ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟୋଲ୍ ଫ୍ରି ନମ୍ବର ଜାରି କଲା ବିଜେଡି, ବାତ୍ୟା ବେଳେ ନିରବଚ୍ଛିନ୍ନ ଭାବେ ବୁଝିବ ଲୋକଙ୍କ ସମସ୍ୟା

Published By : Rasmita Pradhan | October 23, 2024 2:49 PM

ଭୁବନେଶ୍ଵର, ୨୩/୧୦ : ବାତ୍ୟା 'ଦାନା' ପାଇଁ ବିଜେଡିର ପ୍ରେସ୍ ମିଟ୍। ଲୋକଙ୍କ ସାହାଯ୍ୟ ପାଇଁ ଦୁଇଟି ହେଲ୍ପଲାଇନ୍ ନମ୍ବର ଜାରି କଲା ବିଜେଡି। କଲ୍ ମାଧ୍ୟମରେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଶଙ୍ଖ ଭବନରେ ଲୋକ ରହିବେ। ଅସୁବିଧାରେ ଥିବା ଲୋକମାନେ ଏହି ଦୁଇଟି ୯୯୩୭୦୫୭୫୨୮, ୮୯୮୪୩୦୩୫୩୪ ଟୋଲ୍ ଫ୍ରି ନମ୍ବରରେ କଲ୍ କରି ସମସ୍ୟା ଜଣାଇପାରିବେ।

ଲୋକ ଏବଂ ପ୍ରଶାସନକୁ ସହଯୋଗ କରିବାକୁ ନବୀନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି। ସମସ୍ତ କର୍ମୀଙ୍କୁ ମିଳିମିଶି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନବୀନ କହିଛନ୍ତି ଯେ, ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ। ପୂର୍ବରୁ ଆମେ ସମସ୍ତେ ମିଶି ସଫଳତାର ସହ ଅନେକ ବାତ୍ୟାର ମୁକାବିଲା କରିଛେ। ଆମର ଏକ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ନୀତି ଅଛି। ତେଣୁ  ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ  ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ। ସଜାଗ ରୁହନ୍ତୁ। ଜୀବନ ଅମୁଲ୍ୟ। ନିରାପଦ ରୁହନ୍ତୁ। ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ। ସବୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ମୋର ଅନୁରୋଧ, ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସାହାଯ୍ୟ କରନ୍ତୁ। ମୋର ଦୃଢ଼ ବିଶ୍ୱାସ ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.