ପ୍ରମୂଖ ଖବର

ମଞ୍ଚରେ ମୋଦିଙ୍କ ପାଦ ଛୁଇଁଲେ ନୀତିଶ କୁମାର, ଆସିଲା ଭିଡିଓ

Published By : Ankita S | November 13, 2024 2:10 PM

ପାଟନା,୧୩/୧୧: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆଜି ବିହାର ଗସ୍ତ କରି ରାଜ୍ୟବାସୀଙ୍କୁ ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଏହା ସହିତ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ  ପାଦ ଛୁଇଁଥିବା ଦେଖିବାକୁ ମିଳିଛି ।  ଏହି ସମୟରେ ପ୍ରଧାନମନ୍ତ୍ରୀ  ତାଙ୍କ ହାତକୁ ଧରି ନେଇଥିବା ଦେଖିବାକୁ ମିଳିଛି ।  ଯାହାର ଭିଡିଓ ସାମ୍ନାକୁ ଆସିଛି ।

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ବିହାର ଦରଭଙ୍ଗାରେ ଆୟୋଜିତ କାର୍ଯ୍ୟକ୍ରମରେ ପହଞ୍ତିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ପାଦ ଛୁଇଁ ଆଭିବାଦନ ଜଣାଇଥିଲେ । ଏହି ସମୟରେ ମଞ୍ଚରେ ବିଜେପି ଓ ଜେଡିୟୁର ଏକାଧିକ ନେତା ଉପସ୍ଥିତ ଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ପୂର୍ବରୁ ମଧ୍ୟ ନୀତିଶ କୁମାର ମଞ୍ଚରେ ମୋଦିଙ୍କ ପାଦ ଛୁଇଁ ପ୍ରଣାମ କରି ସାରିଛନ୍ତି । ଦିଲ୍ଲୀରେ ଏନଡିଏର ସଂସଦୀୟ ବୈଠକେ ନୀତିଶ  କୁମାର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ ମାତ୍ର ସେ ତାଙ୍କ ହାତକୁ ଧରି ନେଇଥିଲେ ।

ବିହାରବାସୀଙ୍କ ପାଇଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କ ପାଇଁ ଏମ୍ସର ଶିଳାନ୍ୟାସ କରିବା ସହିତ ୧୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆମ ସରକାର ଦେଶରେ ଉନ୍ନତ ସ୍ବାସ୍ଥସେବା ପାଇଁ କାର୍ଯ୍ୟ କରୁଛି। ଆଗମୀ ୫ବର୍ଷ ମଧ୍ୟରେ ୭୫ ହଜାର ନୂଆ ମେଡିକାଲ ପଢିବା ନେଇ ସିଟ ବାହାରିବ । ହିନ୍ଦୀ  ଓ ଅନ୍ୟ ଭାଷାରେ ମେଡିକାଲ ପାଠ ପଢିବା ନେଇ ବିକଳ୍ପ ଦିଆଯିବ। ବନ୍ୟା ପାଇଁ  କୋସି ଓ ମିଥିଳାର ଲୋକ ଯେଉଁ ସମସ୍ୟା ଭୋଗୁଥିଲେ ତାର ସମାଧାନ ହେବ । ଏ ନେଇ ଖୁବଶୀଘ୍ର ବଜେଟ ଆସିବ ବୋଲି ଜନସଭାକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.