ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ଅରବପତି ଷ୍ଟିୱାର୍ଟ ବଟରଫିଲ୍ଡଙ୍କ ଝିଅ ନିଖୋଜ, ସାନ୍‌ ଫ୍ରାନ୍ସିସ୍କୋର ଟେଣ୍ଡରଲୋଇନ୍‌ ଅଞ୍ଚଳରେ ଥିବା ଅନୁମାନ

ନୂଆଦିଲ୍ଲୀ ୨୬/୦୪: ଫ୍ଲିକର ସହ- ପ୍ରତିଷ୍ଠାତା ଅରବପତି ଷ୍ଟିୱାର୍ଟ ବଟରଫିଲ୍ଡ ଓ କ୍ୟାଟରିନା ଫେକ୍‌ଙ୍କ ୧୬  ବର୍ଷୀୟ ଝିଅ  ନିଖୋଜ । ରିପୋର୍ଟ  ଅନୁସାରେ, ମିଣ୍ଟ୍‌ ବଟରଫିଲ୍ଡ ମରିନ୍‌ କାଉଣ୍ଟି ସ୍ଥିତ ନିଜ ଘରୁ ପଳାୟନ  କରିଛନ୍ତି । ସେ ବର୍ତ୍ତମାନ ସାନ୍‌ ଫ୍ରାନ୍ସିସ୍କୋର ଟେଣ୍ଡରଲୋଇନ୍‌ ଅଞ୍ଚଳରେ ଥିବା ଅନୁମାନ କରାଯାଉଛି । 

ମା’ଙ୍କ ରିପୋର୍ଟ ଅନୁସାରେ, ଗତ ୨୧ ତାରିଖ ରବିବାର କାଲିଫର୍ଣ୍ଣିଆର, ବୋଲିନାସଠାରେ ନିଜ ଘର ପାଖରେ ମିଣ୍ଟ୍‌ଙ୍କୁ ଶେଷ ଥର ଦେଖାଯାଇଥିଲା । ମରିନ୍‌ କାଉଣ୍ଟି ଶେରିଫ୍‌ କାର୍ଯ୍ୟାଳୟ (ଥାନା) ଅନୁସାରେ, ମିଣ୍ଟ୍‌ଙ୍କ ଉଚ୍ଚତା ପ୍ରାୟ ୫ ଫୁଟ । ଓଜନ ୧୦୦ ପାଉଣ୍ଡ । କୁଞ୍ଚୁକୁଞ୍ଚିଆ ଓ ମାଟିଆଲାଲ ରଙ୍ଗର କେଶ ସାଙ୍ଗକୁ ସେ ଭ୍ରୂଲତାକୁ ଫୋଡ଼ାଇଛନ୍ତି । ଯିବାବେଳେ ତାଙ୍କ  ହାତରେ ଧୂସର ରଙ୍ଗର ଏକ ବ୍ୟାଗ୍‌ ଥିଲା । ସେ ଫ୍ଲାନେଲ ପାଇଜାମା, କଳା  ବୁଟ୍‌ ଓ କଳା ସ୍ୱେଟର ପିନ୍ଧିଥିଲେ । ଏସ୍‌ଏଫ୍‌ପିଡି ଗୁଇନ୍ଦାଙ୍କ ଜରିଆରେ ତାଙ୍କୁ  ଖୋଜିବାକୁ ଚେଷ୍ଟା କରାଯାଉଥିବା ଥାନାଧିକାରୀ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.