ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ, ୬୦ ବର୍ଷରେ ପାଦ ଥାପିଲେ ବିଜେପିର ଚାଣକ୍ୟ

Published By : Rasmita Pradhan | October 22, 2024 8:53 AM

ନୂଆଦିଲ୍ଲୀ, ୨୨/୧୦ : ସତରଞ୍ଜରେ ମାହିର, ରାଜନୀତିରେ ଗୋଟି ଚାଳନା କରିବାରେ ପାରଙ୍ଗମ ତଥା ବିଜେପିର ଚାଣକ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଜି ୬୦ତମ ଜନ୍ମଦିନ। ପଞ୍ଚାୟତରୁ ସଂସଦ ଯାଏଁ ବିଜେପିକୁ କ୍ଷମତାକୁ ଆଣିବାକୁ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ୨୦୧୪ ଜୁଲାଇ ମାସରେ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବା ପରେ ସେ ବିଜେପିର ବିସ୍ତାର ପାଇଁ ସେ ଦେଶ ସାରା ବୁଲିଥିଲେ। ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରି ବିଜେପିକୁ କ୍ଷମତାକୁ ଆଣିଥିଲେ। 

୧୯୬୪ ମସିହା ଅକ୍ଟୋବର ୨୨ ତାରିଖରେ ମୁମ୍ଵାଇର ଏକ ଗୁଜରାଟୀ ପରିବାରରେ ଅମିତ ଶାହଙ୍କ ଜନ୍ମ। ତାଙ୍କ ପିତାଙ୍କ ନାମ ଅନିଲଚନ୍ଦ୍ର ଶାହ ଏବଂ ମାତାଙ୍କ ନାମ କୁସୁମବେନ ଶାହ। ତାଙ୍କ ପତ୍ନୀ ସୋନଲ ଶାହ ଏବଂ ପୁଅ ଜୟ ଶାହ। ଜୟ ଏବେ ବିସିସିଆଇ ସଚିବ ଅଛନ୍ତି। 

ଶାହଙ୍କ ରାଜନୈତିକ ଯାତ୍ରା

କ୍ରିକେଟ୍ ଏବଂ ସଙ୍ଗୀତ ପ୍ରତି ଋଚି ରଖୁଥିବା ବିଜେପିର ଏହି ବରିଷ୍ଠ ନେତା ରାଜନୀତିରେ ପାଦ ଦେବାର ପ୍ରମୁଖ କାରଣ ହେଉଛି ତାଙ୍କ ପରିବାର। ଅମିତ ଶାହଙ୍କ ପରିବାର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ସହ ଜଡ଼ିତ ଥିଲା। ଏଥିପାଇଁ ସେ ୧୯୮୩ରେ କଲେଜ କ୍ୟାରିଅରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ଏହାପରେ ସେ ୧୯୮୭ରେ ବିଜେପିର ଯୁବମୋର୍ଚ୍ଚାରେ ସାମିଲ ହୋଇଥିଲେ। ୧୯୯୭ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୨ରେ ସେ ଗୁଜରାଟର ଗୃହମନ୍ତ୍ରୀ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ଶାହଙ୍କ ଦୂରଦୃଷ୍ଟି ସମ୍ପନ୍ନ ରଣନୀତି କୌଶଳକୁ ଦେଖି ବିଜେପି ୨୦୧୪ରେ ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିଥିଲା। ତାଙ୍କ ନେତୃତ୍ଵରେ ବିଜେପି ପ୍ରଚଣ୍ଡ ବହୁମତ ପାଇ ଦେଶରେ ସରକାର ଗଠନ କଲା। ଏହାପରେ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଦାୟିତ୍ଵ ମିଳିଥିଲା। ତେବେ ବିଜେପିରେ ସାମିଲ ହେବା ପୂର୍ବରୁ ଅମିତ ଶାହ ଷ୍ଟକ୍ ବ୍ରୋକର ଭାବେ ମଧ୍ୟ କାମ କରିଛନ୍ତି। 

କାହିଁକି କୁହାଯାଏ ଚାଣକ୍ୟ ?

ଅମିତ ଶାହ ଜଣେ ଦକ୍ଷ ସଙ୍ଗଠକ। ତୃଣମୂଳ ସ୍ତରରେ ସେ ରଣନୀତି ପ୍ରସ୍ତୁତ କରିବାରେ ମାହିର। ଏହାର ଉଦାହରଣ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏହି ୨ ନିର୍ବାଚନରେ ବିଜେପି ବମ୍ପର ସିଟ୍‌ରେ ଜିତି ସରକାର ଗଠନ କରିଥିଲା। ଏପରିକି ବିଜେପି ଏଭଳି ରାଜ୍ୟରେ କ୍ଷମତାକୁ ଫେରିଥିଲା, ଯେଉଁଠାରେ ଭାରତୀୟ ଜନତା ପାର୍ଟିର ଚିହ୍ନବର୍ଣ୍ଣ ନଥିଲା। ଅମିତ ଶାହ ଉତ୍ତର ପ୍ରଦେଶ, ଜମ୍ମୁ କାଶ୍ମୀର ବ୍ୟତୀତ ପୂର୍ବୋତ୍ତରରେ ବିଜେପି ଗଡ଼ ମଜଭୁତ କରିଥିଲେ। ତେବେ ଶାହ କୁହନ୍ତି, ମୁଁ ମୋ ନିଜକୁ କେବେ ଚାଣକ୍ୟ ଭାବିନି। ମୁଁ କେବଳ ତାଙ୍କୁ ଅନୁସରଣ କରେ। ତେବେ ଶାହ ସର୍ବ ପ୍ରଥମେ ୧୯୯୧ ଲୋକସଭା ନିର୍ବାଚନରେ ଗାନ୍ଧୀନଗରରେ ଲାଲକୃଷ୍ଣ ଆଡଭାଣୀଙ୍କ ନିର୍ବାଚନ ପ୍ରଭାରୀ ଦାୟିତ୍ଵ ନେଇଥିଲେ। ହେଲେ ୧୯୯୫ ନିର୍ବାଚନରେ ତାଙ୍କର ବୁଥ୍ ପ୍ରଭାରୀ କରିଶ୍ମା ଦେଖିବାକୁ ମିଳିଥିଲା। ସେତେବେଳେ ସାବରମତି ବିଧାନସଭା ସିଟ୍‌ରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ନରହରି ଅମିନଙ୍କ ବିପକ୍ଷରେ ଠିଆ ହୋଇଥିବା ଆଡଭୋକେଟ୍ ଯତିନ ଓଝାଙ୍କ ନିର୍ବାଚନ ପ୍ରଭାରୀ ଦାୟିତ୍ଵ ଦିଆଯାଇଥିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.