ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ପରଲୋକ

Published By : Ankita S | November 18, 2024 3:20 PM

ଭୁବନେଶ୍ବର,୧୮/୧୧: ଆଉ ନାହାନ୍ତି ସମୀର ଦେ । ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ପରଲୋକ ହୋଇଛି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସମୀର ଦେ । ତାଙ୍କ ବିୟୋଗ ନେଇ ଏକ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କ ଦେହାନ୍ତରେ ରାଜ୍ୟ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ବହୁ ନେତା ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ସ୍ବାସ୍ଥ୍ୟଗତ ସମସ୍ୟା ନେଇ ସେ ଦୀର୍ଘ ଦିନ ହେବ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫୁସଫୁସ ଜନିତ ସଂକ୍ରମଣରେ ଆକ୍ରାନ୍ତ ଥିଲେ । ନିମୋନିଆ, କିଡନୀ, ରକ୍ତଚାପ ଜନିତ ରୋଗରେ ପୀଡିତ ଥିଲେ । ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା ସତ୍ତ୍ବେ ଆଜ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତି ହୋଇଛି ।  କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କୁ ଭେଟିଥିଲେ ।

୨୦୦୦ ରୁ ୨୦୦୪ ଯାଏଁ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ସମୀର ଦେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ୧୯୫୫ରେ ବିଧାନସଭାରେ ଏଣ୍ଟ୍ରି ମାରିଥିଲେ ସମୀର ଦେ । ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ସେ । ତିନି ଥର ବିଧାୟକ ଓ ଦୁଇ ଥର ମନ୍ତ୍ରୀ ଥିଲେ । ସମୀର ଦେଙ୍କ ବିୟୋଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ନେତାମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ଭାବେ ଛାତ୍ର ଜୀବନରୁ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲ ସମୀର ଦେ । ଓଡିଶାରେ ବିଜେପିର ସେ ପ୍ରମୁଖ ଚେହେରା ଥିଲେ । ଆଜି ତାଙ୍କ ଦେହାନ୍ତ ଖବର ଶୁଣି ରାଜ୍ୟର ବହୁ ରାଜନେତା, ବୁଦ୍ଧିଜୀବୀ ସଂଗଠନ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.