆର୍‌ ଫୋର୍ସ ଦରକାର ବୋଲି ପ୍ରସ୍ତାବ ଦିଆଯାଇଛି ।  

ରାଜଧାନୀରେ ବିଧାନସଭା, ଲୋକସେବା ଭବନ, ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ୨୪ ଘଣ୍ଟିଆ  ପ୍ରହରା ଦିଆଯାଉଛି । ଶହଶହ ନେତାମନ୍ତ୍ରୀଙ୍କ ଘର ଏଠି । ସବୁଠୁ ବଡ଼ ବିମାନବନ୍ଦର, ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡ ସହ ସର୍ବାଧିକ ଶିକ୍ଷାନୁଷ୍ଠାନ ଓ ଘରୋଇ  ହସ୍ପିଟାଲ ସହରରେ ଅଛି । ହଜାର ହଜାର ସଂଖ୍ୟାରେ  ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ିଉଠିଛି ।  

ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ସଞ୍ଜୀବ  ମାରିକ୍‌ କହିଛନ୍ତି, ଭୁବନେଶ୍ୱର ଜନସଂଖ୍ୟା ଏତେ ବି  ବଢ଼ିନି । କିନ୍ତୁ ଏବେଠୁ ପଲିସି ଲାଗୁ ହେଲେ, ଆଗକୁ  ଆଇନଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ ସହଜ  ହୋଇପାରିବ । କାହିଁକି ନା, ଦିଲ୍ଲୀ ଓ ମୁମ୍ବାଇ ଭଳି ଅନ୍ୟ  ସହରରେ ଅନେକ ଆଗରୁ ଏଭଳି ବ୍ୟବସ୍ଥା ରହିଛି ।  ଥାନାର ସୀମା ନିର୍ଦ୍ଧାରଣ ଉପରେ ବି ଧ୍ୟାନ ଦିଆଯାଉ ।  

ବଢ଼ୁଛି ଜନସଂଖ୍ୟା ସହ ଅପରାଧ 

କାୟା ମେଲାଇ ଚାଲିଥିବା ରାଜଧାନୀର ଜନସଂଖ୍ୟା ବଢ଼ୁଛି । ତା’ ସହ ଅପରାଧ ଗ୍ରାଫ୍‌ ବି ବଢ଼ିଚାଲିଛି ।  ୨୦୦୮ ମସିହାରେ ଜନସଂଖ୍ୟା ୧୨ ଲକ୍ଷ ୬୬ ହଜାର  ଥିବା ବେଳେ ୨୦୧୫ ବେଳକୁ ରାଜଧାନୀବାସୀଙ୍କ  ସଂଖ୍ୟା ୧୬ ଲକ୍ଷ ୮୯ ହଜାରରେ ପହଞ୍ଚିଥିଲା । ୨୦୨୫ରେ ଲୋକସଂଖ୍ୟା ଗ୍ରାଫ୍‌ ୨୭ ଲକ୍ଷ ୬୪ ହଜାର  ଟପିଲାଣି । କମିଶନରେଟ୍‌ ପୁଲିସ ଆରମ୍ଭ ବେଳକୁ ୧୬ଟି ଥାନା ଥିବା ବେଳେ ୨୦୨୫ ବେଳକୁ ଥାନା  ସଂଖ୍ୟା ୨୯ରେ ପହଞ୍ଚିଲାଣି । ୨୦୦୮ ମସିହାରେ  ୪୫୬୬ଟି ଅପରାଧିକ ମାମଲା ରୁଜୁ ହୋଇଥିବା  ବେଳେ ୨୦୨୫ ବେଳକୁ ଏହି ସଂଖ୍ୟା ୧୩ ହଜାର  ୪୧୧ରେ ପହଞ୍ଚିଲାଣି । ୨ଟି ଟ୍ରାଫିକ୍‌ ଥାନା ବି ହେଲାଣି ।  

ବର୍ଷକରେ ୩୮୦୦ ଭିଆଇପି ବ୍ୟବସ୍ଥା 

ଏତେ ମାତ୍ରାରେ ଅପରାଧ ନିୟନ୍ତ୍ରଣରେ ପୁଲିସ  ନୟାନ୍ତ ହେଉଛି । ତା’ସହ ପୁଲିସ ପାଇଁ ଅତିରିକ୍ତ  ବୋଝ ପାଲଟିଛି ଧାରଣା, ବିକ୍ଷୋଭ, ହରତାଲ,  ଧର୍ମଘଟ ଓ ପର୍ବପର୍ବାଣୀ । ଭିଆଇପିଙ୍କ ଗସ୍ତ ଓ  ରାଜନୈତିକ କାର୍ଯ୍ୟକ୍ରମ ପରିଚଳନା ମଧ୍ୟ ପୁଲିସର  ମୁଣ୍ଡ ବିନ୍ଧାଉଛି । ଗତବର୍ଷ ଏସବୁ ଝିନ୍‌ଝଟ୍‌ ପାଇଁ  ପୁଲିସକୁ ୫୧୭୯ ଥର ଅତିରିକ୍ତ ପରିଚାଳନା  ଦାୟିତ୍ୱ ସମ୍ଭାଳିବାକୁ ପଡ଼ିଥିଲା । ଯେଉଁଥିରୁ ମୋଟ  ୩୭୯୯ଥର ଭିଆଇପିଙ୍କ ପାଇଁ ପରିଚାଳନା ବ୍ୟବସ୍ଥା  କରାଯାଇଥିଲା । ବାକି ଧାରଣା, ବିକ୍ଷୋଭ, ଧର୍ମଘଟ  ଓ ପର୍ବପର୍ବାଣୀ ପରିଚାଳନା ପାଇଁ ୧୩୭୭ ଥର  ଆଇନଶୃଙ୍ଖଳା ବ୍ୟବସ୍ଥା ଜଗିବାକୁ ପଡିଥିଲା ।  

୧୪୫୪ଜଣଙ୍କୁ ମିଳୁଛି ପୁଲିସ୍‌ ସୁରକ୍ଷା

୨୦୦୮ ମସିହାରେ ମାତ୍ର ୫୦୨ଜଣଙ୍କୁ ପୁଲିସ  ସୁରକ୍ଷା ଯୋଗାଯାଉଥିଲା । ୨୦୨୪ରେ ପୁଲିସଠାରୁ  ସୁରକ୍ଷା ପାଉଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୧୪୫୪  ଛୁଇଁଲାଣି । କମିଶନରେଟ୍‌ ପୁଲିସ ଆରମ୍ଭ ବେଳେ  ୩୬୮ଜଣ ରାଜନେତା ଓ ଭିଭିଆଇପିଙ୍କୁ ଜେଡ୍‌ ପ୍ଲସ  ସୁରକ୍ଷା ଦିଆଯାଇଥିଲା । ୨୦୨୪ରେ ୫୨୭ଜଣଙ୍କୁ  ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଇଛି । ସେତେବେଳେ  ୧୭ଜଣ ଜେଡ୍‌ ସୁରକ୍ଷା ପାଉଥିବା ବେଳେ ଏହି  ସଂଖ୍ୟା ୧୪୬ରେ ପହଞ୍ଚିଲାଣି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.